Browsing category

ଅପରାଧ

ରାଜସ୍ୱ ଓ ଖଣି ବିଭାଗର ମିଳିତ ଚଢ଼ାଉ

କଟକ,୧୫।୧୦(ଏସଏସନିଉଜ)ବାରଂଗ ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ଉଦ୍ଦେଶ୍ୟରେ ରାଜସ୍ୱ ଓ ଖଣି ବିଭାଗ ପକ୍ଷରୁ ପୁଲିସ ସହଯୋଗରେ ମିଳିତ ଚଢ଼ାଉ ଗୁରୁବାର ଦିନ କରାଯାଇଛି।ବାରଙ୍ଗରେ ବେଆଇନ ଭାବେ ପରିବହନ କରି ଆସୁଥିବା ବାଲି ଓ ଚିପ୍ସ ବୋଝେଇ ୧୦ଟି ଗାଡ଼ିକୁ ଜବତ କରିଛନ୍ତି। ଆଇନ ଅନୁଯାୟୀ ସେମାନଙ୍କଠାରୁ ଫାଇନ ଆଦାୟ କରାଯିବ ବୋଲି ବାରଙ୍ଗ ତହସିଲଦାର ତୁଷାର ଯୌତିରଞ୍ଜନ ସୂଚନା ଦେଇଛନ୍ତି।

ପର୍ଯ୍ୟଟକଙ୍କ ସାମ୍ନାରେ ବ୍ୟାଟେରୀ ଗାଡ଼ି କର୍ମଚାରୀଙ୍କ ହାତାହାତି

ବାରଙ୍ଗ,୧୧।୧୦(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପର୍ଯ୍ୟଟକଙ୍କ ସେବାରେ ନିୟୋଜିତ ବ୍ୟାଟେରିଚାଳିତ ଗାଡ଼ି ଚଳାଇବାକୁ ନେଇ ରବିବାର ଉଦ୍ୟାନ ପରିସରରେ ଦୁଇ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ହାତାହାତି ହେବାଭଳି ଘଟଣା ଘଟିଛି। ପ୍ରକାଶ ଯେ, ବ୍ୟାଟେରି ଗାଡ଼ି ଚାଳକ ଲକି ଏବଂ ଅନିଲ ପରସ୍ପରର ମାଉସୀ ପୁଅ ଭାଇ। ରବିବାର ସକାଳ ସମୟରେ ନନ୍ଦନକାନନ ଭିତରେ ଗାଡ଼ି ଚଳାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ପର୍ଯ୍ୟଟକ ମାନଙ୍କ ସାମ୍ନାରେ ଲକି ଉତ୍‌କ୍ଷିପ୍ତ ହୋଇ ଅନିଲଙ୍କୁ […]

ଅଟୋ ବୁଲେଟ ମୁହାଁ ମୁଁହି ଧକ୍କା

କଟକ, ୭।୧୦(ଏସଏସନିଉଜ) ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ପଦ୍ମନାଭନଗରଠାରେ ଅଟୋ ବୁଲେଟ ମୁହାଁ ମୁହିଁ ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପ୍ରକାଶ ଯେ ବୁଧବାର ଅପରାହ୍ନ ସାଢେ ୨ ଘଟିକା ସମୟରେ ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମର ଅଟୋ ଚାଳକ ଜ୍ୟୋତି ପ୍ରକାଶ ଦାସ (୩୭) ନାମକ ବ୍ୟକ୍ତି ଓଡି ୦୫ସିଏଚ ୦୯୦୭ ନମ୍ୱର ଅଟୋ ଯୋଗେ ବାଙ୍କୀ ତ୍ରିଶୂଳିଆ ମୁଖ୍ୟରାସ୍ତାର ପଦ୍ମନାଭନଗର ଗ୍ରାମରୁ ଦୁଇ ଜଣ ଯାତ୍ରୀଙ୍କୁ […]

