ଦାରୁଠେଙ୍ଗ ସତ୍ୟମହିମା ଆଶ୍ରମ…

ଏକାଠି ହେଲେ ଝାଡ଼ଦୀପ ପ୍ରଜ୍ବଳନ କଲେ...

ମେଣ୍ଢାଶାଳ ,୧୫।୯(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗ ସତ୍ୟ ମହିମା ଗୋବିନ୍ଦ ବାବାଙ୍କ ଗାଦି ପୀଠରେ ଚଳିତ ଭାଦ୍ରବ ଶୁକ୍ଲପକ୍ଷ ପଞ୍ଚମୀ ମଙ୍ଗଳବାର ଅପରାହ୍ନରେ ସିଦ୍ଧସାଧୁ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବାଙ୍କ ଆଦେଶ କ୍ରମେ ଓ ବ୍ରହ୍ମ ଅବଧୁତ ବ୍ରଜବ୍ରନ୍ଧୁ ବାବାଙ୍କ ତତ୍ୱାବଦ୍ଧାନରେ ବିଭିନ୍ନ ନୀତିକାନ୍ତି ବାବା,ସାଧୁ ଓ ଭକ୍ତ ମାନଙ୍କ ଗହଣରେ ସମ୍ପୂର୍ଣ ହୋଇଥିଲା । ଅପରାହ୍ନରେ ସାଧୁଭିକ୍ଷା, ଝାଡ଼ ଦୀପ ପ୍ରଜ୍ବଳନ, ସାୟଂ ଶରଣ ଦର୍ଶନ, ବିଶ୍ୱ ବ୍ରହ୍ମ୍ମଣ୍ଡର ମଙ୍ଗଳ ବିଧାନ ପାଇଁ ସମବେତ ପ୍ରାର୍ଥନା, ଧର୍ମାଲୋଚନ ସଭା ଓ ଅହୋରାତ୍ର ଭଜନ କରାଯାଇଥିଲା l ଆଜି ଏହି ଝାଡ଼ଉତ୍ସବରେ ବ୍ରଜବନ୍ଧୁ ବାବା (ଦାରୁଠେଙ୍ଗ )ପ୍ରମୋଦ ବାବା ଯୋରନ୍ଦା, ଲମ୍ବୋଦର ବାବା ଯୋରନ୍ଦା, କୈଳାସ ବାବା ଯୋରନ୍ଦା, ଶୁକଦେବ ବାବା ବାଲେଶ୍ୱର, ବିକ୍ରମ ବାବା (ଡମଣା )ଆଦି ୬ ଜଣ ବକଳଧାରୀ ବାବା ଉପସ୍ଥିତ ରହି ଅଧାତ୍ମିକ ପ୍ରବଚନ ଦେଇଥିଲେ।


ଏହି ଉତ୍ସବରେ ଯୋଗଦାନ କରିଥିଲେ ସାଧୁ ମଧୁସୂଦନ ଦାସ ଖଣ୍ଡଗିରି, ସାଧୁ ବାବାଜି ଦାସ, ସାଧୁ ହରମୋହନ ଦାସ, ସାଧୁ ଶ୍ରୀ ଚରଣ ଦାସ, , ସାଧୁ ଜୟଦେବ ଦାସ, ସାଧୁ ରାମ ଦାସ, ସାଧୁ ଅନାଦି ଦାସ, ସାଧୁ କ୍ଷମା ଦାସ, ସାଧୁ ଚୈତନ୍ୟ ଦାସ, ସାଧୁ ହୃଷିକେଶ ଦାସ, ସାଧୁ ଅଜୟ ଦାସ, ସାଧୁ ଅଭୟ ଦାସ, ସାଧୁ ଉଦୟ ଦାସ, ସାଧୁ ନିରଞ୍ଜନ ଦାସ, ସାଧୁ ଘନ ଦାସ, ସାଧୁ ଭାଗବତ ଦାସ, ସାଧୁ ସୁଧାକର ଦାସ, ସାଧୁ ବାବୁ ଦାସ, ସାଧୁ ଭରଦ୍ୱାଜ ଦାସ ପ୍ରମୁଖ ସାଧୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ (ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)।

Comments (0)
Add Comment