Browsing category

ଜିଲ୍ଲା

ଜଳିଗଲା ଟୁଙ୍ଗି ଘର

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରବିବାର ରାତିରେ ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟଉଣିଆ ଗ୍ରାମ ମୁଣ୍ଡରେ ଥିବା ଏକ ଟୁଙ୍ଗି ଘର ନିଆ ଲାଗି ଜଳିଯାଇଛି।ଗ୍ରାମ ମୁଣ୍ଡରେ ଏକ ଚାଳ ଘରକୁ ଗ୍ରାମବାସୀ ମାନେ ଟୁଙ୍ଗି ଘର କରି ଭଜନ କୀର୍ତ୍ତନ କରନ୍ତି।ସବୁଦିନ ଭଳି ରବିବାର ସଂଧ୍ୟାରେ ସହଦେବ ପରିଡା ଓ ତାଙ୍କ ସହଯୋଗୀମାନେ ଟୁଙ୍ଗି ଘରେ ଦୀପ ଲଗାଇ ଭଜନ କୀର୍ତ୍ତନ କରିଥିଲେ।ରାତି ୮ଟା ପାଖାପାଖି ଭଜନ ସାରି ଟୁଙ୍ଗିଘର ବନ୍ଦ କରି ଘରକୁ ଆସିଥିଲେ ।ରାତି ସାଢ଼େ ୮ଟା ସୁଦ୍ଧା […]

ନନ୍ଦନକାନନରେ କଙ୍ଗାରୁ ଦେଖିଲେ ପର୍ଯ୍ୟଟକ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କୁ ଭେଟି ସ୍ୱରୂପ କେତେକ ନୂଆ ପଶୁପକ୍ଷୀଙ୍କୁ ଶନିବାର ଖୁଆଡରେ ଛାଡିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।ବନ୍ୟପ୍ରାଣୀ ସପ୍ତାହ ଅବସରରେ ନନ୍ଦନକାନନରେ ନୂଆ ଆକର୍ଷଣ ସାଜିଲେ ନୂଆ ପଶୁପକ୍ଷୀ। ଶନିବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ୧୧ଟି ନୂଆ ପ୍ରଜାତିର ୩୬ଟି ବନ୍ୟପ୍ରାଣୀ ଖୁଆଡ। ଦୀର୍ଘ ୨୦ଦିନର ବ୍ୟବଧାନପରେ ପର୍ଯ୍ୟଟକମାନେ କଙ୍ଗାରୁ,ଜେବ୍ରା, ୱାଲାବି ଆଦି ପଶୁପକ୍ଷୀଙ୍କୁ ଅତି ପାଖରୁ ଦେଖି ବେଶ୍ ମଜା ଉଠାଇଛନ୍ତି।ତେବେ ପ୍ରାଣୀଉଦ୍ୟାନକୁ ଗତମାସ ୧୨ତାରିଖରେ ଗୁଜୁରାଟର ‘ରାଧାକୃଷ୍ଣ ମନ୍ଦିର ହାତୀକଲ୍ୟାଣ […]

ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ନୂଆ ଘର କରୁଥିବା ବ୍ୟକ୍ତି ଙ୍କୁ ଚାନ୍ଦା ମାଗିବା ଆଉ ଚାନ୍ଦା ନଦେବାରୁ ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।ସିଏ ହେଲେ ଏହି ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମର ଯୁଧିଷ୍ଠିର ଓରଫ ମକୁ ସାହୁ (୪୦) । ପ୍ରକାଶ ଯେ,କଟକ ସେକ୍ଟର-୧୧ରେ ରହୁଥିବା ମନୋରଞ୍ଜନ ପାଢ଼ୀ (୫୪) ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମରେ ଏକ ନୂଆଘର କରୁଛନ୍ତି।ଏହି ଗ୍ରାମର ଯୁଧିଷ୍ଠିର […]

