ମେଣ୍ଢାଶାଳ, ୧୬।୯(ଏସଏସନିଉଜ) ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ମଙ୍ଗଳବାର ଓ ବୁଧବାର ଦିନ ଧରି ନବାନ୍ନ ମହୋତ୍ସବ ପାଳନ କରାଯାଇଛି l ବୁଧବାର ପ୍ରାତଃ ବ୍ରହ୍ମମୁହୂର୍ତ୍ତ ଶରଣ ଦର୍ଶନ ଓ ଜଗତ ଭଗତ ମଙ୍ଗଳ ନିମନ୍ତେ ଶୂନ୍ୟ ବାସି ପ୍ରଭୁଙ୍କୁ ପ୍ରାର୍ଥନା, ବାଲ୍ୟ ଲୀଳା ଅର୍ପଣ ଓ ବିତରଣ ପରେ ନବାନ୍ନ ଭକ୍ଷଣ ଉତ୍ସବ ପାଳନ ହୋଇଥିଲା । ସିଦ୍ଧ ସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ ଅବଧୁତ ବ୍ରଜବ୍ରନ୍ଧୁ ବାବାଙ୍କ ତତ୍ୱାବଦ୍ଧନରେ ବାବା,ସାଧୁ ଓ ଭକ୍ତ ମାନଙ୍କ ଗହଣରେ ନୂଆ ଧାନରୁ ସଂଗ୍ରହ ଚୁଡାରୁ ପ୍ରସ୍ତୁତି ହୋଇଥିବାଖାଦ୍ୟ ଯାହା ଗୁଡ଼, ଗୁଆ ଘିଅ, ନଡ଼ିଆ, ଫଳ ସେଓ, କମଳା, ଅଙ୍ଗୁର, କାଜୁ, ଗୋଲମରିଚ, ଖିସମିସ,ଆମ୍ବୁଲ ଖଟା, ରସଗୋଲା, କାକରା ପିଠା, ଜିଲ୍ଲାପି, ଛେନା ଆଦି ବାବା, ସାଧୁ ଓ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ମଧ୍ୟାନ୍ନରେ ନୂଆ ଧାନରୁ ପ୍ରସ୍ତୁତି ଚାଉଳରେ ଅର୍ଣ୍ଣ, ଡାଲମା, ଖଟା, ଖିରି ପ୍ରସାଦ ସ୍ୱରୂପ ସମସ୍ତେ ସେବନ କରିଥିଲେ । ଆଜି ଏହି ନବାନ୍ନ ଉତ୍ସବରେ ୬ ଜଣ ବକଳଧାରୀ ବାବାଙ୍କ ସମେତ ଦାରୁଠେଙ୍ଗ ଗାଦିର ଭକ୍ତ ମାନେ ଯୋଗଦେଇଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)