ଭୁବନେଶ୍ୱର,୧୪।୧୦(ଏସଏସନିଉଜ)ଆଞ୍ଚଳିକ ସାଧନା କେନ୍ଦ୍ରସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୦୬ ବରିମୁଣ୍ଡ କ୍ଳଷ୍ଟରର ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ୮ଟି ସ୍କୁଲର ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ।ସେମାନେ ହେଲେ ଗଣ୍ଡରପୁରଶ୍ରୀ ଅରବିନ୍ଦ ସରକାରୀ ହାଇସ୍କୁଲ ,ବରୀମୁଣ୍ଡ ବାପୁଜୀ ସରକାରୀ ସ୍କୁଲ,କଲ୍ୟାଣପୁର,ଜରିପାଟଣା ,ସିଙ୍ଗଡ଼ା,କେଶୁରା,କୋରଡକଣ୍ଟା,ଆଦି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ଥିଲେ। ଅତିଥି ଭାବେ ଜମ୍ବେଶ୍ୱର ରଥ,ଗୋପୀନାଥ ଦାଶ, ସୁକାନ୍ତ ରାଉତ,ସୁବ୍ରତ ମହାପାତ୍ର,ଜୟନ୍ତୀ ଦାସ, ଅକ୍ଷୟ ସାହୁ, ସ୍ଵର୍ଣଳତା ସାହୁ, ସୁଜାତା ରାଉତ ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠି,ମିନାକ୍ଷୀ ବାରିକ,,ଅନୁପମା ମହାପାତ୍ର, ବୀଣା ଦାସ,ଗାୟତ୍ରୀ ଦାସ, ସଂଯୁକ୍ତା ଶବର,ସମିଷ୍ଠ ବେହେରା, ପବିତ୍ର ଭୋଇ, ନିରାକାର ସାହୁ,ପ୍ରଭାତ କୁମାର ନନ୍ଦୀ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ।
ପ୍ରଥମେ ମହାପ୍ରଭୁଶ୍ରୀ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଅତିଥିମାନେ ସୁରଭି ପାଳନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ ।ଏହି ଅବସରରେ ନିଜ ମାତୃଭାଷା ଉପରେ ବକୃତା, ଚିତ୍ରାଙ୍କନ,ବିତର୍କ, ପ୍ରଶ୍ନୋତ୍ତର ପ୍ରତିଯୋଗିତା, ପ୍ରବନ୍ଧ, ସୃଜନଶୀଳ ଲେଖନୀ,ନୃତ୍ୟଓ ଚିତ୍ରାଙ୍କନ ପରି ବିବିଧ ସାରସ୍ୱତ ଓ କଳା ଆଦି ପ୍ରତିଯୋଗିତାରେ ପିଲାମାନେ ଭାଗ ନେଇଥିଲେ।ସୃଜନଶୀଳ ଲେଖନୀ ପାଇଁ ସୁଚିତ୍ରା ପ୍ରବନ୍ ପାଇଁ ସୁଶ୍ରୀ,ବିତର୍କ ପାଇ ନୈନା,ବକ୍ତୃତା ପାଇଁ ଜସ୍ମିଁ ନ,ପ୍ରଶ୍ନୋତ୍ତର ପ୍ରତିଯୋଗିତା ପାଇ ଦୀପିକା,ଚିତ୍ରାଙ୍କନ ପାଇ ପ୍ରିୟଙ୍କା,ନୃତ୍ୟ ପାଇ ଅନ୍ସିକା ଓ ସାଗରିକା ଟିମ୍ ପ୍ରଥମ ହୋଇଥିଲେ।ସମସ୍ତ ବିଜେତାଙ୍କୁ ବରିମୁଣ୍ଡ କଷ୍ଟର କେନ୍ଦ୍ରର ଅର୍ଜୁନ କୁମାର ସେଠିଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶେଷରେ କମିଟିର ସଦସ୍ୟ ସୁବ୍ରତ ମହାପାତ୍ର ସମସ୍ତ ବିଦ୍ୟାଳୟଙ୍କୁ ଟ୍ରଫି ମୁଖ୍ୟ ଅତିଥି ଜମ୍ବେଶ୍ୱର ରଥଙ୍କ ଦ୍ୱାରା ପ୍ରଦାନ କରାଇଥିଲେ।(ସୁବ୍ରତ ମହାପାତ୍ରଙ୍କ ରିପୋର୍ଟ)