Browsing daily archive

October 22, 2020

ଅସଲି ଭିତରେ ନକଲି…. ଧରାପଡିଲା ଚୋରା କାରବାର ଗିରଫ ହେଲେ ମ୍ୟାନେଜର ଓ ସୁପରଭାଇଜର

ଚନ୍ଦକା ,୨୨/୧୦(ଏସ ଏସ ନିୟୁଜ)ଅନ୍ୟ କମ୍ପାନୀର ଲୋଗୋକୁ ନକଲ  କରି ପାନୀୟ ଜଳ ତିଆରି କରୁଥିବା ଅଭିଯୋଗରେ ଗୁରୁବାର ଦିନ ଚନ୍ଦକାଥାନା ପୋଲିସ ଏକ କମ୍ପାନୀର ମ୍ୟାନେଜର ଓ ସୁପରଭାଇଜରକୁ ଗିରଫ କରିବା ସହ ପାନୀୟ ଜଳ ଉପ୍ତାଦନର ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରିଛି।ପ୍ରକାସ ଯେ ,ଚନ୍ଦକାଥାନା ଅନ୍ତର୍ଗତ ମେଣ୍ଢାଶାଳ ଗ୍ରାମ ପାଖରେ ଥିବା ଗ୍ରାମଡିହଠାରେ ଲକ୍ଷ୍ମୀପାନୀୟ ନାମକ ଏକ କମ୍ପାନୀ ପାନୀୟ ଜଳ ତିଆରି କରି ବିକ୍ରୟ କରୁଥିଲା ।ଏହି କମ୍ପାନୀ ବିସଲାରି ଠାରୁ […]

ଶାବକ ଜନ୍ମ କଲା ମଣିପୁର

ବାରଙ୍ଗ,୨୨/୧୦(ଏସଏସନିୟୁଜ) ଗୁରୁବାରଦିନ ନନ୍ଦନକାନନରେ ଏକ ମଣିପୁର ହରିଣ ଗୋଟିଏ ଶାବକ ଜନ୍ମ ଦେଇଛି । ଜନ୍ମଦେବାପରେ ମାଆ ଓ ଛୁଆ ଉଭୟ ସୁସ୍ଥରେ ଖୁଆଡ ୩୬ବି ରେ ବିଚରଣ କରୁଥିବାର ଦେଖିବାକୁ ମିଳିଛି ।ମାଆ ଓ ଛୁଆ  ସୁସ୍ଥ ଥିବାବେଳେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ନନ୍ଦନକାନନରେ ୧୪ରେ ପହଁଚିଛି ।ସେଥିମଧ୍ୟରେ ୬ଅଣ୍ଡିରା,୫ମାଇ ଓ ୩ଜଣଙ୍କର ଲିଙ୍ଗ ନିରୁପଣ ହୋଇପାରିନଥିବାର ଜଣାପଡିଛି ।