Browsing category

ମହାନଗର

ଓଡ଼ିଶା ବନ୍ଦ ଡାକରା ଦେଲା ଇଣ୍ଡି ମେଣ୍ଟ !

ଭୁବନେଶ୍ୱର,୨୨।୮(ଏସଏସନିଉଜ)ଓଡ଼ିଶା ବନ୍ଦ ଡାକରା ନେଇ ପିସିସି ସଭାପତି ଭକ୍ତଦାସ ବଡ ସୂଚନା ଦେଇଛନ୍ତି।ସେ କହିଛନ୍ତି ଯେ,ସେପ୍ଟେମ୍ବର ୯ରେ ଇଣ୍ଡିଆ ମେଣ୍ଟ ଘୋଷଣାକରିବ ଓଡ଼ିଶାରେ କିଭଳି ଓ କେଉଁଦିନ ହେବ ବନ୍ଦ ଡାକରା ଦିଆଯିବ।ଏନେଇ କଂଗ୍ରେସଭବନରେ ସରିଲା ଇଣ୍ଡିଆ ମେଣ୍ଟର ବୈଠକ। ପର୍ଯ୍ୟାୟ କ୍ରମେ ଆନ୍ଦୋଳନ କରିବାପାଇଁ ନିଷ୍ପତି ନେଲା ଇଣ୍ଡିଆ ମେଣ୍ଟ। ୨୩ରେ ସବୁଜିଲ୍ଲାରେ ହେବ ଇଣ୍ଡିଆବ୍ଲକର ବୈଠକହେବ ଓ ୨୪ରୁ ଖଣିଜ ଉତ୍ତୋଳନ ଜିଲ୍ଲା ଗୁଡ଼ିକରେ ଜନଜାଗରଣ ଆନ୍ଦୋଳନ ହେବ।୨୫ରେ ପ୍ରତିରୋଧ ଦିବସ ପାଳିବ ଇଣ୍ଡିଆବ୍ଲକ […]

ଦୀନବନ୍ଧୁ ନାୟକ ଗିରଫ

ଭୁବନେଶ୍ୱର,୨୨।୮(ଏସଏସନିଉଜ)ସରିଲା ଦୁଇ ଦିନର ଲୁଚକାଳି ଖେଳ।ଗିରଫ ହେଲେ ସ୍ମାର୍ଟସିଟି ଅନ୍ ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ ଅଧ୍ୟକ୍ଷ ଦୀନବନ୍ଧୁ ନାୟକ।ପୁରୀରୁ ଦୀନବନ୍ଧୁ ନାୟକଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧।୮(ଏସଏସନିଉଜ)ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି।୮୮ ବର୍ଷ ବୟସରେ ଆଖିବୁଜିଲେ ପ୍ରଣବ ପଟ୍ଟନାୟକ।ଭୁବନେଶ୍ବର ସ୍ଥିତ ବାସଭବନରେ ପରଲୋକ ହୋଇଛି।ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ଶେଷଦର୍ଶନ କରୁଛନ୍ତି।ସଙ୍ଗୀତ ନାଟକ ଏକାଡେମୀ ଓ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।ଅନେକ କାଳଜୟୀ ଗୀତ ଭେଟି ଦେଇଛନ୍ତି ପ୍ରଣବ।ରୂପସୀ ରାଣୀ ଗୋ ମୋର, ଏମିତି ରାତି ସେ ଯେ ଅଭୁଲା ସ୍ମୃତି ଆଦି ଗୀତ ଆଜି ବି ଗୁଞ୍ଜରଣ ସୃଷ୍ଟି କରୁଛି।

ନିଶା ମୁକ୍ତ ସମାଜ ଗଠନ ପାଇଁ ଆଲୋଚନା କଲେ

କଟକ,୨୦।୮(ଏସଏସନିଉଜ)ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଶ୍ରୀ ଆୟୁର୍ବେଦମହାବିଦ୍ୟାଳୟ ଏବଂ ବାରଙ୍ଗ ମଧୁବନସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଅନୁଷ୍ଠାନ ମୁଖ୍ୟ ବ୍ରହ୍ମାକୁମାରୀ ସ୍ନେହଲତା, କାଜଲଭଉଣୀ, ସ୍ମୃତି ଭଉଣୀ ଏବଂ ମହେନ୍ଦ୍ରଭାଇ, ମହାଦେବଭାଇ ପ୍ରମୁଖ ଯୋଗଦେଇ ନିଶା ବିରୋଧୀ ଜନ ସଚେତନତା ସୃଷ୍ଟିପାଇଁ ଛାତ୍ରଛାତ୍ରୀମାନଙ୍କୁ […]

ନନ୍ଦନକାନନରେ ମୃତ୍ୟୁର ହ୍ୟାଟ୍ରିକ୍

ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ ବଞ୍ଚାଯାଇ ପାରିଲେନାହିଁ। ତେବେ ପ୍ରଶ୍ନଉଠୁଛି,ଅସୁସ୍ଥ ପ୍ରାଣୀଙ୍କ […]