ବେଆଇନ ବାଲି ନେଇ ଆସୁଥିଲେ

କଟକ,୬।୧୦(ଏସଏସନିଉଜ) ବାରଙ୍ଗ ତହସିଲ ଅଞ୍ଚଳରେ ବେଆଇନ ବାଲି ଚାଲାଣ ବିରୁଦ୍ଧରେ ପ୍ରଶାସନର ଚଢ଼ାଉ ଜାରି ରହିଛି। ମଙ୍ଗଳବାର ଦିନ ବାରଙ୍ଗ ତହସିଲଦାରଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇ ଦୁଇଟି ବେଆଇନ ବାଲି ବୋଝେଇ ହାଇୱା ଗାଡ଼ିକୁ ଜବତ କରାଯାଇଛି।ଜବତ ହୋଇଥିବା ଗାଡ଼ି ଦୁଇଟିର ନମ୍ବର ହେଉଛି ଓଡି ୦୨ ଏଯେ ୯୬୦୯ ଏବଂ ଓଡି ୦୨ ବିବି ୧୦୩୩ ବୋଲି ଜଣାପଡିଛି। ବିନା ବୈଧ କାଗଜପତ୍ରରେ ବାଲି ପରିବହନ କରୁଥିବା ବେଳେ ତହସିଲଦାରଡ.ତୁଷାର ଜ୍ୟୋତିରଞ୍ଜନଙ୍କ ହାତରେ ଧରାପଡିଥିଲେ। ସୂଚନା […]

ଜଳିଗଲା ଟୁଙ୍ଗି ଘର

ଭୁବନେଶ୍ୱର,୪।୧୦(ଏସଏସନିଉଜ)ରବିବାର ରାତିରେ ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟଉଣିଆ ଗ୍ରାମ ମୁଣ୍ଡରେ ଥିବା ଏକ ଟୁଙ୍ଗି ଘର ନିଆ ଲାଗି ଜଳିଯାଇଛି।ଗ୍ରାମ ମୁଣ୍ଡରେ ଏକ ଚାଳ ଘରକୁ ଗ୍ରାମବାସୀ ମାନେ ଟୁଙ୍ଗି ଘର କରି ଭଜନ କୀର୍ତ୍ତନ କରନ୍ତି।ସବୁଦିନ ଭଳି ରବିବାର ସଂଧ୍ୟାରେ ସହଦେବ ପରିଡା ଓ ତାଙ୍କ ସହଯୋଗୀମାନେ ଟୁଙ୍ଗି ଘରେ ଦୀପ ଲଗାଇ ଭଜନ କୀର୍ତ୍ତନ କରିଥିଲେ।ରାତି ୮ଟା ପାଖାପାଖି ଭଜନ ସାରି ଟୁଙ୍ଗିଘର ବନ୍ଦ କରି ଘରକୁ ଆସିଥିଲେ ।ରାତି ସାଢ଼େ ୮ଟା ସୁଦ୍ଧା […]

ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେଲେ

ଭୁବନେଶ୍ୱର,୩।୧୦(ଏସଏସନିଉଜ)ନୂଆ ଘର କରୁଥିବା ବ୍ୟକ୍ତି ଙ୍କୁ ଚାନ୍ଦା ମାଗିବା ଆଉ ଚାନ୍ଦା ନଦେବାରୁ ମିସ୍ତ୍ରୀକୁ ବାଡେଇ ମୁଣ୍ଡ ଫଟାଇଦେବା ଅଭିଯୋଗରେ ନନ୍ଦନକାନନ ଥାନା ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି।ସିଏ ହେଲେ ଏହି ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମର ଯୁଧିଷ୍ଠିର ଓରଫ ମକୁ ସାହୁ (୪୦) । ପ୍ରକାଶ ଯେ,କଟକ ସେକ୍ଟର-୧୧ରେ ରହୁଥିବା ମନୋରଞ୍ଜନ ପାଢ଼ୀ (୫୪) ନାମକ ବ୍ୟକ୍ତି ନନ୍ଦନକାନନ ଥାନା ଅଧୀନସ୍ଥ ବେଣାଗାଡିଆ ଗ୍ରାମରେ ଏକ ନୂଆଘର କରୁଛନ୍ତି।ଏହି ଗ୍ରାମର ଯୁଧିଷ୍ଠିର […]

