ଭିଜିଲାନ୍ସ କବ୍ ଜା ରେ ଇଲେକ୍ଟ୍ରି ଜେଇ

0 261

ଭୁବନେଶ୍ବର:୨୨/୧୧-   ଟଙ୍କା ଦେଖିଲେ ବଦଳି ଯାଉଛି ଅଫିସରଙ୍କ ଚରିତ୍ର । କେମିତି ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ଯେମିତି  ଅଫିସରଙ୍କ ମୁହଁରେ ପାଣି ଆସିଯାଉଛି । ହଜାର ହଜାର ଲକ୍ଷ ଲକ୍ଷ ଟଙ୍କାର ଦରମା ନେଉଥିବା ସରକାରୀ ଚାକିରିଆ ବାବୁ ମାନେ କିଛି ଟଙ୍କା ପାଇଁ ବିକ୍ରି ହେଇଯାଉଛନ୍ତି । ଉପୁରି କମେଇକୁ ଅନାଇ ବସିଛନ୍ତି ଏମାନେ।

କଥାରେ ଅଛି  ଚୋର ଘର ସବୁବେଳେ ଅନ୍ଧାର ନଥାଏ।ଦିନେ ନା ଦିନେ ଆଲୁଅ ଆସେ ।ସେମିତି ଏକ ଦୃଷ୍ଟାନ୍ତ ଉଦାହରଣ ଦେଖିବାକୁ ମିଳିଛି ଗୋଡିସାହି ବିଦ୍ୟୁତ୍ ବିଭାଗରେ । ଘଟଣାରୁ ପ୍ରକାଶ ଯେ ,କଟକ ମଙ୍ଗଳାବାଗ ଅଞ୍ଚଳର ବିଜୟ ପାତ୍ର । ବାରଙ୍ଗ ତ୍ରିଶୁଳିଆ ଅଞ୍ଚଳରେ ବିଜୟଙ୍କ ସଂମ୍ପର୍କୀୟ ରୁହନ୍ତି । ତାଙ୍କ ଘରେ ବିଦ୍ୟୁତ୍ ସଂଯୋଗ କରେଇଦେବାପାଇଁ ଗୋଡିସାହି ବିଦ୍ୟୁତ୍ ବିଭାଗର ଜେଇ ଭବାନୀ ଶଙ୍କର ମହନ୍ତ ତାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ବିଜୟ ଏ ସଂମ୍ପର୍କରେ ଭିଜିଲାନ୍ସ ବିଭାଗକୁ  ଜଣାଇଥିଲେ । ପୂର୍ବପ୍ରସ୍ତୁୁତି ଅନୁଯାୟୀ ବିଜୟଙ୍କ ଠାରୁ ଭବାନୀ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ପହଞ୍ଚିି ଉକ୍ତ ଟଙ୍କାକୁ ଜବତ କରିବା ସହିତ ଭବାନୀଙ୍କୁ ଗିରଫ କରିଥିଲେ । 

Leave A Reply

Your email address will not be published.