ସ୍କୁଲ ରୁ ପିଲା ଚୋରି

0 316

ବାରଙ୍ଗ:୨୯/୨(ଏସଏସଏନ୍)ସ୍କୁଲ କୁ ପାଠ ପଢିବାକୁ ଆସିଥିବା କୁନି ପିଲା ଗୁ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ସୁଚନା ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ଅଧିନରେ ଥିବା ଉପ୍ରା ପ୍ରାଥମିକ ବିଦ୍ୟାଳୟରେ । ଘଟଣା ରୁ ପ୍ରକାଶ ଯେ , ବାଲେଶ୍ବର ଅଞ୍ଚଳର ପବନା ପରିଡା ଉକ୍ତ ଥାନା ଅଧିନରେ ରହି କଣ୍ଟ୍ରାଟର ଭାବେ କାମ କରନ୍ତି । ଆସି ସକାଳେ ତାଙ୍କ ୭ ବର୍ଷର ପୁଅ ରଘୁନାଥ ପୁର ଉପ୍ରା ପ୍ରାଥମିକ ସ୍କୁଲରେ ପାଠ ପଢେ । ସକାଳ ୯ ଟା ସମୟରେ ଖାଇବା ଛୁଟି ହୋଇଥିବା ବେଳେ ସ୍କୁଲ ର ବାହାରେ ଥିବା ଦୁର୍ବୁତ୍ତ ପିଲା କୁ ଡାକିଥିଲେ । ସଙ୍ଗେ ସଙ୍ଗେ ଗୋଟେ ସ୍କୁଟି ରେ ପିଲାକୁ ଟେକି ନେଇ ଫେରାର୍ ହୋଇଯାଇଥିବା ଜଣା ପଡିଛି । ଏନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବିଭିନ୍ନ ସ୍ଥାନରେ ଛାନ୍ ଭିନ୍ ଜାରି ରଖିଛି ।

Leave A Reply

Your email address will not be published.