ଭୁବନେଶ୍ୱର,୧୫।୧୦(ଏସଏସନିଉଜ) ଆଜିଠାରୁ ଆରମ୍ଭ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କବାଡି ପ୍ରତିଯୋଗିତା। ନନ୍ଦନକାନନ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଉଭୟ ବାଳକ ବାଳିକା ବିଭାଗର ୨୦୨୬ ଶିକ୍ଷାବର୍ଷ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।ଏଥିରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଦ୍ୟାଳୟର କ୍ରୀଡା ଶିକ୍ଷକଙ୍କଠାରୁ ଆରମ୍ଭ କରି କବାଡି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଥିବା ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଛନ୍ତି।ଏହା ୧୫ରୁ ୧୬,ତାରିଖ ୨ଦିନ ଧରି ଚାଲିବ।ତେବେ ବିନା ଅତିଥିରେ ଉଦଘାଟନ ହୋଇଥିଲା କବାଡି ପ୍ରତିଯୋଗିତା। ଉତ୍ସବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ଥିଲା,ମାତ୍ର ସେ ଆସିନଥିଲେ ।ସେହିଭଳିଭାବେ ରଘୁନାଥପୁର ସରପଞ୍ଚ,ସମିତିସଭ୍ୟ ମଧ୍ୟ ଅନୁପସ୍ଥିତ ଥିଲେ।ତେବେ ସବୁଠାରୁ କୌତୁହଳର କଥା ହେଲା କବାଡି ପ୍ରତିଯୋଗିତା କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ ଉଦ୍ଘାଟନ ହେବାର ସମୟ ଲେଖାଯାଇନଥିଲା ।ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର କୌଣସି ଲୋକପ୍ରତିନିଧିଙ୍କୁ ମଧ୍ୟ ଅତିଥି କରାଯାଇନଥିବା ଚର୍ଚ୍ଚା ହେଉଛି।ଅନ୍ୟପଟେ କବାଡି ଦେଖିବା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ
ପିଲାମାନଙ୍କ କ୍ଲାସ ସସ୍ପେଣ୍ଡ କରାଯାଇଥିବାର ଦେଖିବାକୁ ମିଳିଥିଲା।କାର୍ଡରେ ଉଦ୍ଘାଟନୀ ଓ ଉଦଯାପନୀ ଉସବରେ ବ୍ରହ୍ମାନନ୍ଦ ରାଉତଙ୍କୁ ଗୋଷ୍ଟି ଶିକ୍ଷାଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ ଭାବେ ଦର୍ଶାଯାଇଛି।ବ୍ଲକ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେରେ ଏହି ପ୍ରତିଯୋଗିତାର ସମ୍ପୂର୍ଣ କାର୍ଯ୍ୟ ହେଉଥିବା ବେଳେ ଶିକ୍ଷା ଅଧିକାରୀଙ୍କ ଏଭଳି ଦାୟିତ୍ୱହୀନତା ପାଇଁ ବୁଦ୍ଧିଜିବୀ ମହଲରେ ନିନ୍ଦା କରାଯାଇଛି ।