Browsing category

ମହାନଗର

ଉଦ୍ଘାଟନକୁ ଆସିଲେନି ଅତିଥି

ଭୁବନେଶ୍ୱର,୧୫।୧୦(ଏସଏସନିଉଜ) ଆଜିଠାରୁ ଆରମ୍ଭ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା। ନନ୍ଦନକାନନ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଉଭୟ ବାଳକ ବାଳିକା ବିଭାଗର ୨୦୨୬ ଶିକ୍ଷାବର୍ଷ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।ଏଥିରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କଠାରୁ ଆରମ୍ଭ କରି କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଛନ୍ତି।ଏହା ୧୫ରୁ ୧୬,ତାରିଖ ୨ଦିନ ଧରି ଚାଲିବ।ତେବେ ବିନା ଅତିଥିରେ ଉଦଘାଟନ ହୋଇଥିଲା କବାଡି ପ୍ରତିଯୋଗିତା। ଉତ୍ସବରେ […]

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ

କଟକ,୧୫।୧୦(ଏସଏସନିଉଜ)ବାରଂଗ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ ଗୁରୁବାର ଦିନ କରାଯାଇଛି।ବାରଙ୍ଗରେ ବେଆଇନ ଭାବେ ପରିବହନ କରି ଆସୁଥିବା ବାଲି ଓ ଚିପ୍ସ ବୋଝେଇ ୧୦ଟି ଗାଡ଼ିକୁ ଜବତ କରିଛନ୍ତି। ଆଇନ ଅନୁଯାୟୀ ସେମାନଙ୍କଠାରୁ ଫାଇନ ଆଦାୟ କରାଯିବ ବୋଲି ବାରଙ୍ଗ ତହସିଲଦାର ତୁଷାର ଯୌତିରଞ୍ଜନ ସୂଚନା ଦେଇଛନ୍ତି।

ଶିଶୁ ମହୋତ୍ସବ ସୁରଭି -୨୦୨୬

ଭୁବନେଶ୍ୱର,୧୪।୧୦(ଏସଏସନିଉଜ)ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ବରିମୁଣ୍ଡ କ୍ଳଷ୍ଟରର ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ୮ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ସେମାନେ ହେଲେ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ,ବରୀମୁଣ୍ଡ ବାପୁଜୀ ସରକାରୀ ସ୍କୁଲ,କଲ୍ୟାଣପୁର,ଜରିପାଟଣା ,ସିଙ୍ଗଡ଼ା,କେଶୁରା ,କୋରଡକଣ୍ଟା,ଆଦି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଅତିଥି ଭାବେ ଜମ୍ବେଶ୍ୱର ରଥ,ଗୋପୀନାଥ ଦାଶ, ସୁକାନ୍ତ ରାଉତ,ସୁବ୍ରତ ମହାପାତ୍ର,ଜୟନ୍ତୀ ଦାସ, ଅକ୍ଷୟ ସାହୁ, ସ୍ଵର୍ଣଳତା ସାହୁ, ସୁଜାତା ରାଉତ ,ବିଦ୍ୟାଳୟ […]

ରାଜା ମଧୁସୂଦନଦେବ ଡିଗ୍ରୀ କଲେଜ

ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ଅକ୍ଟୋବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ଚାଲିଥିବା ଏନ୍‌ଏସ୍‌ଏସ୍‌ ପୂଜା ସ୍ୱତନ୍ତ୍ର ଶିବିର ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଶିବିରର ପ୍ରଥମ ଦିନରେ ଓଡ଼ିଶା ଏସ୍‌ଏନ୍‌ଓ-ତଥା-ଉପସଚିବ ଡ. ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସାତଦିନ ମଧ୍ୟରେ ପ୍ରାୟ ୭୦ ଜଣ ସ୍ୱେଚ୍ଛାସେବୀ ପୋଷ୍ୟ ଗ୍ରାମ ଇଞ୍ଜଣାରେ ସାଇବର ସୁରକ୍ଷା, ନିଶା ନିବାରଣ ଓ ବାଳିକା ଶିକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ। ଏଥିସହ […]