ନନ୍ଦନକାନନରେ ନକଲି ଫିନାଇଲ ଘୋଟାଲା

ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର […]

୮୦ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,୧୫।୮(ଏସଏସନିଉଜ)ବାରଙ୍ଗ ପ୍ରେସକ୍ଲବ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏଥିରେ କ୍ଲବ୍ ସଭାପତି ଲିଙ୍ଗରାଜ ରାଉତ ଅତିଥି ଭାବେ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିଲୋଚନ ଦାସ, କୋଷାଧ୍ୟକ୍ଷ ପ୍ରକାଶ ସାହୁ,କୃଷ୍ନଚ ନ୍ଦ୍ର ସ୍ୱାଇ,ଦେବରାଜ ସାହୁ,ଅଜୟ ରାଉତ, କମଳା କାନ୍ତ ନାୟକ,ସେଖ ମୁନାବ,ଲୋଚନ ମୁଦୁଲି,,ସନ୍ତୋଷ ମଲ୍ଲିକ,ଗୌତମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ଭାବେ ମୁଣ୍ଡଳୀ ସ୍ତିତ ଏନଡିଆରଏଫ, ମୁଣ୍ଡଳୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ, ଆନନ୍ଦ ଏବଂ ଦେଶଭକ୍ତିର ଭାବନା ସହିତ ପାଳିତ ହୋଇଯାଇଛି। […]

ନିଶାମୁକ୍ତ ଭାରତ

ଭୁବନେଶ୍ୱର,୧୪।୮(ଏସଏସନିଉଜ)ବାରଙ୍ଗ କୁଞ୍ଜବିହାରୀ ମହାବିଦ୍ୟାଳୟ ରେ ଶକ୍ତିଶ୍ରୀ ସେଲ ଓ ବାରଙ୍ଗ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ମିଳିତ ସହଯୋଗରେ ନିଶାମୁକ୍ତ ଭାରତ ସମ୍ପର୍କୀୟ ଏକ ଆଲୋଚନା ଚକ୍ର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟରଅଧ୍ୟକ୍ଷ ଡ଼.ଶେଖ ନଇମୁଦ୍ଦିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାରେ ମୁଖ୍ୟବକ୍ତା ବ୍ରହ୍ମକୁମାରୀ ପ୍ରତିମା ଭଉଣୀ ବିଭିନ୍ନ ଉଦାହରଣ ସହ ନିଶାର ଭୟାବହତା ଓ ଏହାର ନିରାକରଣ ସମ୍ବନ୍ଧରେ ମତବ୍ୟକ୍ତ କରିଥିଲେ ।ଏହି ଅବସରରେ ଉପସ୍ଥିତ ବିଦ୍ୟାର୍ଥୀମାନେ ନିଶାଠାରୁ ଦୁରେଇ ରହିବାର ଶପଥକରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ମହେନ୍ଦ୍ର […]

ଗୋଟିକିଆ ହାତୀ କରୁଛି ଦୌରତ୍ମ୍ୟ

କଟକ,୧୪।୮(ଏସଏସନିଉଜ) ଗତ ୫ଦିନ ହେବ ଚନ୍ଦକା ଜଙ୍ଗଲରୁ ବାହାରି ଏକ ଗୋଟିକିଆ ମାଇ ହାତୀ ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଫସଲ ନଷ୍ଟ କରୁଛି।କେବଳ ଏତିକି ନୁହେଁ ଗୁରୁବାର ବିଳମ୍ବିତ ରାତିରେ ନରାଜ ଗ୍ରାମରେ ପଶି ପାଚେରୀ ଭାଙ୍ଗି ଦୌରତ୍ମ୍ୟ କରୁଛି।ଯାହାକୁ ନେଇ ଆଖପାଖ ଗ୍ରାମରେ ଏବେ ଭୟର ବାତାବରଣ ଖେଳିଯାଇଛି। ପ୍ରକାଶ ଯେ,ଗତ ୫ଦିନ ହେବ ଏକ ଗୋଟିକିଆ ମାଇ ହାତୀ ଚନ୍ଦକା ଜଙ୍ଗଲରୁ ବାହାରି ମାର୍ଥାପୁର ଓ ରାମଦାସପୁର ଗହିରରେ ପଶି ଲାଗିଥିବା […]

ଭୁବନେଶ୍ୱରକୁ ଫେରିଲା କୋଭିଡ୍‌

ଭୁବନେଶ୍ୱର, ୧୪।୮(ଏସଏସନିଉଜ) କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ ଆକ୍ରାନ୍ତ ବ୍ୟକ୍ତି ୫୦ ବର୍ଷୀୟ ବରମୁଣ୍ଡା ଅଞ୍ଚଳର ହୋଇଥିବା ବେଳେ ସେ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ର ଜଣାପଡିଛି।