ମେଣ୍ଢାଶାଳ,୧୬।୯(ଏସଏସ ନିଉଜ)ସାମାନ୍ୟ କଥାକୁ ନେଇ ଦୁଇ ଭାଇ ଭିତରେ ପ୍ରଥମେ ବଚସା ତାପରେରୂପ ଉଗ୍ର ନେଇଥିଲା। ଏହି ଘଟଣାରେ ହାତ ତିଆରି ବୋମା ପକାଇ ଆକ୍ରମଣ କରିବାକୁ ପଛାଇନହନ୍ତି। ଏଥିରେ ଜଣେ ଭାଇର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।ଏହିଭଳି ଅଭାବନୀୟଘଟଣା ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳର ଅଙ୍ଗାରପଡ଼ା ପଞ୍ଚାୟତ ମହୁଲ ଗ୍ରାମରେ ଘଟିଛି ।
ସୂଚନା ଅନୁସାରେ ପାରିବାରିକ କଳହକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଭାଇ ବାରାହା ଶିକାର କରିବାକୁ ପାଖରେ ରଖିଥିବା ହାତ ତିଆରି ବୋମା ପକାଇ ଆକ୍ରମଣ କରିଥିଲେ।ଫଳରେ ବୋମାମାଡ଼ରେ ମଝିଆ ଭାଇ ମୋହନ ପାଢ଼ୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସାନ ମଝିଆ ଭାଇ ମଦନ ପାଢ଼ୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଚନ୍ଦକା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।