ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ ,ବୋମା ଓ ବନ୍ଧୁକ ସହିତ ୨ ଗିରଫ

0 739

ଡେଲାଙ୍ଗ,୨୭/୭(ଏସ୍‌ଏସ୍‌ନିୟୁଜ)ଡେଲାଙ୍ଗ ଥାନା ଅନ୍ତର୍ଗତ ଝାରପଡା ଗ୍ରାମରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ହତ୍ୟା ଉଦ୍ୟମ କରିବା ସମୟରେ ଗ୍ରାମବାସୀମାନେ ୨ ଜଣ ଯୁବକଙ୍କୁ କାବୁ କରିଛନ୍ତି । ସେମାନଙ୍କ ଠାରୁ ଅଫୁଟା ବୋମା ଓ ବନ୍ଧୁକ ଡେଲାଙ୍ଗ ପୋଲିସ ଜବତ କରିଥିବା ଜଣାପଡିଛି । ଏନେଇ ସତ୍ୟଭମା ସାହୁ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସେହି ଗ୍ରାମର ଜଣେ ମହିଳା ସହିତ ସତ୍ୟଭମାଙ୍କ ପରିବାରର ପୂର୍ବଶତ୍ରୁତା ଅନେକ ଦିନହେଲା ରହିଥିଲା । ମଙ୍ଗଳବାର ରାତି ୧୦ ସମୟରେ ଉକ୍ତ ମହିଳା ଜଣକ ଜଟଣୀ ଅଂଚଳର ୪ଜଣ ସମ୍ପର୍କିୟମାନଙ୍କୁ ନେଇ ଜୋରଜବରଦସ୍ତ ସତ୍ୟଭମାଙ୍କ ଘରେ ପଶି ପରିବାର ଲୋକଙ୍କୁ ପାଟିତୁଣ୍ଡ କରିବା ସହିତ ମାଡ ମାରିଥିଲେ । ସତ୍ୟଭମା ପରିବାର ଲୋକେ ଡାକ ପକାଇବାରୁ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପହଂଚି ୨ ଜଣକୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଡେଲାଙ୍ଗ ଆଇଆଇସି ରଶ୍ମୀରଞ୍ଜନ ପଟ୍ଟନାୟକ,ହରିରାଜପୁର ଫାଣ୍ଡି ଅଧିକାରୀ ଜୁଗଳ କିଶୋର ଜେନା ,କନଷ୍ଟେବଲ ପ୍ରସାନ୍ତ କୁମାର ପ୍ରଧାନ,ଯିତେନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଂଚି ଅଫୁଟା ବୋମା ଓ ବନ୍ଧୁକକୁ ଜବତ କରିବା ସହିତ ୨ଜଣକୁ ଗିରଫ କରିଥିଲେ ।ଅଭିଯୋଗକୁ ଭିତିକରି ୧୦୩/୨୦ ମାମଲା ରୁଜୁ କରିବା ସହିତ ଗଞ୍ଜାମ ଖଲିକୋଟ ଓଡିଆଆଳପୁର ଗ୍ରାମର ପଂଚାନନ ପରିଡା (୪୪),ଡେଲାଙ୍ଗ ଜଗଦଳ ପୁର ଗ୍ରାମର ଶୁବ୍ରତ ପଲେଇ (୨୨)କୁ ପୋଲିସ ଗିରଫ କରି ଜୋର୍ଟଚାଲଣ କରିଥିବା ଡେଲାଙ୍ଗ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.