ପୁଣି ଓଡିଶାରେ ଖେଳାଯିବ ପୁରୁଷ ହକି ୱାଲ୍ଡକପ୍

0 564

ଭୁବନେଶ୍ୱର,୨୭/୧୧-ପୁଣି ଓଡିଶାରେ ହେବାକୁ ଯାଉଛି ପୁରୁଷ ହକି ଓାର୍ଲ୍ଡକପ୍ । ଏଥର ଭୁବନେଶ୍ୱର ସହ ପ୍ରଥମ ଥରକରି ରାଉରକେଲାରେ ଖେଳାଯିବ ମ୍ୟାଚ୍ । ଏହି ଖବର ପ୍ରଚାର ପ୍ରସାର ହେବାପରେ ହକିପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି ।
ପ୍ରକାସ ଯେ,୨୦୧୮ମସିହାରେ ଭୁବନେଶ୍ୱରରେ ହୋଇଥିବା ପୁରୁଷ ହକି ଓାର୍ଲ୍ଡକପ୍ ଆଜିଥିଲା ପୁର୍ତି ଦିବସ । ଏକବର୍ଷ ପୁର୍ତି ଉପଲକ୍ଷେ କଳିଙ୍ଗଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ କର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ହକିଇଣ୍ଡିଆ ସଭାପତି ନରିନ୍ଦର ବାତ୍ରା ଏବଂ ରାଜ୍ୟକ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଏହିଅବସରରେ ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ୨୦୨୩ମସିହା ଜାନୁୟାରୀ ୧୩ ରୁ୨୯ମଧ୍ୟରେ ଓଡିଶାରେ ପୁରୁଷ ହକି ଓାର୍ଲ୍ଡକପ୍ ହେବବୋଲି ଘୋଷଣ କରିଛନ୍ତି ।ା

Leave A Reply

Your email address will not be published.