ବଦଳିଲେ ଜନ୍ତୁ ବିଭାଗ ACF-କ୍ୟୁରେଟର

ଭୁବନେଶ୍ୱର,୧|୧୦(ଏସଏସନିଉଜ) ରାଜ୍ୟର ଗୌରବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପୁଣି ଚର୍ଚ୍ଚାରେ। ଜନ୍ତୁ ବିଭାଗ ଦାୟିତ୍ୱରେ ଥିବା ACF-କମ୍- କ୍ୟୁରେଟର ରୁଦ୍ର ରଥଙ୍କ ବଦଳି ହୋଇଛି। ବାରମ୍ବାର ଜୀବଜନ୍ତୁ ମୃତ୍ୟୁ, ପରିଚାଳନାଗତ ଅବହେଳା ଓ ନକଲି ଫିନାଇଲ ଯୋଗାଣ ଆଦି ଅଭିଯୋଗ ପରେ ଏହି ବଦଳି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂଚନା ଅନୁସାରେ, ଗତ କିଛି ମାସ ହେବ ନନ୍ଦନକାନନରେ କ୍ୱାରେଣ୍ଟାଇନ୍‌ରେ ଥିବା ବିଭିନ୍ନ ପ୍ରଜାତିର ଜୀବଜନ୍ତୁଙ୍କ ମୃତ୍ୟୁ ଘଟିବାରେ ଲାଗିଛି।କେତେକ ନୂଆ ଅଣାଯାଇଥିବା ଜନ୍ତୁ ପର୍ଯ୍ୟଟକ ଦେଖିବା […]

ଭୁବନେଶ୍ୱର ଉତ୍ତରରେ ଆମ ବସ୍ ସେବାର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ଦୈନନ୍ଦିନ ଯାତାୟାତକୁ ଆହୁରି ସୁଗମ, ସୁବିଧା ଜନକ ଓ ସୁଲଭ କରିବା ଦିଗରେ ଆଉ ଏକ ନୂଆ ପଦକ୍ଷେପ ନିଆଯାଇଛି। ଓଏମ୍‌ଫେଡ୍‌ଛକରୁ ଡମଣା,ଗାଡ଼କଣ, ରଙ୍ଗମାଟିଆ ଦେଇ ନୂତନ ‘ଆମ ବସ୍’ ସେବାର ଶୁଭ ଆରମ୍ଭ ବୁଧବାର ହୋଇଛି। ଏହି ଅବସରରେ ବିଜେପିର ବରିଷ୍ଠ ନେତା ଗୋଲକ ମହାପାତ୍ର ଯୋଗଦେଇଥିଲେ । ନୂତନ ବସ୍ ରୁଟ୍‌ ଆରମ୍ଭ ହେବା ଫଳରେ ଏହି ଅଞ୍ଚଳର ଛାତ୍ରଛାତ୍ରୀ, ମହିଳା, ବ୍ୟବସାୟୀ, ଚାକିରିଜୀବୀ, ବରିଷ୍ଠ […]

ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ

ଭୁବନେଶ୍ୱର,୩୦।୯(ଏସଏସନିଉଜ) ରାଜଧାନୀ ଉପକଣ୍ଠ କଲ୍ୟାଣପୁର ସେକ୍ଟରର ବାଲିପଡ଼ା -୧ ଅଙ୍ଗନୱାଡି କେନ୍ଦ୍ରରେ ସରକାରଙ୍କ ତରଫରୁ ପାଳନ କରାଯାଇଥିବା ଆଙ୍ଗନ କା ଉତ୍ସବ ତିନିଦିନଧରି ଖୁବ ସୁନ୍ଦର ଭାବରେ ପାଳନ ହୋଇଯାଇଛି। ପ୍ରଥମ ଦିନରେ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଉପସ୍ଥିତ ରହି ଉତ୍ସବଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଦ୍ୱିତୀୟ ଦିନରେ ପିଲାମାନଙ୍କଦ୍ୱାରା ଚିତ୍ରାଙ୍କନ, ନାଚ, ଜେଜେମାଙ୍କ ଦ୍ୱାରା ଗପ ଆଦି ପ୍ରତିଯୋଗିତା କରାଯାଇଥିଲା।ତୃତୀୟ ଦିନରେ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ତଥା ବିଜେଡି ଭୁବନେଶ୍ୱର ଜିଲ୍ଲା ସମ୍ପାଦକ ନିର୍ମଳ ରାଉତ […]

