ସହିଦ୍ ଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

0 756

ବାରଙ୍ଗ:୨୨/୬(ଏସଏସଏନ୍)ଲଦାଖ୍ ର ଗଲୱାନ ଉପତ୍ୟକାରେ ଚୀନ୍ ଓ ଭାରତୀୟ ଯବାନ ମୁହାଁମୁହିଁ ରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହୀଦ ହୋଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ  ଦେଶବାସୀ କ୍ଷୋଭ ପ୍ରକାଶ ପାଇଛି । ଏଥିପାଇଁ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସର୍ବତ୍ର ଚାଇନା ବିରୁଦ୍ଧରେ ସ୍ବର ଉଠୁଛି।ଏହି ପରିପ୍ରେକ୍ଷିରେ  ସୋମବାର ଅପରାହ୍ନ ୪ ଘଣ୍ଟିକା ସମୟରେ ବାରଙ୍ଗ ତ୍ରିଶୁଳିଆ ଛକ ନିକଟ ମା ବାଉଁଜୋରି ମନ୍ଦିର ପ୍ରାଙ୍ଗଣ ରେ ବାଙ୍କୀ ବାରଙ୍ଗ ବିଜେପି ତରଫରୁ ସହିଦ୍ ଯବାନଙ୍କ ଉଦ୍ଧେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି।ଏଥିସହ ଚୀନ୍ ସାମଗ୍ରୀକୁ ବର୍ଜନ କରିବାପାଇଁ ଶପଥ ପାଠ କରିଥିଲେ। ଚୀନ୍ ରାଷ୍ଟ୍ରପତି କିଙ୍ଗ ଜିନ୍ ପୀଙ୍ଗ୍ ଙ୍କ ର କୁଶପୁତ୍ତଳିକା ଦାହ କରି ପ୍ଲାକାର୍ଡ ମାଧ୍ୟମରେ ଚୀନ୍ ସାମଗ୍ରୀକୁ ବର୍ଜନ କରିବାପାଇଁ ଦୃଢ଼ ପ୍ରତିଜ୍ଞା କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଓଡ଼ିଶା ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ,୩୨ ନମ୍ୱର୍ ଜୋନ ପୂର୍ବତନ ଜିଲ୍ଲା ପରିଷଦ ଅଜୟ ମୁଦୁଲି,ବରିଷ୍ଠ ନେତା ସୁବଳ ବେହେରା ଏବଂ ଅନେକ ବିଜେପି କର୍ମୀ ମାନେ ଏହି ଶ୍ରଦ୍ଧାଞ୍ଜଳି ଉତ୍ସବରେ ଉପସ୍ଥିତ ରହିଥିଲେ।ଏହି ସ୍ମୃତି ସଭାକୁ ପରିଚାଳନା କରିଥିଲେ ବାରଙ୍ଗ ବ୍ଲକ୍ ବିଜେପି ମଣ୍ଡଳର ସଭାପତି ଶ୍ରୀଯୁକ୍ତ ପ୍ରଭାତ ମହାପାତ୍ର।

Leave A Reply

Your email address will not be published.