ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’

0 703

ସଂକ୍ଷେପରେ ଖବର ଆଜିର ,ତାରିଖ ୧୬/୦୫/୨୦, ଶନିବାର
୧-କୋହଳ ହେବ ତାଲାବନ୍ଦ ୪.୦, ରାଜ୍ୟ ସରକାର ହାତରେ ରହିବ କ୍ଷମତା।
୨-କରୋନାରୁ ସୁସ୍ଥ ହେଲେ ରାଜ୍ୟରେ ଆକ୍ରାନ୍ତ ହୋଇଥିବା ସମସ୍ତ ୨୦ଜଣ ଛୋଟ ପିଲା।
୩-ସ୍କୁଲ୍ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି : ପ୍ରଥମରୁ ଅଷ୍ଟମ ଯାଏ ସମସ୍ତେ ପାସ୍, ନବମ ଓ ଏକାଦଶ ଶ୍ରେଣୀ ପାଇଁ ଦେଖାଯିବ ଷାଣ୍ମାସିକ ଓ ୟୁନିଟ୍ ଟେଷ୍ଟର ମାର୍କ।
୪-ଓଡ଼ିଶା ମାଟିରେ ଚାଳିକି ଯିବେନି ଶ୍ରମିକ, ନିକଟସ୍ଥ ଥାନାକୁ ଯୋଗାଯୋଗ କରିବାକୁ ଡ଼ିଜିଙ୍କ ପରାମର୍ଶ।
୫-ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ମାଟ୍ରିକ୍ ଖାତା ଦେଖିବାକୁ ଆସୁଥିବା ଶିକ୍ଷକଙ୍କ ପାଇଁ ଖାଇବା ଓ ରହିବା ବନ୍ଦୋବସ୍ତ କର।
୬-ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ରାଜ୍ୟ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ।
୭-କରୋନା କାରଣରୁ ବଦଳିଲା ଓଡ଼ିଶା ହାଇକୋର୍ଟ ଆଇନଜୀବିଙ୍କ ଡ୍ରେସ କୋର୍ଡ।କଳା କୋର୍ଟ ଏବଂ ଗାଉନ ବଦଳରେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ ପରାମର୍ଶ।
୮-ଭୁବନେଶ୍ୱର: ମହଙ୍ଗା ଭତ୍ତାରେ ୧୦% ବୃଦ୍ଧି ମଞ୍ଜୁର,୨୦୧୯ ଜୁଲାଇରୁ ପିଛିଲା ଭାବେ ଲାଗୁ ହେବ।
୯-୨୨ରେ ଦେଶବ୍ୟାପୀ ଧର୍ମଘଟ କରିବେ ୧୦ଟି ଟ୍ରେଡ୍ ୟୁନିଅନ, ଶ୍ରମ ଆଇନର ସସ୍ପେନସନକୁ ବିରୋଧ।
୧୦-ଚଳିତ ବର୍ଷ ସାମାନ୍ୟ ବିଳମ୍ବରେ ଆସିବ ମୌସୁମୀ, ଜୁନ ୫ ରେ କେରଳ ଛୁଇଁବ ।
୧୧-ଆତ୍ମନିର୍ଭର ପ୍ୟାକେଜର ତୃତୀୟ  ପର୍ଯ୍ୟାୟ: କୃଷି ପାଇଁ ବିନିଯୋଗ କରାଯିବ ୧ ଲକ୍ଷ କୋଟି ଟଙ୍କା।
୧୨-ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା।୧୨ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି।
୧୩-ଆଜିଠାରୁ ୨ୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍ : ସ୍ବଦେଶ ଫେରିବା ପାଇଁ ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟଙ୍କ ପଞ୍ଜିକରଣ।

Leave A Reply

Your email address will not be published.