Browsing category

ଅପରାଧ

SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ

ବାରିପଦା,୨୨।୮(ଏସଏସନିଉଜ)ଟାଉନ୍‌ ଥାନା SIଙ୍କ ନାଁରେ ଲଭ୍‌ ସେକ୍ସ ଧୋକା ଅଭିଯୋଗ ଆସିଛି।SI ପ୍ରଭାତ ନାୟକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଜନୈକ ମହିଳା।ମହିଳାଙ୍କ ଅଭିଯୋଗଅନୁଯାୟୀ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକସମ୍ପର୍କ ରଖିଥିଲେ।କିଛିବ୍ୟକ୍ତି ସମାଜସେବୀକହି ପ୍ରଭାତଙ୍କ ସହ ବିବାହ କରାଇଥିବା ମଧ୍ୟ ଅଭିଯୋଗ ଆସିଛି।SI ଏବେ ଧରାଛୁଆଁ ଦେଉ ନଥିବାରୁ ଥାନାର ଦ୍ବାରସ୍ଥ ହେଲେ ମହିଳା।ମୟୂରଭଞ୍ଜ SPଙ୍କ ନିକଟରେ ଅଭିଯୋଗପରେ ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି।SI,ତାଙ୍କ ସମ୍ପର୍କୀୟଙ୍କ ସମେତ ମୋଟ ୭ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ମୋବାଇଲ ଖୋଲିଲା ରହସ୍ୟ

କଟକ,୮।୮(ଏସଏସନିଉଜ)ତ୍ରିଶୂଳିଆ ସୁବାସ ସେତୁରୁ କାଠଯୋଡ଼ିକୁ ଡେଇଁ ଜଣେ ଯୁବକ ନିଖୋଜ ହେବା ଘଟଣାର ନୂଆ ମୋଡ଼ ଆସୁଛି। ଯୁବକ ଜଣକ ନଦୀକୁ ଡେଇଁ ନାହାନ୍ତି, ବ୍ରିଜ୍ ଉପରେ ମୋବାଇଲ ଫୋନ୍ ଓ ରେନକୋର୍ଟ ରଖି ଘରକୁ ପଳାଇ ଯାଇଥିଲେ ବୋଲି ତଦନ୍ତ ବେଳେ ବାରଙ୍ଗପୋଲିସ ଜାଣିବାକୁ ପାଇଛି। ପ୍ରକାଶ ଯେ,ସୁବାସ ସେତୁର ବାଡ଼ରେ ଏକ ମୋବାଇଲ,ଚପଲ ସହିତ ରେନକୋର୍ଟ ଥୁଆହୋଇଥିବାରଶନିବାର ସକାଳେ ମର୍ଣିଂ ୱାକରେ ଯାଇଥିବା ସ୍ଥାନୀୟ ଗ୍ରାମର କିଛି ବ୍ୟକ୍ତି ଦେଖିବାକୁ ପାଇଥିଲେ।ତେବେ କେହି ଏସବୁ […]

ସ୍କୁଟି ଚାଳକକୁ ରୋକି ମନିପ୍ରସ ଛଡାଇବା ଅଭିଯୋଗ

କଟକ,୭।୮(ଏସଏସନିଉଜ)ତ୍ରିଶୁଲିଆ ବ୍ରିଜରେ ସ୍କୁଟି ଯୋଗେ ଆସୁଥିବା ଯୁବତୀକୁ ରୋକି ତାଙ୍କ ମନିପର୍ସ ନେବା ଉଦ୍ୟମ କରିବା ଅଭିଯୋଗ ରେ ବାରଙ୍ଗ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି।ସିଏ ହେଲେ ସଦର ଥାନା ଅଧୀନସ୍ଥ କାଜିପାଟଣା ଗ୍ରାମର ପ୍ରଭାଞ୍ଜନ ସାହୁ ଓରଫ ନାଳୁଆ (୩୬) ପ୍ରକାଶ ଯେ, ଗତ ରବିବାର ଦିନରେ ସିଡିଏ ସେକ୍ଟର ୭ରେ ରହୁଥିବାସ୍ନେହଲତା ପ୍ରଧାନ ନାମକ ଯୁବତୀ ସ୍କୁଟି ଯୋଗେ କଟକରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ।ଏହି ସମୟର ଏକ […]

