ରାଜ୍ୟରେ ନୂଆ ୩୬୪୫ କରୋନା ଆକ୍ରାନ୍ତ ଚିହ୍ନଟ,୮ମୃତ

0 466

ଭୁବନେଶ୍ୱର,୧୫/୯(ଏସ ଏସ ନିୟୁଜ ) ପୁଣି ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୬୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ୨୧୫୧ଜଣ ଓ ସ୍ଥାନୀୟ ଅଞ୍ଚଳରୁ୧୪୯୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୬୫୦ କୁ ବୃଦ୍ଧି ପାଇଛି।ତେବେ ନୂଆ ଆକ୍ରାନ୍ତ ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଜଣାପଡିଛି ।ନୂଆ ଆକ୍ରାନ୍ତ୍ ଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩୯,ବାଲେଶ୍ୱର ଜିଲ୍ଲାରୁ ୧୫୬,ବରଗଡ଼ ଜିଲ୍ଲାରୁ ୧୫୭,ଭଦ୍ରକ ଜିଲ୍ଲାରୁ ୧୪୩,ବଲାଙ୍ଗୀର ଜିଲ୍ଲାରୁ ୩୯,ବୌଦ୍ଦ ଜିଲ୍ଲାରୁ ୩୦,କଟକ ଜିଲ୍ଲାରୁ ୩୫୭,ଦେବଗଡ଼ ଜିଲ୍ଲାରୁ ୧୫,ଢେଙ୍କାନାଳ ଜିଲ୍ଲାରୁ ୬୮,ଗଜପତି ଜିଲ୍ଲାରୁ ୯,ଗଞ୍ଜାମ ଜିଲ୍ଲାରୁ ୪୬,ଜଗତସିଂହପୁର ଜିଲ୍ଲାରୁ ୯୫,ଯାଜପୁର ଜିଲ୍ଲାରୁ ୧୧୬,ଝାରସୁଗୁଡ଼ା ଜିଲ୍ଲାରୁ ୯୧,କଳାହାଣ୍ଡି ଜିଲ୍ଲାରୁ ୭୯,କନ୍ଧମାଳ ଜିଲ୍ଲାରୁ ୯୫,କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫,କେନ୍ଦୁଝର ଜିଲ୍ଲାରୁ ୫୬,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୫୧୭,କୋରାପୁଟ ଜିଲ୍ଲାରୁ – ୯୫,ମାଲକାନଗିରି : ୩୩,ମୟୁରଭଞ୍ଜ ଜିଲ୍ଲାରୁ – ୧୩୭,ନବରଙ୍ଗପୁର ଜିଲ୍ଲାରେ: ୯୦,ନୟାଗଡ଼ ଜିଲ୍ଲାରୁ – ୩୮,ନୂଆପଡ଼ା ଜିଲ୍ଲାରୁ – ୯୦,ପୁରୀ ଜିଲ୍ଲାରୁ – ୨୪୬,ରାୟଗଡ଼ା ଜିଲ୍ଲାରୁ – ୭୯,ସମ୍ବଲପୁର ଜିଲ୍ଲାରୁ – ୧୨୭, ସୋନପୁର ଜିଲ୍ଲାରୁ – ୯୯,,ସୁନ୍ଦରଗଡ଼ ଜିଲ୍ଲାରୁ – ୮୪ଜଣ ଅଛନ୍ତି ।ଏହାସହ ୩୩୮୨ଜଣ ନୂଆ ସୁସ୍ଥ ହୋଇଛନ୍ତି ।୨୫୧୬୪୫୭ଜଣଙ୍କର କୋଭିଡ୍ଟେଷ୍ଟ ହୋଇଥିବାବେଳେ ୧୨୨୦୨୪ଜଣ ମୋଟ ସୁସ୍ଛ ହୋଲେଣି ଓ ୩୫୯୨୮ଟି ସକ୍ରୀୟ ଆକ୍ରାନ୍ତ ଥିବାର ଜଣାପଡିଛି ।ପୁଣି ଚିକିତ୍ସିତ ହେଉଥିବା ବେଳେ କରୋନାରେ ୮ଜଣଙ୍କର ମୃତ୍ୟୁ ଘଟିଛି ।ଏମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୩ ଜଣ,ବୌଦ୍ଦ ଜିଲ୍ଲାରୁ ଜଣେ,କନ୍ଧମାଳ ଜିଲ୍ଲାରୁ ଜଣେ,ରାୟଗଡ଼ା ଜିଲ୍ଲାରୁ ଜଣେ,ସୋନପୁର ଜିଲ୍ଲାରୁ ଜଣେ,ସମ୍ବଲପୁର ଜିଲ୍ଲାରୁ ଜଣ ଙ୍କୁ ମିଶାଇ ୮ଜଣଙ୍କର ମୃତ୍ୟୁ ଘଟିଛି ।ଯାହାଫଳରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ୬୪୫ରେ ପହଞ୍ଚିଥିବା ଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦିଆଯାଇଛି ।

Leave A Reply

Your email address will not be published.