ଶୁଭାରମ୍ଭ ହେଲା ସିଏନ୍ ଜି ବସ ସେବା

0 302

ଭୁବନେଶ୍ୱର,୨୪/୧୨(ଏସ୍ଏସ୍ ନିଉଜ) ନୂଆଦିଲ୍ଲୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ମଙ୍ଗଳବାରଦିନ ଦେଶର ପ୍ରଥମଥରପାଇଁ ଦୁରଗାମୀ ସିଏନ୍ ଜି ବସର ଶୁଭାରମ୍ଭ ହୋଇଛି ।ଏହାକୁ ଆନୁଷ୍ଠାନିକଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଉଦଘାଟନ କରିଛନ୍ତି ।ଏହା ଏକ ସ୍ୱଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ।ପାକୃତିକଗ୍ୟାସ ବିତରଣ କମ୍ପାନୀ ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ ଆଇଜିଏଇ ସହଯୋଗରେ ଅଧିକ କ୍ଷମତା ବିଶିଷ୍ଟ ସିଏନଜି ସିଲିଣ୍ଡର ତିଆରି କରାଯିବା ପ୍ରଂଶସାର ବିଷୟ । ବସରେ ବ୍ୟବହୃତ ହେଉଥିବା ସିଏନଜି ସିଲିଣ୍ଡର ଥରେ ମାତ୍ର ସିଏନଜି ଭରିଲେ ବସଟି ୧ହଜାରେ କିମି ପର୍ଯ୍ୟନ୍ତ ଯାତାୟ।ତ କରିପାରିବ ।ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀରୁ ଡେରାଡୁନ ପର୍ଯ୍ୟନ୍ତ ୫ଟି ଦୁରଗାମୀ ସିଏନଜି ବସ ଯାତାୟ। କରିବ । ଖୁବଶିଘ୍ର ଦିଲ୍ଲୀରୁ ଜୟପୁର,ଚଣ୍ଡିଗଡ ଏବଂ ଅଗ୍ରାରେ ଏଭଳି ବସ ଯାତାୟ।ତ କରିବ ବୋଲି ପ୍ରଧାନ କହିଛନ୍ତି ।ଆଗାମି ପିଢିଙ୍କୁ ଭଲ ଭିତିଭୁମି ଉପଲବ୍ଧ କରେଇବାରେ ତଥା ସେମାନଙ୍କ ଜିବନ ଶୈଳିରେ ପରିବର୍ତନ କରିବାରେ ଏହା ଭାରତସରକାରଙ୍କର ବଡ ପଦକ୍ଷପ ବୋଲି କହିଛନ୍ତି । ସିଏନଜି ବସ ଆରମ୍ଭ ନୁଆକଥା ନୁହେଁ ,ବରଂ ଲମ୍ବାଯାତ୍ର। କରିପାରୁଥିବା ବସ ଆରମ୍ଭ କରାଯିବାର ନୁଆ ଅଧ୍ୟାୟ ଆଜି ଆରମ୍ଭ ହୋଛି ବୋଲି କହିଛନ୍ତି । କେନ୍ଦ୍ରସରକାର ଜୈବ ଇନ୍ଧନକୁ ଅଧିକ ପ୍ରାଥମିକତା ଦେଉଛନ୍ତି ।ଖୁବଶିଘ୍ର ଡିଜିଟାଇଲାଇଜେସନ ବା ମୋବାଇଲ ମାଧ୍ୟମରେ ପେଟ୍ରୋଲ,ଏଲପିଜି,ସିଏନଜି ପହଁଚାଇବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।

Leave A Reply

Your email address will not be published.