ସ୍ୱର୍ଗତ ପ୍ରଦୀପମହାରଥୀ ପତ୍ନୀଙ୍କ ବଡ଼ବୟାନ

0 431

ଭୁବନେଶ୍ୱର ୨୦।୧(ସତ୍ୟସନ୍ଧାନ ଡେସ୍କ)କିଛି ଦିନ ପରେ ପିପିଲିରେ ଅନୁଷ୍ଠିତ ହେବ ଉପନିର୍ବାଚନ । ଏଥିଲାଗି ସବୁ ରାଜନୈତିକ ଦଳ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖାସ୍ କରି ରାଜ୍ୟରେ ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପିପିଲି ବିଧାନସଭା ଆସନ ହାତେଇବା ପାଇଁ ତିନିଦଳ ଅଣ୍ଟାଭିଡଛନ୍ତି । ଏହାମଧ୍ୟରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପତ୍ନୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ କହିଛନ୍ତି ଯେ, ଉପ-ନିର୍ବାଚନରେ ଲଢିବାକୁ ସୁଯୋଗ ମିଳିଲେ ମୁଁ ଖୁସି ହେବି । ନିର୍ବାଚନ ଏକ ପ୍ରକିୟା । ଦଳ ଯାହା ନିଷ୍ପତ୍ତି ନେବ, ସେଥିରେ ମୁଁ ରାଜି ହେବି । ନିର୍ବାଚନ ପାଇଁ ଦଳର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ରହିଥାଏ । ତେଣୁ ଆଗୀମ ଦିନରେ ଦଳ ଯାହା ନିଷ୍ପତ୍ତି ନେବ, ତାହାକୁ ମୁଁ ସ୍ୱାଗତ କରିବି ।ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିପିଲି ବିଧାୟକଙ୍କ ଦେହାନ୍ତ ପର ଠାରୁ ଏହି ଆସନ ଖାଲି ପଡିଥିବାବେଳେ ଆଗାମୀ ଦିନରେ ଏହି ଆସନରେ ଉପ-ନିର୍ବାଚନ ହେବାକୁ ଯାଉଛି । ତେଣୁ ଏହି ଆସନରୁ ପ୍ରତିଭା ନିର୍ବାଚନ ଲଢି ପାରନ୍ତି ବୋଲି ଚର୍ଚ୍ଚା ଜୋର ହେଉଛି ।

Leave A Reply

Your email address will not be published.