ସହରାଚଂଳ ଗରିବଲୋକଙ୍କପାଇଁ ୧୦୦କୋଟିର ଯୋଜନା – ମୁଖ୍ୟମନ୍ତ୍ରୀ

0 229

ଭୁବନେଶ୍ୱର,୧୯/୪(ଏସ୍‌ଏସ୍‌ନିୟୁଜ) କୋଭିଡି-୧୯ ସାରାବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଏହା ଅନେକ ଅର୍ଥେର୍ନୌିତିକ ଓ ସାମାଜିକ ସମସ୍ୟ ମଧ୍ୟ ସୃଷ୍ଟି କରିଛି ।ଏହାର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୈାରାଂଚଳର ସହରମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋକଗାର ଯୋଗଇଦୋବାପାଇଁ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ୧୦୦ କୋଟିର ଯୋଜନା ଘୋଷଣା କରିଛନ୍ତି ।ଏଥିରେ ଶ୍ରମିକ ଭିତିକ କାର୍ଯ୍ୟପାଇଁ ଗୁରୁତ୍ୱ ଦିଆଯାଇଛି ।ଏହାଦ୍ୱାରା ସହରାଂଚଳର ୪ଲକ୍ଷ ୫୦ହଜରାରେ ପରିବାର ଉପକୃତ ହେବେ ।ଚଳିତ ଏପ୍ରିଲମାସରୁ ଆରମ୍ଭ ହୋଇ ଆଗାମି ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନଶକ୍ତିର ମା ମାନଙ୍କ ସହୟତା ଓ ସହଭାଗିତା ରେ ଏହି କାର୍ଯ୍ୟକ୍ରମ କରାଯିବ ।ହିତାଧିକାରୀ ମାନଙ୍କର ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଲଖ ପଠାଯିବ । ବର୍ତମାନ ଏହି କଷ୍ଟ ସମୟରେ ରାଜ୍ୟସରାକାର ସହରାଂଚଳ ଗରବ ଲୋକମାନଙ୍କୁ ରୋଜଗାର ଦେବାପାଇଁ ଅର୍ବାନ େଓଜ ଏମ୍ପଲମେଂଟ ଇଟିଭେଟ୍ ନାମରେ ଏକ ଜରୁରୀକାଳିନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ୍‌ଯାଉଛନ୍ତି ।ଏହାଦ୍ୱାରା ରାଜ୍ୟର ୧୪୪ପୈାରାଚଂଳ ଗୁଡିକରେ ରହୁଥିବା ଶ୍ରମିକ,ଗରିବଲୋକ ଓ ଦିନମଜୁରିଆ ଶ୍ରେଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ । ଏହି ଯୋଜନାରେ ସହରାଂଚଳରେ ଅନେକ ଶ୍ରମଭିତିକ ପ୍ରକଳ୍ପ କାର୍ଯକାରୀ କରାଯିବ ।ଏଥିରେ ଡ୍ରେନଗୁଡିକରୁ ମାଟି ଓଅନ୍ୟାନ୍ୟ ବଜ୍ୟବସ୍ତୁର ସଫେଇ,ଜଳାଶୟଖନନ ଓ ନବୀକରଣ ,ପାର୍କ,ଖେଳପଡିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତିକରଣ ଏବଂ ସ୍ୱୟଂସହାୟକ ଗୋଷ୍ଠିମାନଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ,ନବୀକରଣ, ଶୈାଚାଳୟନିର୍ମାଣ,ଏବଂ ସହରାଂଚଳ ସୈାନ୍ଦର୍ଯକରଣ ସହିତ ନିର୍ମାଣ ଅବଶେଷରେ ନିସ୍କାସନ ସହିତ ଅନ୍ୟାନ୍ୟ ଶ୍ରମଭିତିକ ବିକାଶମୁଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।ଏହାସହିତ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଂକୁ ରୋଜଗାର ଦେବାପାଇଁ କାନ୍ଥରେ ଚିତ୍ରାଙ୍କନ ପାଇଁ ମଧ୍ୟ ସୁଯୋଗ ସୃଷ୍ଟି କରାଯିବ ।ଏହି ମସୟରେ ସମାଜିକ ଦୁରତ୍ୱ ଓ କୋଭିଡ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିର୍ଣ ନୀୟମାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯିବ ।ଏହି କାର୍ଯ୍ୟକ୍ରମରେ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

Leave A Reply

Your email address will not be published.