ରାଜଧାନୀ ଉପକଣ୍ଠରେ ବାଘ ପାଦଚିହ୍ନକୁ ନେଇ ଚର୍ଚ୍ଚା

0 320

ଭୁବନେଶ୍ୱର,୧୬/୬(ଏସ୍‌ଏସ୍‌ନିୟୁଜ)କଳାବାଘ ଏବେ ଚର୍ଚ୍ଚାକୁ ଆସୁଛି ।ଗତକାଲି ନନ୍ଦନକାନନର ୯ନଂ ଫାଟକପାଖରେ କଳାବାଘ ଦେଖାଯିବାର ଚର୍ଚ୍ଚା ଯୋର ଧରିଥିବା ଘଟଣାକୁ କର୍ତୁପକ୍ଷ ଏହା ଗୁଜବ ବୋଲି କହିଥିଲେ ।କିନ୍ତୁ ମଙ୍ଗଳବାର ସକାଳେ ରାଜଧାନୀ ଉପକଣ୍ଠ ବାଲିପଡା ଗ୍ରାମମୁଣ୍ଡ ପ୍ରାଚିନଦୀପଠାରେ ବାଘର ପାଦଚିହ୍ନ ପଡିଥିବାର ଶୈାଚପାଇଁ ଯାଇଥିବା କିଛି ଗ୍ରାମବାସୀ ଦେଖିବା ପରେ କଳାବାଘକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ମହାମାରୀ କରୋନା ପାଇଁ ନନ୍ଦନକାନ ବନ୍ଦ ରହିଛି ।ପରିସର ଜଙ୍ଗଲ ପରିମାଣ ମଧ୍ୟ ବୃ୍‌ଦ୍ଧି ପାଇବାରେ ଲାଗିଛି ।ସୋମବାର ସକାଳେ ୯ନଂ ଫାଟକ ପାଖରେ ଏକ କଳାରଙ୍ଗର ବାଘ ବୁଲୁଥିବାର ପରିମଳ ବିଭାଗରେକାର୍ଯ୍ୟକରୁଥିବା ଜଣେ କର୍ମଚାରୀ ଦେଖିବାପରେ କର୍ତୁପକ୍ଷ ସଜାଗ ହେବା ସହ ଖୋଜାଖୋଜି କରିଥିଲେ ।ହେଲେ ବାଘର ପାଦଚିହ୍ନ ପାଇପାରିନଥିଲେ ।ଏହି ଘଟଣାକୁ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତକୁମାର ଦାସ ଗୁଜବ ବୋଲି କହିଥିଲେ ।କିନ୍ତୁ ମଙ୍ଗଳବାର ସକାଳେ ରାଜଧାନୀ ଉପକଣ୍ଠ ବାଲିପଡା ଗ୍ରାମମୁଣ୍ଡରେ ବହିଯାଇଥିବା ପ୍ରାଚିନଦୀକୁ ଶୈାଚପାଇଁ କିଛି ଯୁବକ ଯାଇଥିବାବେଳେ ନଦୀପଠାରେ ବାଘର ପାଦଚିହ୍ନ ପଡିଥିବାର ଦେଖିବାପରେ ବିଜୁଳିବେଗରେ ଏହି ଖବର ପ୍ରଚାରିତ ହୋଇଥିଲା ।ପରେ ଏହି ପାଦଚିହ୍ନକୁ ଦେଖିବାପାଇଁ ଆଖପାଖ ଗ୍ରାମବାସୀମାନଙ୍କର ଭୀଡ ଲାଗିରହିଥିଲା ।ପାଦଚିହ୍ନର ଫଟୋ ସୋସିଆଲ ମିଡିଆରେ ଘୁରିବୁଲିବାପରେ ଆମେ ଏହି ଫଟୋର ଯାଂଚ ପାଇଁ ସିଟିଫରେଷ୍ଟ ଏସିଏଫ୍ ପ୍ରଶାନ୍ତକୁମାରପଣ୍ଡା ଓ ବରଗଡ ଡିଭିଜନ ଏସିଏଫ୍ ଅଶୋକକୁମାରଦାସଙ୍କ ପାଖକୁ ପଠାଇଥିଲୁ ।କାରଣ ଉଭୟ ଅଧିକାରୀ ନନ୍ଦନକାନନରେ ଦୀର୍ଘବର୍ଷ ହେବ କାର୍ଯ୍ୟ କରିଥିଲେ ।ଫଟୋକୁ ପ୍ରାଥମିକ ପର୍ଯ୍ୟାୟରେ ଯାଂଚ କଲାପରେ ଉଭୟ ଅଧିକାରୀ ଏହାକୁ ବାଘର ପାଦଚିହ୍ନ ନୁହେଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି ।ବାଘର ନଖ ଭିତରକୁ ପଶିକି ରହିଥାଏ ।ଚାଲିକି ଗଲେ ନଖ ଚିହ୍ନ ମାଟି ଉପରେ ରହିନଥାଏ, ତେଣୁ ଏହା ହେଟା କିମ୍ବା ଗଧିଆ ବୋଲି ଜଣାପଡୁଛି । ପାଦର ମାପ ନେବାପରେ କାହାର ପାଦ ଚିହ୍ନ ଜଣାପଡିବ ବୋଲି କହିଛନ୍ତି ।

Leave A Reply

Your email address will not be published.