ପିଲା ଶିଖିଲେ ଟ୍ରାଫିକ ପାଠ, ସୁରକ୍ଷା ମନ୍ତ୍ର

ଭୁବନେଶ୍ୱର,୧୩।୧୦(ଏସଏସନିଉଜ) ବଡ଼ମାନଙ୍କୁ ଟ୍ରାଫିକ ନିୟମ ଶିଖାଇବେ ଏବେ ସ୍କୁଲ ପିଲା। ସେବା ସଙ୍କଳ୍ପ ଅଭିଯାନରେ ଆରଟିଓ, ଭୁବନେଶ୍ୱର-୨ର ଅଭିନବ ପ୍ରୟାସ ଏବେ ଚର୍ଚାର ବିଷୟ ପାଲଟିଛି। ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷାର ଦୂତ କରିବା ଲକ୍ଷ୍ୟରେ ମଙ୍ଗଳବାର ଦୁଇଟି ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ନନ୍ଦନକାନନ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପିଲାମାନେ ତୂଳୀରେ ଆଙ୍କିଥିଲେ ଦୁର୍ଘଟଣାର ଭୟାବହ ଚିତ୍ର, ଲେଖିଥିଲେ “ବାପା, ହେଲମେଟ ପିନ୍ଧି ଯାଅ” ଭଳି ହୃଦୟସ୍ପର୍ଶୀ ସ୍ଲୋଗାନ। ଶୈଳେନ୍ଦ୍ର ନାରାୟଣ ସରକାରୀ ହାଇସ୍କୁଲରେ ବି […]

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ

ଭୁବନେଶ୍ୱର,୧୨।୧୦(ଏସଏସନିଉଜ)ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ବ୍ରଜମୋହନ ରାମ।ଝାଡ଼ଖଣ୍ଡ ପଲାମରୁ ୩ଥରର ସାଂସଦ ଓ ବିଧାୟକ ବ୍ରଜମୋହନ ରାମ।୧୯୯୬,୯୮,୯୯ରେ କ୍ରମାଗତ ସାଂସଦ ଥିଲେ।୧୯୯୧-୯୫ ଝାଡ଼ଖଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ଝାଡ଼ଖଣ୍ଡ ବିଜେପି SC ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଥିଲେ ବ୍ରଜମୋହନ।୬ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି।କେରଳମ୍- ଓମ୍‌ପ୍ରକାଶ ମାଥୁର, ତାମିଲନାଡୁ- ରାଜେନ୍ଦ୍ର ବିଶ୍ୱନାଥ ଆର୍‌ଲେକର,କର୍ଣ୍ଣାଟକ- ସୁଧା ଯାଦବ, ଉତ୍ତାରଖଣ୍ଡ- ଧଳସିଂହ ବିଶେନ,ସିକିମ ରାଜ୍ୟପାଳ ହେଲେ ଦୁଶ୍ୟନ୍ତ ଗୌତମ।

ପର୍ଯ୍ୟଟକଙ୍କ ସାମ୍ନାରେ ବ୍ୟାଟେରୀ ଗାଡ଼ି କର୍ମଚାରୀଙ୍କ ହାତାହାତି

ବାରଙ୍ଗ,୧୧।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସେବାରେ ନିୟୋଜିତ ବ୍ୟାଟେରିଚାଳିତ ଗାଡ଼ି ଚଳାଇବାକୁ ନେଇ ରବିବାର ଉଦ୍ୟାନ ପରିସରରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ହାତାହାତି ହେବାଭଳି ଘଟଣା ଘଟିଛି। ପ୍ରକାଶ ଯେ, ବ୍ୟାଟେରି ଗାଡ଼ି ଚାଳକ ଲକି ଏବଂ ଅନିଲ ପରସ୍ପରର ମାଉସୀ ପୁଅ ଭାଇ। ରବିବାର ସକାଳ ସମୟରେ ନନ୍ଦନକାନନ ଭିତରେ ଗାଡ଼ି ଚଳାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକ ମାନଙ୍କ ସାମ୍ନାରେ ଲକି ଉତ୍‌କ୍ଷିପ୍ତ ହୋଇ ଅନିଲଙ୍କୁ […]

