କଟକ,୭।୯(ଏଡଏସନିଉଜ)ବାରଙ୍ଗବ୍ଲକ ୩୩ ନମ୍ବର ଜୋନ ଅନ୍ତର୍ଗତ ଖଲର୍ଦାଠାରେ ଅଘଟଣ ଘଟିଛି। କାକଟପୂର ବ୍ରାଞ୍ଚ କେନାଲ ଖଲର୍ଦ୍ଦା ସ୍ଥିତ ଏକ ଘରୋଇ ମିଠା ଦୋକାନ ସମ୍ମୁଖ କେନାଲରେ ସ୍ଥାନୀୟ ଅଞ୍ଚଳର ଦୁଇଯୁବକ ଗାଧୁଉଥିବା ଅବସ୍ଥାରେ ନାଳର ଗଭୀରତା ନ ଜାଣିପାରି କେନାଲ ପାଣି ସ୍ରୋତକୁ ଖସି ଯାଇଥିଲେ।ସ୍ଥାନୀୟ ମିଠାଦୋକାନୀଙ୍କ ଦ୍ୱାରା ଗୋଟିଏ ଯୁବକ ଉଦ୍ଧାର ହୋଇଥିବାବେଳେ ଅନ୍ୟଜଣକ ନିଖୋଜ ଅଛନ୍ତି।ନିଖୋଜ ହୋଇଥିବା ଯୁବକ ହେଉଛନ୍ତି ଖଲର୍ଦ୍ଦା ସ୍ୱାଇଁ ସାହି ବାସିନ୍ଦାରଆଦିତ୍ୟ ସ୍ୱାଇଁ(୧୫) ।ନିଖୋଜ ଯୁବକ ଗୋବିନ୍ଦପୂର ମହାବିଦ୍ୟାଳୟ ପ୍ରଥମ ବର୍ଷ ଛାତ୍ର ଅଟନ୍ତି।ସୂଚନାଥାଉକି ପୂର୍ବରୁ ନିଖୋଜ ଯୁବକ ଆଦିତ୍ୟ ସ୍ୱାଇଁଙ୍କବାପା ପ୍ରକାଶ ସ୍ୱାଇଁ କିଛିବର୍ଷ ତଳେ ଵସ୍ ଦୁର୍ଘଟଣା ରେ ମୃତ୍ୟୁବରଣ କରିଥିଲେ।ଘଟଣାସ୍ଥଳରେ କଟକ ସଦର ଥାନା ଅଧିକାରୀ ତୁଷାରକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ପୋଲିସ୍ ଟିମ୍ ଏବଂ ବାରଙ୍ଗ ଅଗ୍ନିଶମ ବାହିନୀର ଦୁଇଟି ଗାଡ଼ି ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଆରମ୍ଭ ରଖିଛନ୍ତି।