ସ୍ଥଗିତ ହେଲା କାଳିଆ ଟଙ୍କା ଫେରସ୍ତ

0 317

ଭୁବନେଶ୍ୱର,୯ /୮ (ଏସ ଏସ ନିଯୂଜ )କାଳିଆ ଯୋଜନା ଟଙ୍କା ଫେରସ୍ତ ଲାଗି ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତିକୁ ସରକାର ଏବେ ସ୍ଥଗିତ ରଖିଛନ୍ତି। ଚାଷୀଙ୍କ ଉପରେ ଚାପ ନ ପକାଇବା ସହ କରୋନା ସ୍ଥିତି ଓ ଖରିଫ ଚାଷକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହିତ  କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ ସମସ୍ତ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ପକ୍ଷରୁ ଜଣାଇ ଦିଆଯାଇଛି ।ଏହି ଯୋଜନାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଟଙ୍କା ମିଳିଯାଇଥିବା ଅଭିଯୋଗ ହେବା ପରେ ସରକାର ଏହି ଅର୍ଥ ଆଦାୟ ଲାଗି ଏକ ନିର୍ଦ୍ଦେଶାନାମା ଜାରି କରିଥିଲେ।

Leave A Reply

Your email address will not be published.