ଆଜିର ରାଶିଫଳ

ଅକ୍ଟୋବର ମାସ ୨୧ ତାରିଖ ୨୦୨୬ ମସିହା (ବୁଧବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଦଶମୀ ଦିବା ଘ୦୧/୫୪ ଗତେ ଏକାଦଶୀ,ନକ୍ଷତ୍ର- ଧନିଷ୍ଟା ରାତ୍ରି ଘ୦୮/୧୬ ଗତେ ଶତଭିଷା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୨ଲ୫୧,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/ ୧୨,ଯୋଗିନୀ ଉତ୍ତରେ ଦିବା ଘ୦୧/୫୪ ଗତେ ଅଗ୍ନିକୋଣେ,ସିଂହ ରାଶିର ଘାତଚନ୍ଦ୍ର,କର୍କଟ ରାଶିର ଘାତବାର,ଦଶମୀର ଏକୋଦିଷ୍ଟ ଶ୍ରାଦ୍ଧ,କାଳବେଳା-ଦିବା ଘ୦୮/୪୦ ଗତେ ଘ୧୦/୦୯ମଧ୍ୟେ, ବାରବେଳା – ଦିବା ଘ୧୧/୩୧ ଗତେ ଘ୦୧/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୩୫ ମଧ୍ୟେ ଓ ଘ୦୭/୨୧ ଗତେ ଘ୦୮/୧୧ମଧ୍ୟେ ଓ ଘ୧୦/୩୪ ଗତେ ଘ୧୧/୨୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୬/୩୬ ଗତେ ଘ୭/୨୦ମଧ୍ୟେ ଓ ଘ୦୧/୪୬ ଗତେ ଘ୪/୧୦ମଧ୍ୟେ,ଅଦ୍ୟ କଳମଶାଗ ଦିବା ଘ୦୧/୫୪ ଗତେ ଶିମ୍ବ ଭକ୍ଷଣ ନିଷେଧ।
ମେଷ:-ମନରେ ଧାର୍ମିକ ଭାବନା ଉଦୟ ହେବ। ବିନା ସ୍ବାର୍ଥରେ ଅନ୍ୟର ସହାୟତା କରି ଖୁସି ଅନୁଭବ କରିବେ। କ୍ୟାରିୟର ଓ ଚାକିରିରେ ସଫଳତା ମିଳିବ। ବନ୍ଧୁଙ୍କ ସହିତ ରାତ୍ରି ଭୋଜନ ପାଇଁ ବାହାରକୁ ଯିବେ।
ବୃଷ:-ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ଘରେ ପୁଣ୍ୟକାର୍ଯ୍ୟ କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ ପ୍ରଗତି ଦେଖିବାକୁ ମିଳିବ। ଅଫିସ୍‌ର କୌଣସି କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
ମିଥୁନ:- ଆପଣଙ୍କ ମନରେ ବିଭିନ୍ନ ପ୍ରକାର ଚିନ୍ତା ଉତ୍ପନ୍ନ ହେବ। ପ୍ରତ୍ୟେକ କାମ ବିବେକର ସହ କରନ୍ତୁ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମ ସମ୍ବନ୍ଧୀୟ କୌଣସି ମନୋକାମନା ପୂରଣ ହେବ।
କର୍କଟ:- ଆଜି ଆପଣ କିଛି ଖାସ୍‌ କରିବା ଲାଗି ଦିନଟି ଭଲ ରହିବ। ଅଚାନକ ଧନଲାଭ ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପରୀକ୍ଷାରେ ସଫଳତା ମିଳିବାର ସମ୍ଭାବନା ରହିଛି।
ସି˚ହ:-ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟରେ ମନପ୍ରାଣ ଢାଳି କାମ କରିବେ ଏବ˚ ଯଥେଷ୍ଟ ଲାଭ ପାଇବେ। ଅଫିସରେ କୌଣସି ଖୁସି ଖବର ମିଳିବ।
କନ୍ୟା:- ଆଜି ଆପଣ କଷ୍ଟ ମନେ ହେଉଥିବା କାର୍ଯ୍ୟ ସହଜରେ କରିପାରିବେ। ବିଭିନ୍ନ ପ୍ରକାର ଲୋକଙ୍କ ସହିତ ମିଶିବେ। କୌଣସି ବଡ଼ ନେଣଦେଣ କରିପାରନ୍ତି। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
ତୁଳା:- ଊର୍ଜାର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ ଯେଉଁଥିରୁ ଭବିଷ୍ୟତରେ ଲାଭ ମିଳିବ। ଅଫିସରେ ବାତାବରଣ ଅନୁକୂଳ ରହିବ। ଆଇନକାନୁନ ମାମଲା ସହଜରେ ସମାଧାନ ହୋଇଯିବ।
ବିଛା:-ସଫଳତା ମିଳିବା ହେତୁ ମହତ୍ତ୍ବାକା˚କ୍ଷାକୁ ବଳ ମିଳିବ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ପାଇବେ।
ଧନୁ:-ଆପଣ ନିଜକୁ ଖୁବ୍‌ ଆତ୍ମନିର୍ଭରଶୀଳ ଅନୁଭବ କରିବେ। ବ୍ୟବସାୟ ପାଇଁ ନୂଆ ପ୍ରସ୍ତାବ ଓ ଅନୁବନ୍ଧ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସମ୍ମାନ ମିଳିବ। ଅଚାନକ ଧନପ୍ରାପ୍ତି ହେବ।
ମକର:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ; ଆପଣଙ୍କୁ ସଫଳତା ମିଳିବ। ସମାଜରେ ଆପଣଙ୍କର ମାନସମ୍ମାନ ବଢ଼ିବ। ମିତ୍ରଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ବଢ଼ିଆ ହେବ। ଛାତ୍ରମାନେ ନୂଆ ଗତିବିଧିରେ ସାମିଲ ହୋଇ ପାରନ୍ତି।
କୁମ୍ଭ:-ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ପ୍ରତିଷ୍ଠିତ ଲୋକଙ୍କ ସହିତ ସ˚ପର୍କ ସ୍ଥାପନ ହେବ। ଅଫିସରେ ଉଚ୍ଚ ଅଧିକାରୀଙ୍କ ରାୟ ନେଇ କାମ କରନ୍ତୁ; ଭଲ ଫଳାଫଳ ମିଳିବ। ପିଲା ଓ ପରିବାର ସହିତ ହସଖୁସି‌େର ସମୟ କଟିବ।
ମୀନ:- ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। କର୍ମକ୍ଷେତ୍ରରେ ବୀରଙ୍କ ଭଳି ରହିବେ। ଆପଣଙ୍କ କାମକୁ ପ୍ରବନ୍ଧକର୍ତ୍ତା ପ୍ରଶ˚ସା କରିବେ। ଯିବାକୁ ଥିବା ଯାତ୍ରା କଲ୍ୟାଣକାରୀ ହେବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।

