ନନ୍ଦନକାନନକୁ ଆସିବ ଓରାଙ୍ଗଉଟାନ!

ଭୁବନେଶ୍ୱର,୮।୯(ଏସଏସନିଉଜ)ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଜଙ୍ଗଲରେ ଠାବ ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନକୁ ଆସିବାକୁ ଯାଉଛି।ଭାରତରେ ଦେଖାଯାଉଥିବା ଏହି ପ୍ରଜାତି ଗ୍ରାମାଞ୍ଚଳ ପରିବେଷିତ ଜଙ୍ଗଲ କୁ କିପରି ଆସିଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ସ୍ଥାନୀୟ ଲୋକ ଜଙ୍ଗଲରେ ବିଚରଣ କରୁଥିବା ବେଳେ ବଣମଣିଷ ଆକୃତିର ଏହି ପ୍ରଜାତିକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ଦେଖଣାହାରୀଙ୍କ ଭିଡ ଆରମ୍ଭ ହୋଇଥିଲା।ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ୫ଟି ଓରାଙ୍ଗଉଟାନ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଛି।ତେବେ ଓରାଙ୍ଗଉଟାନ ଏଠାକୁ ଆସିବାର ପକୃତ୍ କାରଣ ଜାଣିବାପାଇଁ ପୋଲିସ ଓ ବନବିଭାଗ ତଦନ୍ତ ଆରମ୍ଭ କରିଛି।ଅନ୍ୟପଟେ ଓରାଙ୍ଗଉଟାନ ନନ୍ଦନ କାନନ କୁ ଆସିବାକୁ ଯାଉଥିବାର ଜଣାପଡିଛି।

Comments (0)
Add Comment