ଲୁଚି ଆସିଥିବା ବେଳେ ମାଡିବସିଲା ପୋଲିସ

ମାଲିକ ଓ ଡ୍ରାଇଭର ଗିରଫ,ସ୍କୁଟି ଓ ପଥର ବୋଝେଇ ଟ୍ରକ ଜବତ

ମେଣ୍ଢାଶାଳ,୨୮।୯(ଏସଏସନିଉଜ)ଚୋରା ପଥର ପରିବହନ କରି ଆଣୁଥିବା ବେଳେ ପୋଲିସ ହାତରେ ଧରାପଡ଼ିବା ଓ ଖବର ପାଇ ମାଲିକ ଘଟଣା ସ୍ଥଳରେ ପହଞ୍ଚି ପୋଲିସ କୁ ଦୁର୍ବ୍ୟବହାର କରିବା ଅଭିଯୋଗ ରେ ଚନ୍ଦକା ଥାନା ପୋଲିସ ମାଲିକ ଓ ଡ୍ରାଇଭରକୁ ଗିରଫ କରି ୪୮୦/୨୬ କେସ ନମ୍ବରରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହ ଏକ ସ୍କୁଟି ଓ ପଥର ବୋଝେଇ ଟ୍ରକକୁ ଜବତ କରିଛି।ଗିରଫ ଡ୍ରାଇଭର ହେଲେ ବାଙ୍କୀ ବାଆରା ଗ୍ରାମର ସଞ୍ଜୟ ପାତ୍ର ଓ ଦାରୁଠେଙ୍ଗ ଗ୍ରାମର ମାଲିକ ଦିଲ୍ଲୀପ କୁମାର ମାଝୀ।
ସୂଚନାଯୋଗ୍ୟ ଯେ, ସୋମବାର ଚନ୍ଦକାଥାନା ପୁଲିସ ଚନ୍ଦକା-ବାରଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ବେଆଇନ ଭାବେ ଲାଟେରାଇଟ୍ ପଥର ପରିବହନ ସମ୍ପର୍କରେ ଏକ ବିଶ୍ୱସନୀୟ ସୂତ୍ରରୁ ସୂଚନା ପାଇଥିଲେ । ସୂଚନା ଆଧାରରେ ପୁଲିସ ଅମ୍ବପଡ଼ିଆ ଅଞ୍ଚଳରେ ନଜର ରଖିଥିବା ବେଳେ, ଏକ ଟ୍ରକ ଭାଲୁଙ୍କା ପଟୁ ଦାରୁଠେଙ୍ଗ ଆଡ଼କୁ ଆସୁଥିବା ଦେଖିଥିଲେ । ପୁଲିସକୁ ଦେଖି ଡ୍ରାଇଭର ଟ୍ରକକୁ ଦ୍ରୁତ ଗତିରେ ନେଇ ଖସିଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପୁଲିସ ଟିମ୍ ପିଛା କରି ଦାରୁଠେଙ୍ଗ ଡମ୍ପୟାର୍ଡ ନିକଟରେ ଟ୍ରକଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ ।ପଚରାଉଚରା ବେଳେ ଡ୍ରାଇଭର ସଞ୍ଜୟ ପାତ୍ର, ଟ୍ରକରେ ଥିବା ଲାଟେରାଇଟ୍ ପଥର ପରିବହନ ପାଇଁ କୌଣସି ବୈଧ କାଗଜପତ୍ର ନଥିବା ସେ ସ୍ୱୀକାର କରିଥିଲେ ଏବଂ ଗାଡ଼ି ମାଲିକ ଦାରୁଠେଙ୍ଗ ଗ୍ରାମର ଦିଲୀପ କୁମାର ମାଝୀଙ୍କ ନିର୍ଦ୍ଦେଶରେ ସେ ପଥର ନେଇଯାଉଥିବା ପ୍ରକାଶ କରିଥିଲେ ।ପୁଲିସ ଲାଟେରାଇଟ୍ ପଥର ବୋଝେଇ ଟ୍ରକଟିକୁ ଜବତ କରିଥିଲେ । ଟ୍ରକ ଓ ଡ୍ରାଇଭରଙ୍କୁ ଥାନାକୁ ନେଉଥିବା ସମୟରେ ଟ୍ରକମାଲିକ ଦିଲୀପ କୁମାର ମାଝୀ ଏକ ସ୍କୁଟିରେ ସେଠାରେ ପହଞ୍ଚି ପୁଲିସର ସରକାରୀ କାର୍ଯ୍ୟରେ ବାଧା ଦେବା ସହ ପୁଲିସ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହି ଘଟଣାର ତଦନ୍ତ କାଳରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବା ସହ ସମ୍ପୃକ୍ତ ଟ୍ରକ ଓ ସ୍କୁଟିକୁ ଜବତ କରିଥିଲେ ।ଏହି ମାମଲାର ଅଧିକ ତଦନ୍ତ ବର୍ତ୍ତମାନ ଚାଲୁ ରହିଛି।(ପଦ୍ମଚରଣ ବଡ଼ଜେନା ଙ୍କ ରିପୋର୍ଟ)

Comments (0)
Add Comment