ଖାଦ୍ୟ ଓ ପୁଷ୍ପ ପ୍ରଦାନକାରୀ ବୃକ୍ଷରୋପଣ

କଟକ,୧୧।୧୦(ଏସଏସନିଉଜ)ବାଙ୍କୀ ନିର୍ବାଚନ ମଣ୍ଡଳୀର ୩୨ନମ୍ବର ଜୋନ ବାରଙ୍ଗ ମଣ୍ଡଳ ପକ୍ଷରୁ ରବିବାର ଦିନ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବେଲଗଛିଆ ଗ୍ରାମ ପଞ୍ଚାୟତର ଜୟପୁର ବଣବାଁରେଇ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଗଛ ଲଗାଯାଇଛି।’ବୃକ୍ଷ ହିଁ ଜୀବନ ର ବାର୍ତ୍ତା ଦେବା ଉଦ୍ଦେଶ୍ୟ ଓ ବାରଙ୍ଗର ବିଭିନ୍ନ ସ୍ଥାନରେ ସବୁଜମୟ କରିବା ଲକ୍ଷ୍ୟରେ ବାରଙ୍ଗ ବିଜେପି ମଣ୍ଡଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।ଏଥିପାଇଁ ପର୍ଯ୍ୟାୟ କ୍ରମେ ଆଗାମୀ ଦିନମାନଙ୍କରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯିବ ବୋଲି […]

ଅହିଂସା, ଶାନ୍ତି,ମାନବିକତା ସୁସ୍ଥ ସମାଜ ଗଠନର ମୂଳଦୁଆ

ଭୁବନେଶ୍ୱର, ୧୧।୧୦(ଏସଏସନିଉଜ)ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କଳାଭୂମି ପକ୍ଷରୁ ଆୟୋଜିତ ‘ଅହିଂସା ଉତ୍ସବ- ୨୦୨୬’ରେ ବିଜେପି ଦଳର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇ ଅହିଂସା, ଶାନ୍ତି, ସହିଷ୍ଣୁତା ଓ ମାନବିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଜଗତସିଂହପୁର ସାଂସଦ ଡା. ବିଭୁ ପ୍ରସାଦ ତରାଇ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଅଭିଯୋଗ […]

ଆଖିବୁଜିଲା ବଉଳା କୁମ୍ଭୀର!

ଭୁବନେଶ୍ୱର, ୯।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବନ୍ୟପ୍ରାଣୀର ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ। ଆଜି ଏକ ଅଳ୍ପ ବୟସ୍କା ମାଈ ବଉଳା କୁମ୍ଭୀରର ମୃତ୍ୟୁ ଘଟିଛି। କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଉକ୍ତ କୁମ୍ଭୀରଟି ଗତ ପ୍ରାୟ ୩ମାସ ଧରି ଖାଦ୍ୟ ଗ୍ରହଣ କରୁନଥିଲା। ପଶୁ ଚିକିତ୍ସା ବିଭାଗର ପରାମର୍ଶକ୍ରମେ ଅଧିକାଂଶ ସମୟରେ ତାକୁ ବାଧ୍ୟତାମୂଳକ ଭାବେ ଖାଦ୍ୟ ଖୁଆଇବାର ପ୍ରୟାସ କରାଯାଉଥିଲା । ତେବେ ପ୍ରଶ୍ନ ଉଠୁଛି, ଏକ ବନ୍ୟପ୍ରାଣୀ ଯେତେବେଳେ କ୍ରମାଗତ ଭାବେ […]