ଅନଲକ ୨.୦ ପାଇଁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ

0 478

ଭୁବନେଶ୍ୱର,୩୦/୬(ଏସଏସନିୟୁଜ) ଅନଲକ ୨.୦ ପାଇଁ ରାଜ୍ୟ ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି । ସାଢେ ତିନି ମାସ ହେବ କରୋନା କୁ ମୁକାବିଲା କରିବାପାଇଁ ଆରମ୍ଭ ହୋଇଥିବା ଯୁଦ୍ଦ୍ୟ ଯୋଗୁ ଅନ୍ୟଠାରୁ ଓଡିଶାର ଓଡିଶାର କୋଭିଡ ସ୍ଥିତି ଭଲ ରହିଛି ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କେୟାର ହୋମ ଦାୟିତ୍ୱରେ ବି ସରପଂଚମାନେ ରହିବେ । ମାସ୍କପିନ୍ଧିବା ସହ , ସାମାଜିକ ଦୂରତ୍ୱ ପାଇଁ ଗାଁରେ ସଚେତନତା ସୃଷ୍ଟି କରାଯିବା ସହ ଲକ୍ଷଣ ଦେଖାଗଲେ ସେମାନେ ଆଇସୋଲେସନରେ ରହିବେ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି
ଗାଇଡ ଲାଇନ ;- ରାତି ୯ରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ.ଜୁଲାଇ ୩୧ ଯାଏ ଧର୍ମୀୟ ଅନୁଷ୍ଠାନକୁ ସାଧାରଣ ଲୋକଙ୍କୁ ମନା , ପେଟ୍ରୋଲ ପମ୍ପ, ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ କଟକଣା ମୁକ୍ତ , ୫୦ରୁ ଅଧିକ ଆକ୍ଟିଭ କେସ ଥିବା ୧୦ଟି ଜିଲ୍ଲାକୁ ଜୋନ-୧ ଘୋଷଣା ,୧୦ ଜିଲ୍ଲା-ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ, ଯାଜପୁର, ଜଗତସିଂହପୁର, ବାଲେଶ୍ୱର, ମୟୁରଭଂଜ, କେନ୍ଦୁଝର, ଝାରସୁଗୁଡା ,ଜୋନ-୧ରେ ଆସୁଥିବା ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ ଡାଉନ ଜାରି ରହିବ ,ସ୍ଥାନୀୟ ପ୍ରଶାସନ ଚାହିଁଲେ ଗାଡି ଚଳାଚଳ ଓ ଦୋକାନ ବଜାର ବନ୍ଦ କରିପାରିବେ ,ଏହି ୧୦ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲା ଜୋନ-୨ରେ ରହିବେ , ଜୁଲାଇ ମାସରେ ଚେକିଂ ଜୋରଦାର ହେବ, କାର୍ଯ୍ୟାନୁଷ୍ଠାନ ହେବ ,ଦୋକାନୀ ସାମାଜିକ ଦୂରତ୍ୱ ବ୍ୟବସ୍ଥା ନ କଲେ କାର୍ଯ୍ୟାନୁଷ୍ଠାନ ,ପ୍ରତି ଗାଁରେ କୋଭିଡ ମ୍ୟାନେଜମେଣ୍ଟ କମିଟି ଗଠନ କରାଯିବ ,ପ୍ରତି ପଂଚାୟତରେ କୋଭିଡ କେୟାର ହୋମ୍ କରାଯିବ ,ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ନମାନିଲେ ଶୂନ୍ୟ ସହନଶୀଳ ନୀତି ଗ୍ରହଣ ହେବ , ଅନ୍ତର୍ଜାତୀୟ ବିମାନ ସେବା, ସିନେମା, ଥିଏଟର ବନ୍ଦ ରହିବ ,ସ୍କୁଲ, କଲେଜ, କୋଟିଂ ସେଣ୍ଟର ୩୧ ଅଗଷ୍ଟ ଯାଏଁ ବନ୍ଦ ,ରେଷ୍ଟୁରାଣ୍ଟ ଖୋଲା ରହିବ, ଖାଦ୍ୟ କେବଳ ପାର୍ସଲ ନେଇହେବ , ସବୁ ଜରୁରୀସେବା ପ୍ରଦାନକାରୀ କର୍ମଚାରୀ କଟକଣା ମୁକ୍ତ ,ଶିଳ୍ପ କାରଖାନାରେ କାର୍ଯ୍ୟରତ କର୍ମଚାରୀ କଟକଣା ମୁକ୍ତ , ମାସ୍କ, ସାମାଜିକ ଦୂରତ୍ୱ ନିୟମ କଡାକଡି ପାଳନ କରାଯିବ ,ମାସ୍କ ନପିନ୍ଧିଲେ ପୂର୍ବଭଳି ଜରିମାନା ଆଦାୟ କରାଯିବ ,ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ କାର୍ଯ୍ୟାନୁଷ୍ଠାନ , ଓଡିଶାକୁ ଆଉ ଅଧିକ ବିମାନ, ରେଳ ନଆସିବାକୁ ବ୍ୟବସ୍ଥା କରାଯିବ

Leave A Reply

Your email address will not be published.