ସେଲଫି ହେଲା କାଳ, ବୁଡ଼ିଗଲେ ୭ଜଣ

0 352

ଭୁବନେଶ୍ବର, ୧୯/୦୧(ସତ୍ୟସନ୍ଧାନ ଡେସ୍କ) ସେଲଫି ନେବା ଆଜିକାଲି ଏକ ଫ୍ୟାସନ୍ ହୋଇଗଲାଣି। ସେଲଫି ନିଶା ଏମିତି ଘାରିଛି ଯେ ଲୋକେ ଆଉ ଜାଗା ବି ଦେଖୁ ନାହାନ୍ତି। ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେଇ ଅନେକ ଲୋକ ଜୀବନ ହାରିଲେଣି। ତଥାପି ନିଶା ଛାଡ଼ୁନି। ଏହିଭଳି ଏକ ଘଟଣା ଘଟିଛି ମଧ୍ୟ ପ୍ରଦେଶ। ମଧ୍ୟ ପ୍ରଦେଶ ଦେବାସରେ ସେଲଫି ନେବା ଚକ୍କରରେ ୭ଜଣ ପାଣିରେ ବୁଡି ଯାଇଛନ୍ତି। ୬ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାର୍ଯ୍ୟ ପରେ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି। ନାବାଳିକା ନିଜ ସମ୍ପର୍କୀୟଙ୍କ ସହ ପିକନିକ କରିବାକୁ ଯାଇଥିଲେ। କିନ୍ତୁ ପିକନିକ ତାଙ୍କ ପାଇଁ କାଳ ସାଜିଲା।
ଦେବାସ ରାଜନାଲ ପୋଖରୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ନାବାଳିକା ନିଜ ସମ୍ପର୍କୀୟଙ୍କ ସହ ପିକନିକ କରିବାକୁ ଯାଇଥିଲେ। ସାଙ୍ଗରେ ଅନ୍ୟ ମହିଳା ଓ ଯୁବତୀମାନେ ଥିଲେ। ପିକନିକ ବେଳେ ସମସ୍ତେ ସେଲଫି ନେବାରେ ବ୍ୟସ୍ତ ଥିଲେ। ସେଲଫି ନେବାବେଳେ ଜଣେ ନାବାଳିକା ହଠାତ ପୋଖରୀରେ ପଡିଯାଇଥିଲେ। ନାବାଳିକାକୁ ଉଦ୍ଧାର କରିବା ଚକ୍କରରେ ୬ଜଣ ମହିଳା ଓ ଯୁବତୀ ଜଣେ ପରେ ଜଣେ ପୋଖରୀରେ ଦେଇନଥିଲେ। ସେଠାରେ ଉପସ୍ଥିତ ମାଛ ଧରାଳି ସେମାନଙ୍କୁ ଉଦ୍ଧାର କରିଥିଲେ କିନ୍ତୁ ଜଣକୁ ବଞ୍ଚାଇ ପାରିଲେନି। ଅନ୍ଧାର ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ରୋକିବାକୁ ପଡିଥିଲା। ସକାଳୁ ପୁଣି ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା। କିଛି ସମୟରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Leave A Reply

Your email address will not be published.