ବାରଙ୍ଗ:୧୫/୭(ଏସଏସଏନ୍) ଭୁବନେଶ୍ୱର ଉପକଣ୍ଠ ବରିମୁଣ୍ଡ ପଞ୍ଚାୟତ ର ୮ ନମ୍ବର ୱାର୍ଡ ଭୁଁୟାଁ ସାହିରୁ ବୁଧବାର ଜଣେ ବ୍ୟକ୍ତି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ବ୍ୟକ୍ତି ୨୭ ବର୍ଷୀୟ ଯୁବକ ଅଟନ୍ତି। କରୋନା ପଜିଟିଭ୍ ଚିହ୍ନଟ ପରେ ଗ୍ରାମରେ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ରେ ରଖି ବରିମୁଣ୍ଡ ସରପଞ୍ଚ ଜିଲ୍ଲାପାଳ କ୍ଷମତା ବ୍ୟବହାର କରି ବରିମୁଣ୍ଡ ଓ ଜରିପାଟଣା ଦୁଇଟି ଗ୍ରାମ କୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି।ସରକାରୀ ନିୟମ ଅନୁସାରେ ବୁଧବାର ରାତ୍ରି ୯ ଘଟିକା ଠାରୁ ସୋମବାର ସକାଳ ୭ ଘଟିକା ପର୍ଯ୍ୟନ୍ତ ଉକ୍ତ ଦୁଇ ଗ୍ରାମକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି। ତାସହିତ ୮ ନମ୍ବର ୱାର୍ଡ ଭୁଁୟାଁ ସାହିକୁ ଜିଲ୍ଲାପାଳ କଣ୍ଟେ୍ନମେଣ୍ଟ ଜୋନ୍ ମଧ୍ୟ ଘୋଷଣା କରିଛନ୍ତି।ସହରାଞ୍ଚଳରେ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏବେ ଗ୍ରାମାଞ୍ଚଳ ମାନଙ୍କରେ ନିଜର କାୟା ବିସ୍ତାର କରିବାରେ ଲାଗିଛି ଅଦୃଶ୍ୟ ମହାମାରୀ କରୋନା ।କରୋନା ଭୁତାଣୁ ସହରରୁ ଗ୍ରାମାଞ୍ଚଳ ଆଡ଼କୁ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି।ଯାହା ଫଳରେ ଗୋଷ୍ଠୀ ସଂକ୍ରମଣ ର ଆଶଙ୍କା ଦେଖା ଯାଉଛି,ଯାହାକୁ ଏଡାଇ ମଧ୍ୟ ଦିଆଯାଇନପାରେ ବୋଲି ବୃଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।
Prev Post
Next Post