ରାଜଧାନୀରୁ ଧରାପଡିଲା ଲୁଟେରା ଗ୍ୟାଙ୍ଗ

0 511

ଭୁବନେଶ୍ବର୧୨/୯(ଏସ ଏସ ନିୟୁଜ) ଲୁଟପାଟ ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ କମିଶନରେଟ ପୋଲିସ ଗିରଫ କରି ସେମାନଙ୍କଠାରୁ ୮ ଟି ସୁନା ଚେନ, ୫ଟି ବାଇକ ଓ ୨୬ଟି ମୋବାଇଲ ଫୋନ ଜବତ କରିଛି   । ଏସକେ ଆବିଦ ସହ ଗଂଜାମର ଜିତେନ୍ଦ୍ର ପ୍ରଧାନ ଓରଫ ରାଜା, ବିଶ୍ବଜିତ ଦାସ ଓରଫ ରାବଣ, ମୟୂରଭଞ୍ଜର କାଶିନାଥ ପାତ୍ର , ଖୋର୍ଦ୍ଧାର ଅଜୟ ମଣ୍ଡଳ, ସଞ୍ଜୟ ଦାସ ସହ ବିହାରର ଧର୍ମେନ୍ଦ୍ର କୁମାର, ଗଞ୍ଜାମର ମିଥୁନ ସମୁଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।ପୋଲିସ ତଦନ୍ତବେଲେ ଏହି ଗ୍ୟାଙ୍ଗ ଜ୍ନୟାପଲ୍ଲୀଠୁ ଆରମ୍ଭ କରି ଚନ୍ଦ୍ରଶେଖରପୁର ,ଖଣ୍ଡଗିରି ଓ ମଞ୍ଚେଶ୍ବର ଥାନା ଅଞ୍ଚଳରେ  ବୁଲିବୁଲି ଲୁଟପାଟ କରୁଥିଲେ ।ଏହି ଗ୍ୟାଙ୍ଗର ମାଷ୍ଟର ମାଈଣ୍ଡ ଯଦୁପୁରର ଏସକେ ଆବିଦ ।ଏମାନେ ରସ୍ଫ୍ତାରେ ଯାଉଥିବା ଲୋକ ମାନଙ୍କଠାରୁ ମୋବାଇଲ ଫୋନ ଓ ସୁନାଚେନ ଝାମ୍ଫି ନେଇ ସ୍ପିଡ ବାଇକ ଜରିଆରେ ଚମ୍ପଟ ମାରୁଥିଲେ। ଆଉ ଲୁଟ ସୁନା ଚେନ ଓ ମୋବାଇଲ ଫୋନକୁ ବିହାରରେ ବିକୁଥିଲେ। ଏହି ଗ୍ୟାଙ୍ଗର ଅନ୍ୟ ଏକ ମାଷ୍ଟର ମାଈଣ୍ଡ ଥିଲା ବିହାରୀ ଯୁବକ ଧର୍ମେନ୍ଦ୍ର କୁମାର ।ଧର୍ମେନ୍ଦ୍ର ଚୋରୀ ଜିନିଷ ସବୁ ନେଇ ବିହାରରେ ବିକ୍ରି କରୁଥିଲା  ବୋଲି ପୋଲିସ ପାଖରେ ମାନିଥିଲା ।

 

 

Leave A Reply

Your email address will not be published.