ସାମ୍ବାଦିକ ବି ଗାଇଲେ ବନ୍ଦେ ଉକ୍ତଳ ଜନନୀ

0 542

ବାରଙ୍ଗ,୩୦/୫(ଏସ୍‌ଏସ୍‌ନିୟୁଜ)କୋଭିଡ ୧୯ ଯୋଦ୍ଧାଙ୍କ ସଂମ୍ମାନାର୍ଥେ ଓ ସେମାନଙ୍କ ମନୋବଳକୁ ଦୃଢ଼ କରିବା ସହ ପ୍ରୋତ୍ସାହିତ କରିବା ପାଇଁ ଆଜି ବାରଙ୍ଗପ୍ରେସକ୍ଲବ ରେ ସାମୁହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଲିଙ୍ଗରାଜରାଉତ ,ସମ୍ପାଦକ ରୁଦ୍ରନାରାୟଣ ଷଡଙ୍ଗୀ, , ବରିଷ୍ଟ ସାମ୍ବାଦିକ ନବଘନରାଉତ, ସାମ୍ବାଦିକ ପ୍ରକାସଚନ୍ଦ୍ରସାହୁ,ଜଗନ୍ନାଥଭଞ ,କମଳାକାନ୍ତ ନାୟକ, ସନ୍ତୋଷକୁମାରମଲ୍ଲିକ, ପ୍ରଦୀପ କୁମାର ସ୍ୱାଇଁ, କୃଷ୍ନଚନ୍ଦ୍ରସ୍ୱାଇଁ,ସଂଗ୍ରାମକିଶୋରଦାସ , ଦୁଷ୍ମନ୍ତ କୁମାର ଜେନା .ସଚିଦାନନ୍ଦ ପଢିହାରୀ,ସୁଶାନ୍ତପରିଡା, ଅନନ୍ତସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସର ରେ ବାରଙ୍ଗ ଅଂଚଳର ପ୍ରଥମ ସାମ୍ବାଦିକ ସ୍ୱର୍ଗତ ବିଜୟକୁମାରପ୍ରଧାନଙ୍କ ଏକାଦଶହ ଉପଲକ୍ଷେ ଶୋକସଭା ମଧ୍ୟ ଅନୁଷ୍ଠିତ ହେବା ସହ ବାରଙ୍ଗ ଅଂଚଳପାଇଁ ଥିବା ତାଙ୍କର ଅବଦାନା ଓ ସାମ୍ବାଦିକତା ସମୟରେ ବାରଙ୍ଗ ଅଂଚଳର ସାମଗ୍ରିକ ବିକାଶ ପାଇଁ ସେ କରିଥିବା ପ୍ରଚେଷ୍ଟା ଉପରେ ବକ୍ତାମାନେ ଆଲୋକପାତ କରବା ସହ ଶ୍ରଦ୍ଧାଞଳି ଦେଇଥିଲେ ।

Leave A Reply

Your email address will not be published.