ପାର୍ସଲ୍ ହବରୁ ଚୋରି ଧରିଲା ପୋଲିସ

ମେଣ୍ଢାଶାଳ,୨୯।୯(ଏସଏସନିଉଜ)ମେଣ୍ଢାଶାଳ ସ୍ଥିତ ଇନଷ୍ଟାକାର୍ଟର ପ୍ରତିନିଧି ଦିଲୀପ କୁମାର ଦାସଙ୍କ ଲିଖିତ ଏତଲା ଆଧାରରେ ଚନ୍ଦକା ଥାନାରେ ପାର୍ସଲ୍ ହବ୍ ଭିତରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି ଅଭିଯୋଗରେ ୫୯୨/୨୭ କେସ ନମ୍ବରରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ଗତ ୩ ମାସ ଧରି ଭୁବନେଶ୍ୱର ସର୍ଟିଂ ହବ୍ ଦେଇ ଯାଉଥିବା ବିଭିନ୍ନ ପାର୍ସଲରୁ ପ୍ରାୟ ୧ ଲକ୍ଷ ଟଙ୍କାର ସାମଗ୍ରୀ ଚୋରୀ ହେଉଥିଲା। କମ୍ପାନୀ ପକ୍ଷରୁ […]

ବିଜେପି ନେତାଙ୍କୁ ଆକ୍ରମଣ

ଆସିକା,୨୮।୯(ଏସଏସନିଉଜ)ହରଡ଼ାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ସୋମବାର ରାତିରେ ଧାରୁଆ ଅସ୍ତ୍ରରେପ୍ରାଣାନ୍ତକ ଆକ୍ରମଣ ହୋଇଛି।ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍‌ କଲେଜ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି।ନିଜ ଗାଁ ଗୌଡ଼ଗୋଠ ଫେରିବା ବେଳେ କମାଶାସନ ନିକଟରେ ଆକ୍ରମଣ ହୋଇଛି।୩ ଅଭିଯୁକ୍ତ ବାଇକ୍‌ରେ ଆସି ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।ପୋଲିସ ଖବର ପାଇ ତଦନ୍ତ ଆରମ୍ଭ କରିଛି।

ଲୁଚି ଆସିଥିବା ବେଳେ ମାଡିବସିଲା ପୋଲିସ

ମେଣ୍ଢାଶାଳ,୨୮।୯(ଏସଏସନିଉଜ)ଚୋରା ପଥର ପରିବହନ କରି ଆଣୁଥିବା ବେଳେ ପୋଲିସ ହାତରେ ଧରାପଡ଼ିବା ଓ ଖବର ପାଇ ମାଲିକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଚନ୍ଦକା ଥାନା ପୋଲିସ ମାଲିକ ଓ ଡ୍ରାଇଭରକୁ ଗିରଫ କରି ୪୮୦/୨୬ କେସ ନମ୍ବରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଏକ ସ୍କୁଟି ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି।ଗିରଫ ଡ୍ରାଇଭର ହେଲେ ବାଙ୍କୀ ବାଆରା ଗ୍ରାମର ସଞ୍ଜୟ […]

ଗଣେଶ ଭସାଣିବେଳେ  ଭୁଶୁଡ଼ିଲା ଛାତ !

ଜଟଣୀ,୨୭।୯(ଏସଏସନିଉଜ)ଜଟଣୀରେ ଗଣେଶ ମୂର୍ତ୍ତି ବିସର୍ଜନ ଉତ୍ସବରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଡିଜେର ବିକଟାଳ ଶବ୍ଦରେ ଏକ କୋଠା ଛାତର କିଛି ଅଂଶ ଖସି ପଡ଼ି ଜଣଙ୍କରମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି।ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ଡିଜେ ସଂଗୀତ ଏବଂ ଏହା ଦ୍ୱାରା ସୃଷ୍ଟି ହୋଇଥିବା ତୀବ୍ରକମ୍ପନ ଯୋଗୁଁ ଏହି ନିର୍ମାଣଗତ ବିଫଳତା ଘଟିଥାଇପାରେ ବୋଲି ପୋଲିସ ଅଭିଯୋଗର ତଦନ୍ତ କରୁଛି।ମୃତକ ହେଉଛନ୍ତି ଜଟଣୀର ବାସିନ୍ଦା ଚିଣ୍ଟୁ ବାରିକ (୩୦)। […]