ଉଦଘାଟନ ହେଲା ହେଲଥଭିଲ

0 273

ଭୁବନେଶ୍ବର:୧୩/୧୨- ବାରଙ୍ଗ ଥାନା ଅଧିନରେ ଥିବା ଭାଲୁଙ୍କାସ୍ଥିତ ଶାନ୍ତିବନ ଠାରେ ପୂର୍ବଭାରତର ବୃହତ୍ ଯୋଗ ଏବଂ ପ୍ରାକୃତିକ ଚିକିତ୍ସା କେନ୍ଦ୍ର (ସ୍ବାସ୍ଥ୍ୟଗ୍ରମ)ର ଶୁକ୍ରବାର ଦିନ ଉଦଘାଟନ ସମାରୋହ ଅନୁଷ୍ଟିତ ହୋଇଯାଇଛି । ଓଡିଶାର ରାଜ୍ୟପାଳ ମହାମହିମ ଡଃ ଗଣେସ ଲାଲ୍  ମୁଖ୍ୟ ଅତିଥି ଭାବେ  ଯୋଗଦାନ କରି ସ୍ବାସ୍ଥ୍ୟ ଓ ଶିକ୍ଷା ଯେ କୈାଣସି ରାଷ୍ଟ୍ରର ସାମଗ୍ରିକ ବିକାଶ ପକ୍ରିୟାର ମୂଳଆଧାର ।ଉତ୍ତମ ସ୍ବାସ୍ଥ୍ୟହିଁ ବୈଦ୍ଧିକ ତଥା ମାନସିକ ପରିବର୍ତ୍ତନ ଆଣିପାରିଥାଏ ବୋଲି କହିଛନ୍ତି । ହେଲଥଭିଲ ର ଚେୟାରମ୍ୟାନ ତଥା ଶିକ୍ଷାବିତ୍ ଡଃ ସତ୍ୟବ୍ରତ ମୀନକେତନଙ୍କ ପୈାରହିତରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ହେଲଥଭିଲ (ସ୍ବାସ୍ଥ୍ୟଗ୍ରାମ)ର ଫଳକ ଉନ୍ମୋଚନ କରିବା ସହିତ ମହାତ୍ମାଗାନ୍ଧିଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ପାକୃତିକ ସ୍ବାସ୍ଥ୍ୟସେବା ସହିତ ଅକ୍ୟୁପ୍ରେସର , ଡ୍ରଗଲେସଥେରାପି  ଭଳି ସେବା ଯୋଗାଣ  କ୍ଷେତ୍ରରେ ହେଲଥଭିଲ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହ ଆୟୁର୍ବେଦର ଏହି ଚିକିତ୍ସା କେନ୍ଦ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ  ସ୍ତରରେ ପ୍ରତିଷ୍ଟା ଲାଭ କରିପାରିବ ବୋଲି ଶ୍ରୀ ଲାଲ୍ ମତବ୍ୟକ୍ତ କରିଛନ୍ତି । ଏହି ପରିପ୍ରେକ୍ଷିରେ ଡଃ ମିନକେତନଙ୍କ ଦ୍ବାରା ରଚିତ ଉତ୍ତମ ସ୍ବାସ୍ଥ୍ୟ ସମ୍ବଦ୍ଧୀୟ ୪ଟି ଉପାଦେୟ ପୁସ୍ତକ ରାଜ୍ୟପାଳଙ୍କ ଦ୍ବାରା ଲୋକାର୍ପିତ ହୋଇଥିଲା । ଏହିଅବସରରେ ଚେୟାରମ୍ୟାନ ମିନକେତନ ସ୍ବାଗତ ଭାଷଣ ଦେବା ସହିତ  ଅସ୍ତ୍ରୋପଚାର ନହୋଇ ବିନା ଔଷଧରେ ଯୋଗ , ପ୍ରାକୃକିକ ଚିକିତ୍ସା ଏବଂ ଆୟୁରର୍ବେଦ ମାଧ୍ୟମରେ ଆରୋଗ୍ୟ ଲାଭ କରିବାର ସମସ୍ତ ଗୁଣାତ୍ମକ ଉପଚାର ଯୋଗାଇଦେଇ ଶିକ୍ଷା ସହିତ ସ୍ବାସ୍ଥ୍ୟ ସଚେତନତା ନିମନ୍ତେ ଯୁବପିଢିଙ୍କୁ ଏକ ସୁସ୍ଥ ସୁନ୍ଦର ନିରାମୟ ଜୀବନଯାପନ ଶୈଳୀ ଆପଣେଇବା ନିମନ୍ତେ ଆହ୍ବାନ ଦେଇଥିଲେ । ଏହି  ସମ୍ମାନୀତ ଅତିଥି ଭାବେ ଭୁବନେଶ୍ବରର ପୁର୍ବତନ ସାଂସଦ ଡଃ ପ୍ରଶନ୍ନ ପାଟ୍ଟସାଣି ଏହି ସମାରେହରେ ଯୋଗ ଦେଇ ସ୍ବାସ୍ଥ୍ୟସେବାର ଗୁରୁତ୍ବକୁ ଉପଲବ୍ଧି କରି ଡଃ ମିନକେତନ ସେଉଁ ନୁତନ ପଦକ୍ଷେପ ନେଇଛନ୍ତି ତାହା ଅନନ୍ୟ ଦୃଷ୍ଟାନ୍ତ ହୋଇ ରହିବ ବୋଲି ଉଦବୋଧନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ହେଲଥିଭିଲ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଇନ୍ଦୁମତା ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଆଦିବାସୀ ବୃଦ୍ଧ ଓ ବୃଦ୍ଧାମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.