ରାଜ୍ୟରେ ଅନଲକ ୩॰0 ର ନୂଆ ନୀଯମ

0 219

ଭୁବନେଶ୍ୱର,୩୧/୭(ଏସ॰ଏସ॰ନିୟୁଜ)ଅଗଷ୍ଟ୧ ତାରିଖରୁ ରାଜ୍ୟରେ ଆରମ୍ଭହେବ ଅନଲକ୩॰୦ । ଆଜି ରାଜ୍ୟସରକାର ଏଥିପାଇ ନୂଆ ନିୟମ ପ୍ରଣୟନ କରିଛନ୍ତି। ଏହି ନୂଆ ନିୟମ ଅନୁଯାଇବାହାରେ ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ଦେବାକୁ ପଡିବ ୧ ହଜାର ଟଙ୍କା ଜରିମାନା । ସେହିପରି ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । ଦୋକାନରେ ସାମାଜିକ ଦୂରତା ନ ରଖିଲେ ସିଲ୍ ହେବ ଦୋକାନ । ପ୍ରଥମ ଥର ନିୟମ ନମାନିଲେ ସପ୍ତାହେ ସିଲ୍ ଏବଂ ୧୦ ହଜାର ଜରିମାନା ଓ ଏହା ପରେ ନିୟମ ନମାନିଲେ ମାସେ ଯାଏ ସିଲ୍ ହେବ ଦୋକାନ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ସର୍ବସାଧାରଣରେ ଛେପ ପକାଇଲେ ମଧ୍ୟ ସମାନ ଟଙ୍କାର ଜରିମାନା ଆଦାୟ କରିବେ ରାଜ୍ୟ ସରକାର ।
– ବାହାଘରରେ ନିୟମ ଭାଙ୍ଗିଲେ ୧୦, ୦୦୦ ଟଙ୍କା ଫାଇନ
– ବାହାଘର ହେଉଥିବା ସ୍ଥାନକୁ ସିଲ କରିଦିଆଯିବ
– ୧୦ ଜଣଠୁ ବେଶୀ ଲୋକ ଏକାଠି ହେଲେ ଫାଇନ ପଡିବ
– କାର୍ଯ୍ୟକ୍ରମ ଆୟୋଜନ କରିଥିବା ଲୋକଙ୍କୁ ୧୦, ୦୦୦ ଫାଇନ
– ଦୋକାନ, କାର୍ଯ୍ୟଳୟ, ଅନୁଷ୍ଠାନ ନିୟମ ନମାନିଲେ ଫାଇନ
– ୧୦ ହଜାର ଟଙ୍କା ଫାଇନ ଆଦାୟ କରାଯିବ
– ପ୍ରଥମ ଥର ନିୟମ ଭାଙ୍ଗିଲେ ସପ୍ତାହେ, ଏହାପରେ ମାସେ ସିଲ
– ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
– ପରୀକ୍ଷା ହୋଇପାରିବ, ଖାତା ଦେଖା ହୋଇପାରିବ
– ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଖୋଲିବ, ଜିମ୍ ଖୋଲିବ
– ସର୍ତ୍ତ ସହ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର
-ମାସ୍କନପିନ୍ଧିଲେବଡପଜରିମାନା
-୪ଜିଲ୍ଲାପାଇଁ୨ଦିନପସଟଡାଉନ
– ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଏବଂ ରାଉରକେଲାରେ ୨ ଦିନ ସଟଡାଉନ
– ଶନିବାର, ରବିବାର ଏହି ୪ ଜିଲ୍ଲାରେ ସଟଡାଉନ କରାଯିବ
– ଅଗଷ୍ଟ ମାସ ସାରା ଏହି ନିୟମ ଲାଗୁହେବ
– ଅଗଷ୍ଟ ୧, ୨ରେ ସକାଳ ୫ରୁ ଦିନ ୧ ଯାଏଁ ଦୋକାନ ଖୋଲା
ରାଜ୍ୟରେ ହଟିବନି ରାତ୍ରୀ କାଳୀନ କର୍ଫ୍ୟୁ ଓ ରାତି ୯ରୁ ସକାଳ ୫ ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ ଓ ଏହି ସମୟରେ ସବୁ ଚଳାଚଳା ବନ୍ଦ, ଜରୁରୀ ସେବାକୁ ବାଦ୍ ।ଦିନକୁ ଦିନ ସଂକ୍ରମଣଙ୍କ ସଂଖ୍ୟ। ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଗତ କିଛି ଦିନରେ ଲୋକଙ୍କର ଖାମଖିଆଲ ମନୋଭାବ ବଢ଼ିଯାଇଛି । ସଂକ୍ରମଣ ବଢ଼ୁଥିବା ସତ୍ୱେ ଚେତୁନାହାନ୍ତି ଲୋକେ । ଆଉ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ କଡ଼ାକଡ଼ି କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।

Leave A Reply

Your email address will not be published.