ଯୌତୁକ ପାଇଁ ଚାଲିଗଲା ଜୀବନ ଅଭିଯୋଗ କଲେ ବାପା

ଗିରଫ ହେଲେ ଗିରଫ

ଭୁବନେଶ୍ୱର,୭।୯(ଏସଏସନିଉଜ) )ଜଣେ ନାବାଳିକା ଝିଅକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଫସାଇ ବିବାହ କରିବା ଓ ପରବର୍ତ୍ତୀ ସମୟ ରେ ଯୌତୁକ ପାଇ ନିର୍ଯାତନା ଦେଇଥିଲେ।ଏପରିକି ତାକୁ ମାରିଦେଇଥିଲେ ବୋଲି ମୃତ ନାବାଳିକା ଝିଅର ପିତା ଅଭିଯୋଗ କରିଥିଲେ।ଅଭିଯୋଗ ଆଧାରରେ ନନ୍ଦନକାନନ ଥାନା ପୋଲିସ ସ୍ବାମୀକୁ ଗିରଫ କରିଥିବା ବେଳେ ଶାଶୁ,ଶଶୁର ଓ ଦିଅର ଫେରାର ହୋଇଯାଇଥିବାର ଜଣାପଡିଛି।

ପ୍ରକାଶ ଯେ,ନୟାଗଡ଼ର ପ୍ରଭାତ ପ୍ରଧାନ ନାମକ ବ୍ୟକ୍ତି ନନ୍ଦନକାନନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ଝିଅ ଜସ୍ମିନଙ୍କ ବୟସ ୧୭ ବର୍ଷ ୬ ମାସ ବୟସ ହୋଇଥିବା ବେଳେ ଦଶପଲ୍ଲାଶ୍ରୀରାମଚନ୍ଦ୍ରପୁର ଗ୍ରାମର ସିଲୁ ବିଶ୍ୱାଳ(୩୦)ନାମକ ଯୁବକ ବିବାହରମିଥ୍ୟା ପ୍ରତିଶ୍ରୁତି ଓ ପ୍ରଲୋଭନଦେଇ ତାଙ୍କ ଝିଅକୁ ନେଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜା ଚାଲିଛି ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇନଥିଲେ ଏବଂ ଏ ସମ୍ପର୍କରେ ଦଶପଲ୍ଲା ଥାନାରେ ରିପୋର୍ଟ ଦାଖଲ କରିଥିଲେ। ପରବର୍ତ୍ତୀ ସମୟରେସିଲୁର ପରିବାର ଲୋକ ଜସ୍ମିନଙ୍କୁ ଯୌତୁକଜନିତ ନିର୍ଯାତନା ଦେବା ଆରମ୍ଭ କରିଥିଲେ।ଯାହାଫଳରେରବିବାର ତାଙ୍କର ମୃତ୍ୟୁ ଘଟିଥିଲାବୋଲି ମୃତକଙ୍କ ବାପା ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ।ପୋଲିସ କେସ୍ ନଂ-୩୭୬ରେ ଏକ ମାମଲା ରୁଜୁକରି ରବିବାର ସ୍ବାମୀ ସିଲୁ ବିଶ୍ୱାଳଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିବା ବେଳେଶଶୁର, ଶାଶୁ ଏବଂ ଦିଅର ଫେରାର ହୋଇଯାଇ ଥିବାର ଜଣାପଡିଛି।

Comments (0)
Add Comment