ସାମାଜିକ ଅନୁଷ୍ଠାନ ଏମ.ଜେ ସ୍ମାଇଲ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ

0 498

ଡେଲାଙ୍ଗ ,୧୪/୩(ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ସାମାଜିକ ଅନୁଷ୍ଠାନ ଏମ.ଜେ ସ୍ମାଇଲ ଆଜି ପିପିଲି ବ୍ଲକ ତେଇସିପୁର ପଂଚାୟତର ପୋଡଙ୍ଗ ଗ୍ରାମରେ ଅଗ୍ନିବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯୟୀ ପୋଡଙ୍ଗ ଗ୍ରାମରେ ଗତ ଗୁରୁବାର ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟସଟର୍କିଟରୁ ଅଗ୍ନିକାଣ୍ଡ ଘଟି ସର୍ବେଶ୍ୱର ବେହେରା ଓ ଧୋବେଇ ବେହେରାଙ୍କର ୨ବଖରା ଘର ସହିତ ଘରକରଣା ଆସବାପତ୍ର,ଧାନ,ମୁଗ,ବିରି,ଚାଉଳ,ପୋଷାକ ଓ ଜରୁରୀକାଗଜପତ୍ର ପୋଡି ପାଉଁସ ହୋଇଯାଇଥିଲା । ଏହି ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା କରିବା ପାଇଁ ଆଜି ସାମାଜିକ ଅନିଷ୍ଠାନ ଏମ.ଜେ ସ୍ମାଇଲର ସଭାପତି ମନୋରଞ୍ଜନ ଜେନା,ସଦଶ୍ୟ ଅଜିତ ରାୟ,ଚନ୍ଦ୍ରକାନ୍ତ ଜେନା,ସର୍ବେଶ୍ୱର ପାଣି,ରାଜେଶ ବେହେରା,ସତ୍ୟନାରାୟଣ ପ୍ରଧାନ,ଦେବାଶିଷ ମଲ୍ଲିକ,ଯିତେନ୍ଦ୍ର ଚହଟରାୟ ପ୍ରମୁଖ କର୍ମକର୍ତା ପୋଡଙ୍ଗ ଗ୍ରାମରେ ପହଂଚି ଅଗ୍ନିବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ । ଏହା ସହିତ ୨ ପରିବାରଙ୍କୁ ୮ ହଜାର ସହାୟତା ରାଶୀ ପ୍ରଦାନ କରିବା ସହିତ କରୋନା ସଚେତନତା ପାଇଁ ହ୍ୟଣ୍ଡୱାସ ଓ ଡେଟଲ ଲିକ୍ୟୁଡି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସମିତିସଭ୍ୟ ଧରଣୀଧର ସାହୁ ,ବୁଦ୍ଧିଜିବୀ ଜମ୍ବେଶ୍ୱର ସେନାପତି,ଶୁଶାନ୍ତ ପରିଡା,କାଳନ୍ଦ୍ରୀ ପ୍ରଧାନ,ଯିତେନ୍ଦ୍ର ସେନାପତି,ବୁଟୁ ବରାଳ,ଶଞ୍ଜୟ ସେନାପତି ପ୍ରମୁଖ ଉପସ୍ଥିତଥିଲେ । ଗ୍ରାମବାସୀ ମାନେ ଏମ.ଜେ ସ୍ମାଇଲ ଅନୁଷ୍ଠାର ଏହି ସହାୟତାକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.