ରାତିରେ ଉଡୁଛି ଜାତୀୟ ପତାକା

0 283

ଭୁବନେଶ୍ୱର; ୨୬/୧(ଏସଏସନ୍ୟିଜୁ) ଜାତୀୟ ପତାକାକୁ ଅସମ୍ମାନ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଧିନରେ ଥିବା ପଦାସାହି ଭଗବତି ନଗର ଅଙ୍ଗନବାଡି କେନ୍ଦ୍ରରେ । ପ୍ରକାଶ ଯେ , ଆଜି ହେଉଛି ସାଧାରଣତନ୍ତ୍ର ଦିବସ । ସ୍କୁଲ ଠୁ ଆରମ୍ଭ କରି କ୍ଲବ ,ସରକାରୀ କାଯ୍ୟାଳୟ , ବିଭିନ୍ନ ସଂଗଠନ ମାନେ ୭୧ତମ ସାଧାରଣତନ୍ତ୍ର ଦିବସ ରେ ଜାତୀୟ ପତାକାକୁ ଉତଳନ କରିଛନ୍ତି । ଆଉ ଏହି ଦିବସକୁ ବହୁ ଉତ୍‌କୁଣ୍ଠାର ସହ ପାଳଣ କରିଛନ୍ତି । ଅନ୍ୟପଟେ ଦେଖିବାକୁ ଗଲେ ଯୁବକମାନେ ମଧ୍ୟ ନିଜ ନିଜ ବାଇକ୍‌ରେ ଜାତୀୟ ପତାକାକୁ ମାରି ବୁଲୁଥିବାର ଦେଖିବାକୁ ମିଳିଛି । ସଂନ୍ଧ୍ୟା ହେଲା ପରେ ଜାତୀୟ ପତାକାକୁ ଅବତଳନ କରିଛନ୍ତି । କିନ୍ତୁ ପଦାସାହି ଭଗବତି ନଗର ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କର୍ମୀ କୁନିକୁନି ପିଲାମାନଙ୍କୁ ସାଧାରଣତନ୍ତ୍ର ଦିବସ ଓ ଜାତୀୟ ପତାକା ବିଷୟରେ ଜ୍ଞାନ ଦେବା ସହ ଦିବସର ତାପର୍ଯ୍ୟ ବିଷୟରେ ବୁଝାଇଥିଲେ । ହେଲେ ନିଜେ ଭୁଲିଯାଇଥିଲେ ଜାତୀୟ ପତାକାକୁ ସଂନ୍ଧ୍ୟା ପୂର୍ବରୁ ଅବତଳନ କରିବାକୁ । କିଛି ଗ୍ରାମବାସୀମାନେ ସେହି ରାସ୍ତାରେ ଯାତାୟତ ସମୟରେ ରାତି ପ୍ରାୟ ୧୦ଟା ସମୟ ପର୍ଯ୍ୟନ୍ତ ଅଙ୍ଗନବାଡି କେନ୍ଦ୍ର ସାମ୍ନାରେ ଜାତୀୟ ପତକା ଉଡୁଥିବାର ଦେଖିବାକୁ ପାଇଛନ୍ତି ।

Leave A Reply

Your email address will not be published.