ଉଦଯାପିତ ହେଲା ବାରଙ୍ଗ ମହୋତ୍ସବ

ଭୁବନେଶ୍ୱର,,୧୩/୧୧- ପାରମ୍ପାରିକ ରିତିରେ ଆରମ୍ଭ ହୋଇଥିବା ଦିତୀୟବାର୍ଷକ ଚୁଡଙ୍ଗଗଡ ବାରଙ୍ଗ ମହୋତ୍ସବ ବୁଧବାର ରାତିରେ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ମହୋସ୍ବବର ଉଦଯାପନ ଉସ୍ବବରେ ଅତିଥିଭାବେ ଐତିହାସିକ ତଥା ଗବେଷକ ଅନିଲ ଧିର ଯୋଗଦାନ କରି ବାରଙ୍ଗର ଗର୍ବ ଓ ଗୈାରବ ସାଜିଥିବା ଐତିହ୍ୟସମ୍ପନ୍ନ ଚୁଡଙ୍ଗଗଡ ଓ ପ୍ରାଚୀନଦୀ ବିଶ୍ୱଦରବାରରେ ପ୍ରତିପାଦିତ ହେବାକୁ ଯାଉଛି ବୋଲି କହିଥିଲେ । ଏବିଷୟରେ ଆଗାମି ଯୁବପିଢିମାନେ ଜାଣିବା ଓ ବାରଙ୍ଗର ଐତିହ୍ୟ,ପରମ୍ପରାକୁ ମନେପକାଇବାର ଉଦ୍ଦେଶ୍ୟରେ କରାଯାଇଥିବା ମହୋସ୍ବବର ଉତରତର ଉନ୍ନତି କାମନା କରିଥିଲେ ।
ମହୋସ୍ବବ କମିଟିର ସଭାପତି ପ୍ରେମାନନ୍ଦ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଉଦଯାପନି ଉତ୍ସବରେ କାର୍ଯ୍ୟକାରୀ ସଭାପତି ତୁଷାରକାନ୍ତ ଚକ୍ରବର୍ତୀ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ବସନ୍ତକୁମାର ମହାପାତ୍ର, ଉପସଭାପତି ମଂଟୁମାଝୀ,ସମିତିସଭ୍ୟ ଭୁପତିପାଣି,ଶିଳ୍ପପତି ଅର୍ଜ୍ଜୁନମହାରଣା,ଅମରେନ୍ଦ୍ର ମହାପାତ୍ର ,ଦିପକ କୁମାର ସ୍ୱାଇଁ ପ୍ରମୁଖ ଅତିଥିଭାବେ ଯୋଗଦାନ କରିଥିଲେ ।ଏହିଅବସରରେ ଉଦ୍ଯାପନି ବାରଙ୍ଗଅଂଚଳର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜରାଉତ,ସମାଜସେବୀ ଡି ପ୍ରକାସ ରାଓ ଓ ଶିକ୍ଷାବିତ ଟଙ୍କଧର ରାଉତଙ୍କ ସମେତ ୧୬ଟି କଲେଜ ଓ ହାଇସ୍କୁଲପିଲାମାନଙ୍କୁ ନେଇ କରାଯାଇଥିବା ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗୀତାରେ କୃତିପିଲାମାନଙ୍କୁ ସମ୍ମାନୀତ କରାଯାଇଥିଲା । ଶେଷରେ ମେଲୋଡି କାର୍ଯ୍ୟକ୍ରମକୁ ଦର୍ଶକମାନେ ମନଭରି ଉପଭୋଗ କରିବା ସହ ଶେଷ ଗୀତ ଯାଆ ଯାଆରେ ଭାସି ଯାଆ ଦର୍ଶକମାନଙ୍କ ମନକୁ ବେଶ ଛୁଇଁଥିଲା ।

Comments (0)
Add Comment