ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ନୂଆ ଘର କରୁଥିବା ବ୍ୟକ୍ତି ଙ୍କୁ ଚାନ୍ଦା ମାଗିବା ଆଉ ଚାନ୍ଦା ନଦେବାରୁ ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।ସିଏ ହେଲେ ଏହି ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମର ଯୁଧିଷ୍ଠିର ଓରଫ ମକୁ ସାହୁ (୪୦) ।
ପ୍ରକାଶ ଯେ,କଟକ ସେକ୍ଟର-୧୧ରେ ରହୁଥିବା ମନୋରଞ୍ଜନ ପାଢ଼ୀ (୫୪) ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମରେ ଏକ ନୂଆଘର କରୁଛନ୍ତି।ଏହି ଗ୍ରାମର ଯୁଧିଷ୍ଠିର ସାହୁ ନାମକ ବ୍ୟକ୍ତି ଚାନ୍ଦା ନଦେଲେ ଘର କରିପାରିବନାହିଁ ବୋଲି ଆଗରୁ ଧମକ ଦେଇଥିଲେ।ଶନିବାର ଦିନରେ ମନୋରଞ୍ଜନ ମିସ୍ତ୍ରୀ ପ୍ରଦୀପସାହୁ ଏବଂ ଅନ୍ୟ ଶ୍ରମିକମାନଙ୍କୁ ନେଇ ଘରକାମ କରୁଥିଲେ।ଏହି ସମୟରେ ଯୁଧିଷ୍ଠିର ସେଠାରେ ପହଞ୍ଚି ମିସ୍ତ୍ରୀ ପ୍ରଦୀପ ଏବଂ ଅନ୍ୟ ଶ୍ରମିକମାନଙ୍କୁ ଧମକଦେବା ସହ ଏକ କାଠ ପଟା ସାହାଯ୍ୟରେ ଆକ୍ରମଣ କରିଥିଲେ।ଏପରିକି ପଟାରେ ବାଡେଇ ପ୍ରଦୀପଙ୍କ ମୁଣ୍ଡ ଫଟାଇଦେଇଥିଲା।ଏହାକୁ ତାଙ୍କ ମାଆ ବିରୋଧ କରିବାରୁ ସେ ମଧ୍ୟ ଆହତ ହୋଇଥିଲେ ବୋଲି ମନୋରଞ୍ଜନ ନନ୍ଦନକାନନଥାନାରେ ଆଜି କରିଥିବା ଅଭିଯୋଗରେ ଦର୍ଶାଇଥିଲେ।ଆଇଆଇସି ବିଭୂତି ଭୂଷଣ ମୁଦୁଲି ୪୧୮/୨୬କେସ ନମ୍ବରରେ ଏକ ମକଦ୍ଦମା ରୁଜୁ କରି ଆଜି ଯୁଧିଷ୍ଠିରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି।

Comments (0)
Add Comment