ପାର୍ସଲ୍ ହବରୁ ଚୋରି ଧରିଲା ପୋଲିସ

ମେଣ୍ଢାଶାଳ,୨୯।୯(ଏସଏସନିଉଜ)ମେଣ୍ଢାଶାଳ ସ୍ଥିତ ଇନଷ୍ଟାକାର୍ଟର ପ୍ରତିନିଧି ଦିଲୀପ କୁମାର ଦାସଙ୍କ ଲିଖିତ ଏତଲା ଆଧାରରେ ଚନ୍ଦକା ଥାନାରେ ପାର୍ସଲ୍ ହବ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୫୯୨/୨୭ କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ଧରି ଭୁବନେଶ୍ୱର ସର୍ଟିଂ ହବ୍ ଦେଇ ଯାଉଥିବା ବିଭିନ୍ନ ପାର୍ସଲରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହେଉଥିଲା। କମ୍ପାନୀ ପକ୍ଷରୁ […]

ମେଣ୍ଢାଶାଳ ଅଙ୍ଗନବାଡି କେନ୍ଦ୍ରରେ ‘ ଅଙ୍ଗନ୍ କା ଉତ୍ସବ

ମେଣ୍ଢାଶାଳ,୨୯।୯(ଏସଏସନିଉଜ) ମଙ୍ଗଳବାର ଅପରାହ୍ନରେ ମେଣ୍ଢାଶାଳ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ପରିସରରେ ରାଷ୍ଟ୍ରୀୟ ପୋଷଣ ମାସ ଉପଲକ୍ଷେ ଅଙ୍ଗାନ୍ କା ଉତ୍ସବ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି।ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ଆହ୍ୱାନ କର୍ମେ ଅଙ୍ଗନବାଡିରେ ଶିକ୍ଷା ଗ୍ରହଣ କରୁଥିବା ବାଳକ, ବାଳିକା ଓ ଅଭିଭାବକ,ବରିଷ୍ଠ ବ୍ୟକ୍ତିମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ୍ ସିଡିପିଓ ଶର୍ମିଷ୍ଠା ଚକ୍ରବର୍ତ୍ତୀ ଯୋଗଦେଇ ପିଲାମାନଙ୍କୁ ପୋଷଣ ଖାଦ୍ୟର ଆବଶ୍ୟକତା ଓ ଶିଶୁମାନଙ୍କୁ ସୁସ୍ଥ ରଖିବା ଦିଗରେ ମହିଳାମାନଙ୍କ […]

ମୁଣ୍ଡଳି ଓ ନରାଜରେ ବିପଦ ସଙ୍କେତ ତଳେ ଜଳସ୍ତର

କଟକ,୨୮।୯(ଏସଏସନିଉଜ)ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।ଯାହାକୁ ନେଇ ଛାନିଆ ହୋଇପାରିଛନ୍ତି ତଳିଆ ଅଞ୍ଚଳବାସୀ। ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ସମଗ୍ର ରାଜ୍ୟରେ ଏକ ପ୍ରକାର ଦୟନୀୟ ସ୍ଥିତି ଦେଖାଦେଇଛି। ସେପଟେ ହୀରାକୁଦର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ପର୍ଯ୍ୟାୟ କ୍ରମେ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ତେବେ ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ଆସି ମୁଣ୍ଡଳୀରେ ପହଞ୍ଚିଛି। ସୋମବାର ସନ୍ଧ୍ୟା ସୁଦ୍ଧା ୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ କରିବ ବୋଲି ଜଳସମ୍ପଦ […]

ବିଜେପି ନେତାଙ୍କୁ ଆକ୍ରମଣ

ଆସିକା,୨୮।୯(ଏସଏସନିଉଜ)ହରଡ଼ାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ସୋମବାର ରାତିରେ ଧାରୁଆ ଅସ୍ତ୍ରରେପ୍ରାଣାନ୍ତକ ଆକ୍ରମଣ ହୋଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ନିଜ ଗାଁ ଗୌଡ଼ଗୋଠ ଫେରିବା ବେଳେ କମାଶାସନ ନିକଟରେ ଆକ୍ରମଣ ହୋଇଛି।୩ ଅଭିଯୁକ୍ତ ବାଇକ୍‌ରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।