ନାବାଳିକାକୁ ଅପହରଣ

ଭୁବନେଶ୍ୱର,୭।୮(ଏସଏସନିଉଜ)ଜଣେ ନାବାଳିକା ଝିଅ ନିଖୋଜ ହେବା ଓ ତାକୁ ଅପହରଣ କରିଥିବା ଅଭିଯୋଗ ରେ ନନ୍ଦନ କାନନ ଥାନା ପୋଲିସ ଶୁକ୍ରବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସିଏ ହେଲେ ଚନ୍ଦକା ଥାନ ଅଧିନସ୍ଥ ପାଇକେରା ପୁର ଗ୍ରାମର ସିଲୁ ଭୋଇ(୨୪)। ପ୍ରକାଶ ଯେ,ଗତ ୨୧ ଏପ୍ରିଲ ୨୦୨୫ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମର ବାସିନ୍ଦା ତଥା ବର୍ତ୍ତମାନ କେନ୍ଦୁପାଟଣା କଲେଜ ଛକରେ ବସବାସ କରୁଥିବା କଳ୍ପନା ରଞ୍ଜିତ ନନ୍ଦନକାନନ […]

ଭୂତ ବଙ୍ଗଳାର ରହସ୍ୟ ଖୋଲିଲା ପୋଲିସ

ମେଣ୍ଢାଶାଳ,୭।୮(ଏସଏସନିଉଜ) ଭୂତ ବଙ୍ଗଳାରେ ସୋଇଥିବା ଜଣେ ବ୍ୟକ୍ତିକୁ ଠେଙ୍ଗାରେ ମାଡ ମାରି ରକ୍ତାତ କରିବା ଓ ପରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିବା ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ଚନ୍ଦକାଥାନା ପୋଲିସାପୋଲିସ ଆଜି ତାଙ୍କୁ କୋର୍ଟଚାଲାଣ କରିବା ସହ ବ୍ୟବହୃତ ବାଉଁଶ ଲାଠିକୁ ଜବତ କରିଛି ।ଗିରଯ ବ୍ୟକ୍ତି ହେଉଛନ୍ତି ଚନ୍ଦକା ଥାନା ଅଧିନସ୍ଥ ପାଇକେରାପୂର୍ ଗ୍ରାମର ବ୍ରଜ କିଶୋର ଭୋଇ(୩୦)। ସୂଚନାଯୋଗ୍ୟ ଯେ,ଚନ୍ଦକା ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ ଏକ ପରିତ୍ୟକ୍ତ ଘରେ […]

ପୂର୍ବତନ ବିଧାୟକଙ୍କ ଜ୍ୱାଇଁ ଗିରଫ

ଦେବଗଡ଼,୭।୮(ଏସଏସନିଉଜ)ପୂର୍ବତନ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଜ୍ୱାଇଁ ଗିରଫ ହୋଇଛନ୍ତି।ଝିଅକୁ ଯୌତୁକ ନିର୍ଯାତନା ଓ ହତ୍ୟା ଧମକ ଅଭିଯୋଗରେ ଗିରଫ ହୋଇଛନ୍ତି।ଜ୍ୱାଇଁ ସବ୍ୟସାଚୀ ମିଶ୍ରଙ୍କୁ ଅନୁଗୁଳରୁ ଗିରଫ କଲା ଦେବଗଡ଼ ପୋଲିସ୍।ଗତ ଏପ୍ରିଲ ୧୩ରେ ଜ୍ୱାଇଁଙ୍କ ବିରୋଧରେ ଅଭିଯୋଗ କରିଥିଲେ ଝିଅ।ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଜିଜିପି କଲୋନୀରେ ଜ୍ୱାଇଁଙ୍କ ଘର।

ବିଜେପି କର୍ମୀଙ୍କୁ ହତ୍ୟା; ୩ଗିରଫ

ଭବାନୀପାଟଣା,୭।୮(ଏସଏସନିଉଜ)ବିଜେପିକର୍ମୀ ଫକୀର ରଣାଙ୍କୁ ହତ୍ୟା ଘଟଣାରେ ୩ଜଣ ଗିରଫ ହୋଇଛନ୍ତି।ପୂର୍ବଶତ୍ରୁତାରୁ ହତ୍ୟା କରାଯାଇଥିବା ନେଇ କଳାହାଣ୍ଡି ଏସ୍‌ପି ସୂଚନା ଦେଇଛନ୍ତି।ଛୁରିରେ ହତ୍ୟା କରାଯାଇଥିବା ନେଇ ମ. ରାମପୁର ଥାନାରେ ଅଭିଯୋଗ ହୋଇଥିଲା।

