ସ୍କୁଲଟାଟାମ୍ୟାଜିକ୍‌ରେ ଲାଗିଲା ନିଆଁ,ଅଳ୍କକେ ବର୍ତିଲେ୨୫ ପିଲା

0 467

ବାରଙ୍ଗ,୨/୩(ଏସଏସନିୟୁଜ)ସ୍କୁଲଟାଟାମ୍ୟାଜିକ ଗାଡିରେ ଲାଗିଲା ନିଆଁ ।ସୈାଭାଗ୍ୟବଶତ ଗ୍ରାମର ପିଲାମାନେ ଗାଡିରୁ ସ୍କୁଲପିଲାମାନଙ୍କୁ ଉଦ୍ଧାର କରିବା ଫଳରେ ଏକ ବଡ ଦୁର୍ଘଟଣାରୁ ସମସ୍ତେ ବର୍ତି ଯାଇଥିଲେ । ଏହିଭଳି ଏକ ଘଟଣା ସୋମବାରଦିନ ମଂଚେଶ୍ୱରଥାନା ଅର୍ନ୍ତଗତ କଳାରାହଙ୍ଗ ଗ୍ରାମରେ ଘଟିଥିବାର ଜଣାପଡିଛି ।
ପ୍ରକାସ ଯେ, ପଟିଆ ସରସ୍ୱତୀ ଶିଶୁମନ୍ଦିରରେ ପଢୁଥିବା ୨୫ଜଣ ଛୋଟଛୋଟ ପିଲାମାନଙ୍କୁ ଓଡି୦୨-କ୍ୟୁ-୬୭୪୪ନଂ ଏକ ଟାଟାମ୍ୟାଜିକ ଗାଡି ଛାଡିବାକୁ ସୋମବାରଦିନ ସାଢେ୧୦ଟାରେ ଆସିଥିଲା ।

କଳାରାହଙ୍ଗ ଗ୍ରାମ ଜେନାସାହିପାଖରେ ଗାଡିଟି ପହଁଚିବାବେଳେ ହଠାତ ଗାଡଟି ଧୁଆଁମୟ ହୋଇଯାଇଥିଲା । ଏହାର କିଛିସମୟପରେ ଗାଡିରେ ନିଆଁଲାଗିବା ଆରମ୍ଭ ହୋଇଥିଲା ।ଜେନାସାହିର ରାଜା,ଦିପୁ,ରାଜୁଆ,ବଳିଆଙ୍କ ସହ କିଛି ଯୁବକ ଏହାଦେଖିବା ସହ ଗାଡି ଚାଳକ ସହ ମିଶି ଭୟଭିତ ଅବସ୍ଥାରେ ଥିବା ପିଲାମାନଙ୍କୁ ଉଦ୍ଧାର କରିଥିଲେ ।ପରେ ପାଣି ପକାଇ ନିଆଁ ଲିଭାଇଥିଲେ । ନିଆଁ ଲିଭା ପରେ ସେହି ଗାଡିରେ ପିଲାମାନଙ୍କୁ ପୁଣି ନେବାକୁ ଗାଡି ଚାଳକ ଉଦ୍ୟମ କରିବାପରେ ଦେଖାଦେଇଥିଲା ଉତେଜନା । କିଛି ଯୁବକ ସ୍କୁଲଗାଡିର ଫିଟନେସ ନଥିବାର ବାହନ ଆପରେ ଦେଖିବାପରେ ଉତେଜନା ପରିମାଣ ବୃଦ୍ଧି ସହ ପ୍ରଧାନଶିକ୍ଷକଙ୍କ ଗିରଫ ଦାବୀ କରିଥିଲେ । ଖବରପାଇ ଇନଫୋସିସ ଓ ମଂଚେଶ୍ୱରଥାନା ପିସିଆର ଆସି ଘଟଣାକୁ ହାଲକା ଢଙ୍ଗରେ ଗ୍ରହଣ କରିବାରୁ ଉତେଜନା ପରିମାଣ ବଢିଥିଲା ।ଶେଷରେ ବିଦ୍ୟାମନ୍ଦିର ପକ୍ଷରୁ ଅନ୍ୟ ଏକ ଗାଡି ଆଣି ପିଲାମାନଙ୍କୁ ନେବାକୁ ଉଦ୍ୟମ କରାଯିବର ଉଦ୍ୟମ କୁ ଗ୍ରାମବାସୀମାନେ ବିରୋଧ କରିବା ସହ ପ୍ରଥମେ ଗାଡିକୁ ଜବତ କରିବାକୁ ଅଡି ବସିଥିଲେ ।ବାଧ୍ୟହୋଇ ପୋଲିସ ଟାଟାମ୍ୟାଜିକଗାଡିକୁ ଜବତକରିବା ସହ ଘଟଣାସ୍ଥଳକୁ ଆସିଥିବା ସ୍କୁଲପରିଚାଳକଙ୍କ ବାଇକକୁ ଜବତ କରିବାପରେ ଉତେଜନା ହ୍ରାସ ପାଇଥିଲା ।

Leave A Reply

Your email address will not be published.