ସ୍ଥାନୀୟ ପ୍ରଶାସନ ଟ୍ୱିଟର ଆକାଉଣ୍ଟ୍ ଖୋଲିବାକୁ ନିବେଦନ

0 230

ଡେଲାଙ୍ଗ,୧/୮(ଏସ॰ଏସ॰ନିୟୁଜ ) କୋଭିଡ୍ ସୁରକ୍ଷା କଟକଣା ଯୋଗୁଁ ଜନସାଧାରଣ ଅତ୍ୟାବଶ୍ୟକୀୟ ସେବା ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ବକ୍ତିଗତ ଭାବେ ଯାଇପାରୁ ନଥିବା ସମସ୍ୟା ପ୍ରତି ଦୃଷ୍ଟି ରଖି ବିଡିଓ ଏବଂ ତହସିଲଦାର ଟ୍ୱିଟର ଆକାଉଣ୍ଟ୍ ଖୋଲିବାକୁ ନିବେଦନ କରାଯାଇଛି । ଡେଲାଙ୍ଗ ଟ୍ୱିଟର କ୍ଲବ୍‌ର ସଭାପତି ରଶ୍ମିରଞ୍ଜନ ପ୍ରଧାନ, ସମ୍ପାଦକ ବିଶ୍ୱଜିତ୍ ପାଢ଼ୀ, କୋଷାଧ୍ୟକ୍ଷ ଅଧ୍ୟାପକ ତ୍ରିନାଥ ପରିଡ଼ା, ରାକେଶ ପଣ୍ଡା ପ୍ରମୁଖ ସ୍ଥାନୀୟ ବିଡିଓ ଏବଂ ତହସିଲଦାରଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ କରିବା ସହ ଏହା କାର୍ଯ୍ୟକାରୀ ହେଲେ ୫-ଟି ଶାସନ ବ୍ୟବସ୍ଥାର କାର୍ଯ୍ୟକାରିତା ତ୍ୱରାନ୍ୱିତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.