ଶିବରାଜ ଦେଲେ ଚେତାବନୀ ,କହିଲେ ୧୦ ଫୁଟ୍‌ ମାଟି ତଳେ ପୋତି ଦେବି

ଖବର ଆଜିର,ତାରିଖ ୨୬-୧୨-୨୦ ଶନିବାର

0 336

୧-ଆନ୍ଦୋଳନ ଭିତରେ ଅନ୍ନଦାତାଙ୍କ ସହ କଥା ହେଲେ ମୋଦି । ୯ କୋଟି ଚାଷୀଙ୍କ ଖାତାକୁ ୧୮ ହଜାର କୋଟି ପଠାଇବା ସହ ବିରୋଧୀଙ୍କୁ କଲେ ସମାଲୋଚନା ।
୨-ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ ଜୟକିଶୋର ପ୍ରଧାନ ।
୩-ଗୁଣ୍ଡା-ମାଫିଆଙ୍କୁ ଶିବରାଜଙ୍କ ଚେତାବନୀ, କହିଲେ- ରାଜ୍ୟ ଛାଡ଼ିଦିଅ, ନହେଲେ ୧୦ ଫୁଟ୍ ମାଟି ତଳେ ପୋତି ଦେବି
୪-ନୂଆପଡ଼ା ଚାଷୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି ।
୫-ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅନ୍ତର୍ଗତ ବିଶପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମନ୍ୟ ଜମିଜମାକୁ କେନ୍ଦ୍ର କରି ନିଜ ବାପା-ମାଙ୍କୁ ଶିଳପୁଆରେ ଛେଚି ଅତି ନିର୍ମମ ଭା​‌ବେ ହତ୍ୟା କରିଛି ନୃଶଂସ ପୁଅ ।
୬-କୋଭିଡ୍‌ର ନୂଆ ରୂପକୁ ନେଇ ଚିନ୍ତାରେ ପଡ଼ିଲେଣି ରାଜ୍ୟ ସରକାର; ବ୍ରିଟେନ୍ ଫେରନ୍ତା ଶିଶୁ କରୋନା ପଜିଟିଭ୍ ।
୭-ନୂଆବର୍ଷରେ ରାଜ୍ୟ ପାଇବ ନୂଆ ମୁଖ୍ୟ ଶାସନ ସଚିବ । ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି । ଅବସର ପୂର୍ବରୁ ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ।
୮-ନାବାଳକ ହେଲେ ବି ପରୀ ହତ୍ୟାକରୀକୁ ମିଳିନପାରେ ନିସ୍ତାର । ନିର୍ଭୟାକାଣ୍ଡ ପରେ ବଦଳିଛି ଜୁଭେନାଇଲ ଆକ୍ଟ । ୧୬ରୁ ୧୮ ବର୍ଷର ଦୋଷୀଙ୍କୁ କଠୋର ଦଣ୍ଡବିଧାନ କରିପାରିବେ ବିଚାରପତି ।
୯-ନୂଆ Covid ଷ୍ଟ୍ରେନକୁ ନେଇ ତେଲେଙ୍ଗାନାରେ ଆତଙ୍କ, ରାଜ୍ୟକୁ ବ୍ରିଟେନରୁ ଫେରିଛନ୍ତି ୧୨ଶହ ଲୋକ ।
୧୦-ଭାରତରେ ପ୍ରତି ଘଣ୍ଟାରେ ୬ ଜଣ ବାଇକଚାଳକ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି : ରିପୋର୍ଟ ।
୧୧-ଚେନ୍ନାଇ ପାର୍କରୁ ବିଶ୍ବର ଦ୍ବିତୀୟ ବୃହତ୍ତ ଆଲ୍‌ଡାବ୍ରା କଇଁଛ ଗାଏବ, ଅନ୍ତର୍ଜାତୀୟ ବଜାରରେ ଦାମ ୧୦ ଲକ୍ଷ ଟଙ୍କା ।
୧୨-ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ବିଜୟ ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ ଭାରତ । ଡେବ୍ୟୁ କରିବେ ଶୁଭମନ ଗିଲ, ମହମ୍ମଦ ସିରାଜ।
୧୩-ଜାନୁଆରୀ ୧ରୁ ଟୋଲ୍ ପ୍ଲାଜା ଅତିକ୍ରମ କରି ପାରିବେ ନାହିଁ ବିନା ଫାସ୍‌ଟ୍ୟାଗ୍ କାର, ୧ କି.ମି. ଦୂରରୁ ଅଟକାଇବ ଏନଏଚଆଇ ।
୧୪-ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ପୁଣି ବିପୁଳ ପରିମାଣର ଟଙ୍କା ସହ ବନ୍ଧୁକ ଓ ଗୁଳି ଜବତ ।
୧୫-ପରୀ ହତ୍ୟା ମାମଲା: ଆଇନଜୀବୀ କହିଲେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାକୁ ଏସଆଇଟିକୁ ଆହୁରି ପ୍ରମାଣ ଦରକାର ।
୧୬-ସୁପରଷ୍ଟାର ରଜନୀକାନ୍ତ ଅସୁସ୍ଥ । ହଠାତ୍ ରକ୍ତଚାପ ବୃଦ୍ଧି ଯୋଗୁଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ।

Leave A Reply

Your email address will not be published.