ଉଦଘାଟିତ ହେଲା ବାର୍ଷିକ କ୍ରୀଡ଼ା

0 669

ଭୁବନେଶ୍ୱର,୧୦/୧୨-ଆରମ୍ଭ ହେଲା ବାର୍ଷିକ କ୍ରିଡାପ୍ରତିଯୋଗୀତା । ପିଲାମାନେ ଦେଖାଇଲେ କ୍ରିଡାନୈପୁଣ୍ୟତା । ପଟିଆ (କାନନ ବିହାର-୨) ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୨୩ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ମଂଚେଶ୍ୱରରେ ଥିବା ରେଲ୍ୱେ ଷ୍ଟାଡିୟମରେ ମଙ୍ଗଳବାର ସକାଳ ସମୟରେ ଉଦଘାଟିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରାତଃ ପର୍ଯ୍ୟାୟର ପିଲାମାନଙ୍କ ଦ୍ୱାରା ବିଭିନ୍ନ ଶାରିରୀକ କ୍ରୀଡ଼ା ସେମାନଙ୍କ ବୌଦ୍ଧିକ ବିକାଶ କରିବା ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ତଥା ଉପସ୍ଥିତ ଅଭିଭାବକମାନଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ପରେ ଦିବା ପର୍ଯ୍ୟାୟର ଛାତ୍ରଛାତ୍ରୀ ମାନଙ୍କୁ ବରିଷ୍ଠ ବାଳକ ବାଳିକା ଓ କନିଷ୍ଠ ବାଳକ ବାଳିକା ରୂପେ ଚାରୋଟି ଦଳରେ ବିଭକ୍ତ ହୋଇ ବିଭିନ୍ନ ଖେଳରେ ନିଜର କ୍ରୀଡ଼ା ନୈପୂଣ୍ୟ ପ୍ରଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ଡିସ୍କସ୍, ସଟପୂଟ୍ ଓ ଅନେକ ପ୍ରକାର ବୌଦ୍ଧିକ ବିକାଶ ଓ ଆନନ୍ଦ ପ୍ରଦାୟକ କ୍ରୀଡ଼ା ପ୍ରତିଯୋଗିତାଗୁଡିକୁ ସ୍ଥାନ ଦିଆଯାଇଥିଲା । ଏହି କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକୁ କ୍ରୀଡ଼ା ଶିକ୍ଷକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗରେ ସଂପାଦନ କରାଯାଉଛି । ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ । ବୁଧବାରଦିନ ଆନ୍ତର୍ଜାତୀୟ କ୍ରିକେଟ୍ ଖେଳାଳୀ ରୋସ୍ନାରା ପର୍ବିନ୍ ଏହାକୁ ଉଦଯାପିତ କରିବା ସହ କୃତିପିଲାମାନଙ୍କୁ ପୁରସ୍କୃତ କରିବେ ବୋଲି ଶିକ୍ଷାକେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.