🌿 ଆଜିର ବାସ୍ତୁ ଟିପ୍ସ 🌿
🌹 ୧. ମୁଖ୍ୟ ଦ୍ୱାର:-ଘରର ମୁଖ୍ୟ ଦ୍ୱାରକୁ ସବୁବେଳେ ସଫା ଓ ସୁନ୍ଦର ରଖନ୍ତୁ। ଦ୍ୱାର ସାମ୍ନାରେ ଅଳିଆ କିମ୍ବା ଅନାବଶ୍ୟକ ଜିନିଷ ରଖିବାକୁ ଏଡ଼ାନ୍ତୁ।
🌹 ୨. ଉତ୍ତର-ପୂର୍ବ ଦିଗ:-ଏହି ଦିଗକୁ ପାରମ୍ପରିକ ବାସ୍ତୁରେ ଶୁଭ ମନାଯାଏ। ଏଠାରେ ପରିଷ୍କାର- ପରିଚ୍ଛନ୍ନତା ରଖିବା ଓ ଅତ୍ୟଧିକ ଭାରୀ ସାମଗ୍ରୀ ନରଖିବା ଭଲ ବୋଲି ବିଶ୍ୱାସ ରହିଛି।
🌹 ୩. ରୋଷେଇ ଘର:-ରୋଷେଇ ଘରକୁ ସଫା ରଖନ୍ତୁ ଏବଂ ଚୁଲି ଓ ପାଣିର ସ୍ଥାନକୁ ସୁସଂଗଠିତ ରଖନ୍ତୁ।
🌹 ୪. ଶୋଇବା ଘର:-ଶୋଇବା ଘରେ ଅନାବଶ୍ୟକ ଜିନିଷ ଜମା କରନ୍ତୁ ନାହିଁ। ଶାନ୍ତ ଓ ପରିଷ୍କାର ପରିବେଶ ଭଲ ନିଦ୍ରା ଓ ମନର ଶାନ୍ତି ପାଇଁ ଉପକାରୀ।
🌹 ୫. ଭଙ୍ଗା ଜିନିଷ:-ଭଙ୍ଗା ଘଡ଼ି, ଭଙ୍ଗା ଆଇନା, ନଷ୍ଟ ଇଲେକ୍ଟ୍ରୋନିକ୍ସ ଭଳି ଅନାବଶ୍ୟକ ଜିନିଷ ଘରେ ଜମା କରି ରଖନ୍ତୁ ନାହିଁ।
🌹 ୬. ଘରର ପରିଷ୍କାରତା:-ବାସ୍ତୁର ସବୁଠାରୁ ସହଜ ନିୟମ ଭାବେ ଘରକୁ ପରିଷ୍କାର, ଆଲୋକିତ ଓ ସୁସଂଗଠିତ ରଖିବାକୁ ଗୁରୁତ୍ୱ ଦିଅନ୍ତୁ।
🌺 ମନେ ରଖନ୍ତୁ:- ବାସ୍ତୁ ଏକ ପାରମ୍ପରିକ ବିଶ୍ୱାସ; ଘରର ସୁଖ-ଶାନ୍ତି ପାଇଁ ପରିଷ୍କାରତା, ସୁରକ୍ଷା ଓ ପରିବାରର ଭଲ ସମ୍ପର୍କ ଅଧିକ ଗୁରୁତ୍ୱପୂର୍ଣ୍ଣ।

Comments (0)
Add Comment