ଦିନରେ କରୁଥିଲେ ଚୋରି

ମେଣ୍ଢାଶାଳ,୩।୮(ଏସଏସନିଉଜ)ପୋଲିସ ଏକ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବା ସହ ଚିରି ସାମଗ୍ରୀ ବୋଝେଇ ଅଟୋକୁ ଜବତକରିଛି।ଗିରଫ ହୋଇଥିବା ୫ଜଣମହିଳା ହେଉଛନ୍ତି ଶିଖରଚଣ୍ଡୀ ବସ୍ତିରେ ରହୁଥିବା ଡି.ରାଜେଶ୍ ରାଓ(୩୦)ଜି.ପାର୍ବତୀ (୪୫)ଜି. ନୀଳ(୩୮)ଏସ ଲକ୍ଷ୍ମୀ ରେଡ୍ଡୀ(୪୫)ଏମ ସାବିତ୍ରୀ ରେଡ୍ଡୀ(୩୫)। ପ୍ରକାଶଯେ, ସଂଗ୍ରାମ କେଶରୀ ପାହାଡ଼ସିଂହ ନାମକ ଯୁବକ ପରିବାର ସହ ଦାରୁଠେଙ୍ଗ ଗ୍ରାମରେ ରହୁଥିବାବେଳେ,ସେହି ଗାଁରେ ତାଙ୍କର ଏକ ଅଶୋକ ଲେଲ୍ୟାଣ୍ଡର ଷ୍ଟକୟାର୍ଡ ରହିଛି,ସୋମବାର ପ୍ରାତଃ ସମୟରେ ଏହି ମହିଳାମାନେ ତାଙ୍କ ଅନୁମତି […]

ମୁକ୍ତାକାଶ କାରାଶ୍ରମରୁ କଏଦୀ ଖଲାସ

ବାରଙ୍ଗ ,୨।୮(ଏସଏସନିଉଜ)ଏକ ନରହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବ୍ୟାସଦେବ ଛତାବର ନାମକ ଜଣେ କଏଦୀକୁ ରବିବାର ଆଜୀବନ ସଜା ରୁ ମୁକ୍ତି ମିଳିଛି। ବ୍ୟାସଦେବ ୧୭ ବର୍ଷ ପୂର୍ବେ ବଲାଙ୍ଗିର ଜେଲରୁ ଜାମୁଝାରି ସ୍ଥିତ ମୁକ୍ତାକାଶ ଜେଲକୁ ଆସିଥିଲେ।ଚରିତ୍ର ପରିବର୍ତ୍ତନ ପରେ ରାଜ୍ୟପାଳଙ୍କ ସୁପାରିଶ କ୍ରମେ ଆଜି ତାଙ୍କୁ ଖଲାସ କରିଦିଆଯାଇଛି।ଜେଲ୍ ବିଭାଗରୁ ଖଲାସ ଆଦେଶ ଆସିବା ପରେ ତାଙ୍କୁ ଅଧିକ୍ଷିକା ସ୍ମିତାମହାନ୍ତି ମୁକ୍ତ କରିଥିଲେ।ଆସିଷ୍ଟାଣ୍ଟ ଜେଲର ସ୍ବାଗତ ରଞ୍ଜନ ସାହୁ ଓ କଲ୍ୟାଣ ଅଧିକାରୀ […]

ଦୌଡ଼ି ଆସିଲେ ନଦୀକୁ ଡେଇଁଲେ

ଭୁବନେଶ୍ୱର,୩୧ା୭(ଏସଏସନିଉଜ)କୁଆଖାଇନଦୀକୁ ଡେଇଁପଡ଼ିଲେ ମହିଳାା ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳାାମହିଳା ଜଣଙ୍କ କିଏ ଓ କାହିଁକି ନଦୀକୁ ଡେଇଁଲେ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।ତେବେ ଖବରପାଇ ମଞ୍ଚେଶ୍ୱର ଓ ପାହାଳର ୨ଟି ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି ଜାରି ରଖିଛନ୍ତି ।