ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ନାୟକଙ୍କ ବିୟୋଗ

0 486

ଡେଲାଙ୍ଗ,୨୭/୩(ଏସଏସନିୟୁଜ) ବିଶିଷ୍ଟ ଗାନ୍ଧୀବାଦୀ ତଥା ସ୍ୱାଧୀନତା ସଂଗ୍ରାମୀ ପୂର୍ବତନ ଲୋକସଂପର୍କ ଅଧିକାରୀ ଚନ୍ଦ୍ରଶେଖର ନାୟକଙ୍କ ମାର୍ଚ୍ଚ ୨୫ ସକାଳୁ ବିୟୋଗ ଖବର ପାଇ ଡେଲାଙ୍ଗ ବ୍ଲକ୍‌ର ଐତିହାସିକ ବେରବୋଇ ଗାନ୍ଧୀ ସ୍ମାରକୀ ସମିତି ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପଟ୍ଟଶିଷ୍ୟ ସହଯୋଗୀ ସ୍ୱର୍ଗତ ପଣ୍ଡିତ କୃପାସିନ୍ଧୁ ହୋତାଙ୍କ ଉଦ୍ୟମରେ ପ୍ରତିଷ୍ଠିତ କସ୍ତୁରବା ଗ୍ରାମ ସେବା କେନ୍ଦ୍ର ପରିସରରେ ଗଭୀର ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ଚନ୍ଦ୍ରଶେଖର ମହାତ୍ମାଗାନ୍ଧୀଙ୍କ ୧୯୩୮ ମାର୍ଚ୍ଚ ୨୫ରୁ ୩୧ ବେରବୋଇ ଐତିହାସିକ ଗାନ୍ଧୀ ସେବା ସଂଘର ପ୍ରତ୍ୟକ୍ଷଦର୍ଶୀ ଥିଲେ ଓ ୧୯୬୯ ମସିହା ଗାନ୍ଧୀ ଶତବାର୍ଷିକୀ ଠାରୁ ବେରବୋଇରେ ପ୍ରତିବର୍ଷ ମାର୍ଚ୍ଚ ୨୫ ରୁ ୩୧ ମଧ୍ୟରେ ଆୟୋଜିତ ହୋଇ ଆସୁଛି ସ୍ମାରକୀ ସମାବେଶ । ଚନ୍ଦ୍ରଶେଖର ବାବୁ ସୁସ୍ଥ ଥିବା ପର୍ଯ୍ୟନ୍ତ ପ୍ରତି ବର୍ଷ ଏହି ସ୍ମାରକୀ ସମାବେଶକୁ ଆସୁଥିଲେ । ସଂଯୋଗ ବଶତଃ ଯେଉଁ ମାର୍ଚ୍ଚ ୨୫ରେ ମହାତ୍ମାଙ୍କ ବେରବୋଇ ସମ୍ମିଳନୀ ସହ ସ୍ମାରକୀ ସମିତି ସମାବେଶ ଓ ଗାନ୍ଧୀ ଦର୍ଶନ ଆଲୋଚନାରେ ସହଭାଗିତା ଦେଇ ଆସିଥିଲେ, ସେହି ମାର୍ଚ୍ଚ ୨୫ ତାରିଖ ସକାଳେ ତାଙ୍କ ପରଲୋକ ଗାନ୍ଧୀ ଦର୍ଶନ ପ୍ରତି ରହିଥିବା ନିଷ୍ଠାର ନିଦର୍ଶନ ବୋଲି ସ୍ମାରକୀ ସମିତି ସଭ୍ୟମାନେ ପ୍ରକାଶ କରିଛନ୍ତି । ଟ୍ରଷ୍ଟ ଅଧ୍ୟକ୍ଷା କୁନ୍ତଳା ବିଶ୍ୱାଳ, ସ୍ମାରକୀ ସମିତି ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, ଗାନ୍ଧୀତତ୍ୱ ପ୍ରଚାରକ ଅନାମ ଚରଣ ମଲ୍ଲିକ, କସ୍ତୁରବା ସଂଚାଳୀକା କବିତାରାଣୀ ପରିଡ଼ା, ଜୟନ୍ତୀ ବିଶ୍ୱାଳ, ବଲ୍ଲଭ ବିଶ୍ୱାଳ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିବା ସହ କରୋନା ଦୃଷ୍ଟିରୁ ଚଳିତ ବର୍ଷର ୨୯ ତାରିଖ ସମାବେଶକୁ ସ୍ଥଗିତ ରଖିବାକୁ ନିଷ୍ପତି ନେଇଥିଲେ ।

Leave A Reply

Your email address will not be published.