ସିଲ୍ ହେଲା ବ୍ଲୁ ହୁଇଲ

0 658

ଭୁବନେଶ୍ୱର,୨୪/୬(ଏସ୍‌ଏସ୍‌ନିୟୁଜ) ମଂଚେଶ୍ୱରଠାରେ ଥିବା ବ୍ଲୁହୁଇଲ ହ୍‌ସପିଟାଲକୁ ବିଏମସି ସିଲ୍ କରିଛି । ଏହି ହସ୍ପିଟାଲରେ ୨୭ଜଣ କରୋନା ପଜିଟିଭ ଚହ୍ନଟି ହେବାପରେ ବିଏମସି ଏହିଭଳି ନିଷ୍ପତି ନେଇଛି ।ଆଗକୁ ସଂକ୍ରାମଣର ଭୟ ରହିଥିବାରୁ ଏହାକୁ ସିଲ କରିବା ସହ ହସ୍ପିଟାଲ କର୍ତୁପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛି ।ଗତ ୧୩ତାରିଖରେ ଜଣେ ରୋଗୀ ଚିକିସ୍‌।ପାଇଁ ଏଠାକୁ ଆସିଥିବା ବେଲେ ତାଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବାପରେ ତାଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଥିଲା । ପରେ ଏହି ରୋଗୀର ଚିକିସ୍‌। କରିଥିବା ଡାକ୍ତର ,ନର୍ସ ସହ ଅନ୍ୟମାନ ଙ୍କର ପରୀକ୍ଷା ପରେ ୨୭ଜଣଙ୍କର ପଜିଟିଭ ବାହାରିଥିଲା ।ଏହି ଡାକ୍ତରଖାନାକୁ ଚିକିସ୍‌।ପାଇଁ ଲୋକ ଅ।ସୁଥିବାରୁ ସଂକ୍ରାମଣର ଭୟ ଥିବା ସହ କୋଭିଡ-୧୯ ନୀୟମ ଉଲଙ୍ଘନ କରିଥିବା ଯୋଗୁ ଏଭିଭଳି ନିଷ୍ପତି ବିଏମସି ନେଇଥିବାର ଜଣାପଡିଛି ।

 

Leave A Reply

Your email address will not be published.