Browsing category

ଓଡ଼ିଶା

ସମୁଦ୍ରରୁ ମୃତଦେହ ଉଦ୍ଧାର!

କୋଣାର୍କ,୧୭।୪(ଏସଏସନିଆଜ) ସମୁଦ୍ରକୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର।ହୋଇଛି।ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ଅସ୍ତରଙ୍ଗଥାନା ଆଇଁଷିଣିଆ ଗାଁର ବୋଲି ସୂଚନା ମିଳିଛି।କାଲି ସନ୍ଧ୍ୟାରୁ ନିଖୋଜ ଥିବାବେଳେ ଆଜିସକାଳୁ ମୃତଦେହ ମିଳିବାସହ , ଦେହରେ କ୍ଷତଚିହ୍ନ ରହିଥିବାର ଦେଖିବାକୁ ମିଳିଛି।

୬ବର୍ଷ ପାଇଁ ବହିଷ୍କୃତ ହେଲେ

ଭୁବନେଶ୍ୱର,୧୫।୪(ଏସଏସନିଉଜ)କଂଗ୍ରେସରୁ ବିଧାୟକ ସୁୁରେଶ ରାଉତରାୟ ବହିଷ୍କାର ହୋଇଛନ୍ତି। ସୁରେଶ ରାଉତରାୟଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କଲା ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ୍ ରିଲିଜ ଜରିଆରେ ଏହି ସୂଚନା ଦିଆଯାଇଛି । ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବାର କୁହାଯାଇଛି।

ଓଭରବ୍ରିଜ୍‌ରୁ ଖସିଲା ବସ୍‌

ଯାଜପୁର,୧୫।୪(ଏସଏସନିଉଜ) ଓଭର ବ୍ରିଜ୍‌ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍।ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ବସ ଖସି ୪୦ଜଣ ଆହତ ହୋଇଥିବାବେଳେ ୩ଜଣ ମୃତୁ ବରଣ କରିଛନ୍ତି।ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ଲାଗିଥିବାବେଳେ , ବସ୍‌ ଉଠାଇବାକୁ ଆସିଲା କ୍ରେନ୍‌।ସମସ୍ତ ଆହତଙ୍କୁ ଧର୍ମଶାଳା ଓ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍‌ପି , ମେଡିକାଲ ଷ୍ଟାଫ୍‌।ବସ୍‌ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଏନ୍‌ଏଚ୍‌-୧୬ର ବାରବାଟୀ ଛକ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ମେଣ୍ଢାଶାଳରେ ଅଘୋରତପ

ମେଣ୍ଢାଶାଳ,୧୩ା୪(ଏସଏସନିଉଜ)ପବିତ୍ର ମହାବିଷୁବସଂକ୍ରାନ୍ତି ଓ ଓଡିଆ ନବବର୍ଷ ଉପଲକ୍ଷେ ରାଜ୍ୟର ବିଭିର୍ଣପ୍ରାନ୍ତରରେ ଦଣ୍ଡଯାତ୍ରାପାଳନ ହେଉଥବାବେଳେ ରାଜଧାନୀଉପକଣ୍ଠ ମେଣ୍ଢାଶାଳଗ୍ରାମ ରେ ଶହଶହ ବର୍ଷରୁ ପାଳିତହୋଇଆସୁଥିବା ଏହିଯାତ୍ରା ଦୁଇଦିନଧରି ଅନୁଷ୍ଠିତହୋଇଥାଏ ।ପଣାସଂକ୍ରାନ୍ତିରପୁର୍ବଦିନ ମେରୁଉସ୍‌ବରେ ପ୍ରଥମେ ଦଣ୍ଡଗଡା ଶନିବାରଦିନ ଅନୁଷ୍ଠିତହୋଇଥିଲା ।ଶତାଧିକ ପାଟଦାଣ୍ଡୁଆ ଦୁଲାଦେବୀଙ୍କ ମନ୍ଦିରରୁ ବାହାରି ବିଂଚାଯାଇଥିବା ଉତପ୍ତବାଲିରେ ଗଡିଗଡି ଅଧକିମିଦୁରରେ ଥିବା ଶ୍ରୀଶ୍ରୀଭଗବତବାସୁଦେବଙ୍କ ମନ୍ଦିରପର୍ଯ୍ୟନ୍ତ ପହଂଚିଥିଲେ ।ମନ୍ଦିରରେ କିଛିସମୟ ବିଶ୍ରାମପରେ ପଦ୍ମପୋଖରୀର ସ୍ନାନାଦିକର୍ମ ସରିବାପରେ ଗାଁଭିତରେ ପଣାଖିଆ ଆରମ୍ଭ କରିଥିଲେ ।ପାଟୁଆମାନେ ଗୈାରିବେତଦଣ୍ଡଧରି ଯାଚଣାଥିବା ୮ଶହ ପରିବାରଙ୍କ ଘରକୁଯାଇ ପଣାଖାଇଥିଲେ […]

ଶ୍ରୀଜୟଦେବ ଇଣ୍ଟରନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ

  ଭୁବନେଶ୍ବର ୧୧।୪(ଏସଏସନିଉଜ)ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀଜୟଦେବ ଇଣ୍ଟର ନ୍ୟାସନାଲସ୍କୁଲର ସପ୍ତମ ବାର୍ଷିକଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟ ପରିଚାଳନାକମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣାମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ଯଅତିଥି ଉତ୍କଳବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନବିଭାଗର ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ ଯୋଗଦେଇ ବର୍ତ୍ତମାନ ଦୈନଦିନ ଜୀବନରେ ବିଜ୍ଞାନ ଉପାଦେୟତା ଓ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଠନରେ କିପରି ସହାୟକ ତାହା ସୂଚାଇ ଦେଇଥିଲେ।ମୁଖ୍ୟବକ୍ତାଭାବେ ପ୍ରଫେସର ଡଃ. ଧିରେନ ମହାନ୍ତି ଯୋଗଦେଇ ଶିକ୍ଷାସାଧନର କୌଶଳ ଓ ସାମାଜିକ ପରିବର୍ତ୍ତନ […]

