ରକ୍ତଦାନ ଶିବିରରେ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

0 253

ବାରଙ୍ଗ,୨୪/୫(ଏସ୍‌ଏସ୍‌ନିୟୁଜ) ବାରଙ୍ଗଆଂଚଳି ଶାନ୍ତିକମିଟିର ପ୍ରତ୍ୟେକ୍ଷ ତତ୍ୱାବଧାନରେ ତ୍ରିଶୁଳିଆଠାରେ ଏକ ମଣ୍ଡପରେ ସ୍ୱେଛାକୃତତକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କମିସିନେରେଟ ପୋଲିସର ରେଡ୍‌ରିବନ କ୍ଲବ,ଯୁବରେଡକ୍ରସୟୁନିଟ ଓ ଚନ୍ଦକା ମହାବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଟିତ ଏହି ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ଏହି ଶିବିରରେ ବାଙ୍କିବିଧାୟକ ଦେବୀରଞନ ତ୍ରିପାଠୀ,ପୁର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ,ପୋଲିସ କମିସନର ଡ.ସୁଧାଂଶୁ ଷଡଙ୍ଗୀ ,ବାରଙ୍ଗଆଂଚଳି ଶାନ୍ତିକମିଟିର ସଭାପତି ପ୍ରତାପଚନ୍ଦ୍ରଜେନା ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତିକମିଟିର ସମ୍ପାଦକ ସୁରେଶମହାନ୍ତି ପରିଚାଳନା ଏହି ଶିବିରକୁ କରିଥିଲେ । ।କରୋନା ଭଳି ମହାମାରିକୁ ଖାତିରି ନକରି ନିଜ କଥା ଚିନ୍ତାନକରି ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱଦେଇ ବିଭିର୍ଣସ୍ତରରେ କାର୍ଯ୍ୟ କରିଥିବା ପୋଲିସ, ସାମ୍ବାଦିକ, ପ୍ରଶାସକ, ଆଶାକର୍ମି, ଅଙ୍ଗନଓାଡିକର୍ମୀ,ସ୍ୱାସ୍ଥ୍ୟ କର୍ମୀ  ମାନଙ୍କୁ ଏହି ଅବସରରେ ସମ୍ଭର୍ଦ୍ଧନା ଦିଆଯାଇଥିଲା ।

Leave A Reply

Your email address will not be published.