ଯାଜପୁର,୧।୮(ଏସଏସନିଉଜ) ବ୍ୟାସନଗର ତହସିଲ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ (SRA) ହେମନ୍ତ କୁମାର ତରାଇଙ୍କୁ ୪,୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ମାଡ଼ିବସିଛି ଭିଜିଲାନ୍ସ।କୋରେଇ ଥାନା ବରୁଣ୍ଡେଇ ଅଞ୍ଚଳର ଲକ୍ଷ୍ମୀଧର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମିର ସୀମା ନିର୍ଦ୍ଧାରଣ ପାଇଁ ଆଗରୁ ୫ସହ ଟଙ୍କା ନେଇଥିଲେ।ପରେ ବଳକା ୪.୫୦୦ଟଙ୍କା ନଦେଲେ କାମ ହେବନି ବୋଲି କହିବାରୁ ବାଧ୍ୟ ହୋଇ ଲକ୍ଷ୍ମୀଧର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଶୁକ୍ରବାର
ଯୋଜନା ମୁତାବକ ତହସିଲ କାର୍ଯ୍ୟାଳୟରେ ୪,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା।
Prev Post
Next Post