ବିରୂପାରେ ଭାସିଯାଇ ୨ମୃତୁ

ଚୌଦ୍ୱାର.୧୨।୪(ଏସଏସ ନିଉଜ)ବିରୂପା ନଦୀରେ ଭାସିଯାଇ ୨ଜଣ ଯୁବକ ମୃତୁବରଣ କରିଛନ୍ତି।ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ କଟକ ଏସ୍‌ସିବିକୁ ଅଣାଯାଇଥିଲା।ହେଲେ ଡାକ୍ତର ସେଠାରେ ୨ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।୨ଜଣ ଯୁବକ ଚୌଦ୍ୱାର ଖୋର୍ଦ୍ଧା ସାହିର ହୋଇଥିବା ସୂଚନା ମିକିଛି।

ଘର ବାହାରେ ରକ୍ତ,ହତ୍ୟା ସନ୍ଦେହ!

ବାଙ୍କୀ,୧୨।୪(ଏସଏସନିଉଜ) ଘର ବାହାରେ ରକ୍ତର ଛିଟା ପଡିଛି।ଜଣଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।ହରିରାଜପୁର ପଞ୍ଚାୟତ ନୂଆସାହି କୋଠଘର ବାହାରେ ରକ୍ତ ଛିଟା ଲାଗିଛି। ବାହାରେ ଖଣ୍ଡା, ମୋବାଇଲ, ଚପଲ ଆଦି ପଡ଼ିଥିବାରୁ ହତ୍ୟା ସନ୍ଦେହ କରାଯାଉଛି।ଘର ଭିତରପଟୁ ବନ୍ଦ ରହିଛି, ଘଟଣାସ୍ଥଳରେ ପହଁଚି ପୋଲିସ ଛାନଭିନ୍‌ ଆରମ୍ଭ କରିଛି।ଘର ଭିତରେ ଜଣଙ୍କର ମୃତଦେହ ପଡ଼ି ରହିଥିବା ସନ୍ଦେହ କରାଯାଉଛି।

ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରର ତ୍ରିଂଶ ସମାବର୍ତ୍ତନଉତ୍ସବ

ଭୁବନେଶ୍ବର,୧୧ା୵୪(ଏସଏସନିଉଜ) ପଟିଆ କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ରର ୩୦ ତମ ବାର୍ଷିକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡଃ. ହରିହର କାନୁନଗୋ ଯୋଗଦେଇ ବିଦ୍ୟାଳୟର କାର୍ଯ୍ୟକ୍ରମ ଓ ଯେଉଁ ମହତ ଉଦ୍ଦେଶ୍ୟ ନେଇ ବିଦ୍ୟାଳୟଟି ପ୍ରତିଷ୍ଠିତ ତାର ଛାତ୍ରଛାତ୍ରୀମାନଙ୍କର ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ। ଚିତ୍ତରଞ୍ଜନ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆଜିର ଶିକ୍ଷା ବ୍ୟବସ୍ଥାରେ […]

ନିର୍ବାଚନରେ ଲଢ଼ିପାରିବେ ଦିଲୀପ ରାୟ

ଭୁବନେଶ୍ୱର,୮ା୪(ଏସଏସନିଉଜ)ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଆଶ୍ୱସ୍ତି । ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀହାଇକୋର୍ଟ । ଦିଲୀପଙ୍କ ଉପରେ ଥିବା ଦଣ୍ଡ ଉପରେ ରହିତାଦେଶ ଜାରି ହୋଇଥିବାନେଇ ଖବର ସରବରାହ ସଂସ୍ଥା ଚଞଓ ସୂତ୍ରରୁ ସୂଚନା ମିଳିଛି ।୨୦୨୦ରେ ଦିଲୀପଙ୍କୁ ତଳ କୋର୍ଟ ଦଣ୍ଡାଦେଶ କରିଥିଲୋ୩ ବର୍ଷ ଜେଲ୍ ଏବଂ ୧୦ଲକ୍ଷ ଟଙ୍କା ଜରିମାନା କରିଥିଲେ କୋର୍ଟାଦଣ୍ଡାଦେଶକୁ ଚାଲେଂଜକରି ହାଇକୋର୍ଟ ଯାଇଥିଲେ ଦିଲୀପ ।କୋର୍ଟଙ୍କ ରହିତାଦେଶପରେ ଦିଲୀପଙ୍କ ନିର୍ବାଚନ […]

ଓଲଟିଲା ବରଯାତ୍ରୀ ଗାଡ଼ି

ବଣାଇ,୭।୪(ଏସଏସନିଉଜ)ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ବରଯାତ୍ରୀଗାଡ଼ି।ଟିକାୟତପାଲୀ ଥାନା କୁଲୁପୋତା ଘାଟିରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି।ଏଥିରେ ୨୦ଜଣ ବରଯାତ୍ରୀ ଆହତ ହୋଇଥିବାବେଳେ ,ସେଥିମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିିଳିଛି।ଜଣ୍ଡାଗାଁରୁ ସରାଗଡିହି ଯାଉଥିବାବେଳେ ଘାଟି ରାସ୍ତାରେ ଦୁର୍ଘଟଣା ଘଟିଥିଲା।