ସଂକ୍ଷେପରେ ଆଜିର ଖବର ୧୩/୦୪/୨୦, ସୋମବାର

0 517

୧-ଆଜି ଚଳିବ ପାଞ୍ଜି,ଜମିବନି ପଣା ,ଫିକାପଡିବ ବିଷୁବ ମିଳନ।
୨-ଲକଡାଉନ ଭିତରେ ଭୁବନେଶ୍ୱର ଓ କଟକରେ ଚାଲିବ ଓଲା । ୧୦୦ଟି ଓଲା କ୍ୟାବକୁ କମିଶନରେଟ ପୁଲିସ ଅନୁମତି ଦେଇଥିବା ସୂଚନା । କେବଳ ଅସୁସ୍ଥମାନଙ୍କୁ ହସ୍ପିଟାଲ ନେବା ପାଇଁ ଚାଲିପାରିବ ଏହି କ୍ୟାବ।
୩-ରାଉରକେଲା:ବିଶ୍ରା ସହର ସମେତ ୧୦ ଗାଁ ସିଲ୍,ସେପଟେ କେନ୍ଦ୍ରାପଡ଼ା ରାଜନଗରର ୨ଟି ଗାଁ ୪୮ ଘଣ୍ଟା ପାଇଁ ସିଲ୍।
୪-ପାଣିପାଗ:୧୦ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରୀ ଉପରେ,୧୭ ପର‌୍ୟ୍ୟନ୍ତ କିଛି ଜିଲ୍ଲାରେ ବର୍ଷା ସହିତ ଘୂର୍ଣ୍ଣିଝଡ ଆଶଙ୍କା।
୫-ଅତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ସ୍ବାଭାବିକ କରିବାକୁ କେନ୍ଦ୍ରର ପରାମର୍ଶ।
୬-ଆଜି ଠାରୁ ଆଖଣ୍ଡଳମଣିଙ୍କ ଶୀତଳଉପଚାର ନୀତି ଆରମ୍ଭ, ଲାଗି ହେବନି ଗୋପାଳଭକ୍ତଙ୍କ ଜଳଭାର।ଲକଡାଉନ ପ୍ରର‌୍ୟ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।
୭-ଲକଡାଉନ କଟକଣାରୁ ବାଦ ପଡିଲା ମତ୍ସ୍ୟଚାଷ ଓ ଚାଷୀ: ମାଛ ଧରିବାକୁ ଯାଇପାରିବେ ମତ୍ସ୍ୟଜୀବୀ, ବଜାରରେ କରିପାରିବେ ବିକ୍ରି; ସମସ୍ତ ମତ୍ସ୍ୟଜାତୀୟ ସମାଗ୍ରୀ ବିକ୍ରି ଉପରୁ ଉଠିଲା କଟକଣା।
୮-ଗଞ୍ଜାମ: ଦଣ୍ଡଯାତ ଉପରେ ପ୍ରଶାସନର କଟକଣା।
୯-ଭୁବନେଶ୍ୱର: ସରକାରୀ ବିଦ୍ୟାଳୟରେ ଅଭିନବ ପ୍ରୟାସ:ହ୍ବାଟସପରେ ଚାଲିଳାଣି ପାଠପଢ଼ା ।
୧୦-ବୁର୍ଲା: ସ୍ୱେଚ୍ଛାସେବୀ ରକ୍ତଦାନ ସଂସ୍ଥା ତ୍ୟାଗ ତରଫରୁ ସକାଳେ ସ୍ୱେଚ୍ଛାକୃତ ରକ୍ତଦାନ ଓ ସନ୍ଧ୍ୟାରେ ରନ୍ଧାଖାଦ୍ୟ ବଣ୍ଟନ।
୧୧-ଅର୍ଥନୀତିକୁ ଗତିଶୀଳ ଲାଗି ଯୋଜନା – ରେଡ, ଅରେଞ୍ଜ ଓ ଗ୍ରୀନ ଜୋନ୍ରେ ବିଭକ୍ତ ହେବ ଦେଶ।
୧୨-ପାକ୍ ର ପୁଣି ଅସ୍ତ୍ର ବିରତି ଉଲଂଘନ, ତିନି ଭାରତୀୟ ନାଗରିକ ମୃତ,୧୫ ପାକ୍ ସୈନିକ ଓ ୮ ଆତଙ୍କବାଦୀ ନିପାତ।

Leave A Reply

Your email address will not be published.