ଉଦଯାପିତ ହେଲା ବାର୍ଷିକ କ୍ରୀଡ଼ା

0 279

ଭୁବନେଶ୍ୱର,୧୧/୧୨(ଏସ୍ଏସ୍ ନିଉଜ)ପଟିଆ କାନନ ବିହାର-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ବୁଧବାରଦିନ ଉଦଯାପିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ପ୍ରତିଯୋଗୀତାରେ ମୋଟ୍ ୮୭ ଟି କ୍ରୀଡ଼ା ସ୍ଥାନ ପାଇଥିଲା । ଅପରାହ୍ନରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ବିଦ୍ୟାଳୟର ସଭାନେତ୍ରୀ ଶ୍ରୀମତୀ ଅନପୂର୍ଣ୍ଣା ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ସ୍ୱନାମଧନ୍ୟା ଆନ୍ତର୍ଜାତୀୟ କ୍ରିକେଟ୍ ଖେଳାଳୀ ରୋସ୍ନାରା ପର୍ବିନ୍ (ଭାରତୀୟ ମହିଳା କ୍ରିକେଟ୍ ଟିମ୍) ଯୋଗଦେଇ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କ ପାଇଁ ବିଶେଷ ଆକର୍ଷଣ ଥିଲେ । ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ରବିନାରାୟଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ପ୍ରତିଯୋଗୀମାନଙ୍କ କ୍ରୀଡ଼ା ନୈପୂଣ୍ୟ ଦେଖି ବିମୋହିତ ହୋଇଥିଲେ ଓ ଶିକ୍ଷା ସହିତ କ୍ରୀଡ଼ାର ଆବଶ୍ୟକା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । କ୍ରୀଡ଼ା କ୍ଷେତ୍ରରେ କି କି ସରକାରୀ ପ୍ରୋତ୍ସାହନ ରହିଛି ତାହା ଦର୍ଶାଇଥିଲେ । କ୍ରୀଡ଼ାବିତତ୍ମାନେ ସଫଳତା ପାଇଁ କିପରି ନିଜକୁ ପ୍ରସ୍ତୁତ କରିବେ ତାହା ମଧ୍ୟ ଦର୍ଶାଇଥିଲେ । ସଭାନେତ୍ରୀ ଶ୍ରୀମତୀ ମିଶ୍ର କ୍ରୀଡ଼ା ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ବାଳକ ବିଭାଗରେ ଏଲସନ୍ ନାୟକ, ବରିଷ୍ଠ ବାଳିକା ବିଭାଗରେ ସୁଭ୍ରାଂଶୀ ସତହ୍ରଦା ଓ କନିଷ୍ଠ ବାଳକ ବାଳିକା ବିଭାଗରେ ରିତେଶ୍ ସୁତାର ଚାମ୍ପିୟନ୍ ହୋଇଥିଲେ । ଚାରୋଟି ହାଉସର ପିଲାମାନଙ୍କ ଦ୍ୱାରା ପିରାମିଡ୍, ଷ୍ଟଂଟ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି କରାଯାଇଥିଲା । ଶେଷରେ ପ୍ରଧାନ ଆଚାର୍ଯ୍ୟ ପ୍ରଦୀପ କୁମାର ପାଣି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.