ସୀମା ବିବାଦରେ ରହିଲା ଓଡ଼ିଶା କଥା

0 334

ଖବର ଆଜିରତାରିଖ ୦୫-୧୨-୨୦ ଶନିବାର
୧-ପ୍ରଥମ ଟି-ଟ୍ୱେଣ୍ଟିରେ ବାଜି ମାରିଲା ଟିମ୍ ଇଣ୍ଡିଆ: ୧-୦ରେ ସିରିଜ୍ ଆଗୁଆ
୨-ଆଶା ଦେଖାଇଲେ ପ୍ରଧାନମନ୍ତ୍ରୀ, ଭାରତରେ ଖୁବଶୀଘ୍ର କରୋନା ଟିକା ।
୩-ବିଜୟ ମାଲ୍ୟାକୁ ବଡ ଝଟକା । ଫ୍ରାନ୍ସରେ ଥିବା ୧୪ କୋଟି ଟଙ୍କାର ସମ୍ପତ୍ତି  ହେଲା ଜବତ ।
୪-ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭୟକାନ୍ତ ପାଠକ । ପୂର୍ବରୁ ଭିଜିଲାନ୍ସ କୋର୍ଟରେ ଜାମିନ ଆବେଦନ ଖାରଜ ହୋଇଥିଲା ।
୫-ଶେଷରେ ଭିଜିଲାନ୍ସ ଏସ୍‌ଆଇଟି ଆଗରେ ସତ ଉଗାରିବାକୁ ବାଧ୍ୟ ହୋଇଛି ଆକାଶ ପାଠକ। ସେ କେବେ ବି ଟାଟା ମୋଟର୍ସ(ପାସେଞ୍ଜର ଡିଭିଜନ୍) ଏମ୍‌ଡି ନଥିଲା ବୋଲି ମାନିଯାଇଛି। 
୬-IFS ଅଭୟକାନ୍ତଙ୍କ ପୁଅ ଆକାଶଙ୍କ ଆକାଉଣ୍ଟରୁ ପୁଣି ମିଳିଲା କୋଟିଏ ୪୭ ଲକ୍ଷ ।
୭-୪ ମାସରେ ଅଢ଼େଇ କୋଟି ଜମାର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚଠାରୁ ଦସ୍ତାବିଜ୍ ନେଲା ଇଡି, ବଢ଼ୁଛି ପ୍ରଦୀପଙ୍କ ଅଡ଼ୁଆ ।
୮-ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ : ‘୫ ଓ ୬ ତାରିଖରେ ଭୋଟ ଗ୍ରହଣ କେନ୍ଦ୍ରରେ ସ୍ବତନ୍ତ୍ର ଅଭିଯାନ’ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା’ ।
୯-ଅଡ଼ୁଆ ବଢ଼ାଇଲା ପରୀ ମାମଲା : ଆନ୍ଦୋଳନ ତୀବ୍ର କରିବାକୁ ବିଜେପି, କଂଗ୍ରେସର ସଜବାଜ ।
୧୦-‘ମୋ ସ୍କୁଲ’ରେ ୨୮ ଜିଲ୍ଲାର ୨୬୫୭ ବିଦ୍ୟାଳୟ ସାମିଲ ।
୧୧-ଋଣ କ୍ଷମାଲାଗି UNରେ ନିବେଦନ କଲା ପାକିସ୍ତାନ, କହିଲା କରୋନା ବିଗାଡି ଦେଇଛି ଅଭାବୀ ଦେଶର ଅର୍ଥନୀତି ।
୧୨-ପରୀ’ ମୃତ୍ୟୁ ଘଟଣା – ନୟାଗଡ଼ ଏସପି, ଜିଲ୍ଲାପାଳଙ୍କୁ ସମନ କଲେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ।
୧୩-କରେ।ନା ଟିକା ବଂଟନ ପ୍ରକ୍ରିୟା : ରାଜ୍ୟରେ ଟାସ୍କଫେ।ର୍ସ ଗଠନ ପ୍ରକ୍ରିୟା ଶେଷ ବେ।ଲି ସୂଚନା ଦେଲେ ବିଜେଡି ସାଂସଦ ଚନ୍ଦ୍ରଶେଖର ।
୧୪-ଭାରତର ଟିକା ଗବେଷଣା ଉପରେ ସାରା ବିଶ୍ବର ନଜର, ହାଇଦ୍ରାବାଦରେ ଭାରତ ବାୟୋଟେକ ପରିଦର୍ଶନ କରିବେ ୮୦ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ।
୧୫-ଭାରତର ଅର୍ଥନୀତିକୁ ନେଇ ରିଜର୍ଭ ବ୍ୟାଙ୍କର ମନ୍ତବ୍ୟ । ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଲେ, ଆଶା ଠାରୁ ଅଧିକ ବେଗରେ ସୁଧୁରୁଛି ଦେଶର ଅର୍ଥନୀତି ।
୧୬-ଡିଲ୍ ଫାଇନାଲ୍‌: ଭାରତକୁ ୯୦ ମିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ ଦେବ ଆମେରିକା ।
୧୭-ଆଜି ପୁଣି କୃଷକ-ସରକାର ଆଲୋଚନା । ଆଇନରେ ସଂଶୋଧନ ପାଇଁ ରାଜିଥିବା ସଙ୍କେତ ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଚାଷୀ ସଂଗଠନ
୧୮-ଆନ୍ଧ୍ର-ଓଡ଼ିଶା ସୀମା ବିବାଦରେ ରହିଲା ଓଡ଼ିଶା କଥା । ମାଡ୍ରାସ ପ୍ରେସିଡେନ୍ସି ଦେଇଥିବା ପଥର ଚିହ୍ନ ଓ ୧୯୬୩ର ମାନଚିତ୍ର ଅନୁସାରେ ସୀମା ନିର୍ଦ୍ଧାରଣ ପାଇଁ ରାଜି ହେଲେ ଦୁଇ ରାଜ୍ୟ  ।
୧୯-ଗଞ୍ଜେଇକୁ ନେଇ ଆଭିମୁଖ୍ୟ ରଖିଲା ମିଳିତ ଜାତିସଂଘ । କହିଲା, ବିପଦଜ୍ଜନକ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ । ବିପଦଜ୍ଜନକ ତାଲିକାରୁ ହଟାଇବା ପାଇଁ ଭାରତ ବି ଦେଲା ମତ
୧୯-ଆଜିଠାରୁ ଦୁଇଦିନ ଯାଏଁ ମାଗଣାରେ ଉପଲବ୍ଧ ହେବ ନେଟଫ୍ଲିକ୍ସ, ଏଭଳି କରି ଆପଣ ପାଇପାରିବେ ମାଗଣା ସବସ୍କ୍ରିପସନ ।
୨୦-ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କଲେ ହୁଡ୍ଡା, ଖଟ୍ଟର ସରକାରଙ୍କ ବିରୋଧରେ ଆଣିବେ ଅବିଶ୍ୱାସ ପ୍ରସ୍ତାବ ।
୨୧-ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୪.୨ ପ୍ରତିଶତ : ମୋଟ୍‍ ସଂକ୍ରମଣର ୪.୩୫ ଭାଗ ସକ୍ରିୟ ଆକ୍ରାନ୍ତ ।

Leave A Reply

Your email address will not be published.