ଉଦ୍ଧାର ହେଲା ୧୦ଫୁଟିଆ ଅଜଗର

0 370

ବାରଙ୍ଗ,୨୬/୧୧(ଏସଏସନିୟୁଜ) ନରାଜ ପାଖରୁ ଏକ ୧୦ଫୁଟ ଲମ୍ବ ର ଅଜଗର ସାପ କୁ ଉଦ୍ଧାର କରିଛନ୍ତି ପିପୁଲ ଫର ଆନିମାଲ ସଦସ୍ୟ ।ଜାଗା ସଫା କରିବା ସମୟରେ ୩୦ କେଜି ଓଜନ ର ଏହି ସାପଟିକୁ ଦେଖି ଭୟଭୀତ ହେବ ସହ ସ୍ଥାନୀୟଲୋକେ ପିପୁଲ ଫର ଆନିମଲକୁ ଖବର ଦେଇଥିଲେ।ଖବର ପାଇ ପିପୁଲ ଫର ଆନିମଲର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣାସ୍ଥଳରେ ପହଞ୍ଚି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ବେଳେ ସାପ ଟି ସୁସ୍ଥ ଥିବାର ଜଣାପଡିବା ପରେ ବନ ବିଭାଗ ତତ୍ୱାବଧାନ ରେ ନିକଟସ୍ଥ ଜଙ୍ଗଲ ରେ ଛଡ଼ା ଯାଇଥିବାର ଜଣାପଡିଛି ।

Leave A Reply

Your email address will not be published.